କିରନ୍ ଆଡ୍ରିଆନ୍ ପୋଲାର୍ଡ ତ୍ରିନିଦାଦ ଜଣେ କ୍ରିକେଟର ଯିଏ ସୀମିତ ଓଭର କ୍ରିକେଟ୍ ରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳର ଅଧିନାୟକ ଅଟନ୍ତି। ପୋଲାର୍ଡ ଜଣେ ଆକ୍ରମକ ଅଲରାଉଣ୍ଡର ଖେଳାଳି ହେବା ସହ , ଜଣେ ମଧ୍ୟମ ଗତିର ବୋଲର ଏବଂ ମଧ୍ୟମ କ୍ରମରେ ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ମଧ୍ୟ ଅଟନ୍ତି |
କିଛି ସମୟ ପୂର୍ବରୁ ହେଇଥିବା ଏକ ଇଣ୍ଟରଭିୟୁ ରେ ପୋଲାର୍ଡ ଉପସ୍ଥିତ ଥିଲେ | ଯେଉଁଠାରେ ସେ ଭାରତୀୟ କ୍ରିକେଟ୍ ଦଳ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି | ତେଣୁ ସେ ଉକ୍ତ ବିବୃତ୍ତିରେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ପୋଲାର୍ଡ କହିଛନ୍ତି, ରୋହିତ ଶର୍ମାଙ୍କୁ ଆଗାମୀ ସମୟରେ ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ବିପଜ୍ଜନକ ଖେଳାଳି ଭାବେ ବିବେଚନା କରାଯାଇପାରେ, ରୋହିତ ଶର୍ମା ତାଙ୍କ କ୍ରିକେଟ୍ କ୍ୟାରିୟରରେ ଆବଶ୍ୟକତା ରୁ ଅଧିକ କାର୍ଯ୍ୟ କରିଛନ୍ତି | ଏହିପରି ରୋହିତ ଶର୍ମା ନିଜ କ୍ୟାରିୟର ରେ ଡବଲ ସେନ୍ଚୁରୀ ମଧ୍ୟ କରିଛନ୍ତି I ଏହିପରି ରୋହିତ ଶର୍ମା ଅନେକ କିର୍ତିମାନ ହାସିଲ କରିଛନ୍ତି |
ପୋଲାର୍ଡ କହିଛନ୍ତି ଯେ ରୋହିତ ଶର୍ମା ତାଙ୍କ କ୍ରିକେଟ୍ କ୍ୟାରିୟରରେ ଏଭଳି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଯାହା କୁ ଭାଙ୍ଗିବା ଅସମ୍ଭବ ଅଟେ | ଯଦି ରୋହିତ ଶର୍ମା ଏହିପରି ଖେଳିବା ଜାରି ରଖନ୍ତି, ତେବେ ରୋହିତ ଶର୍ମା ନାମ କ୍ରିକେଟ୍ ଜଗତର ଶୀର୍ଷରେ ଆସିବ।