ପ୍ରେମିକ କୁ ଦେଖା କରିବା ପାଇଁ କଇଁଛ ଚାଲିଲା ୧୦କିଲୋମିଟର

କଇଁଛ ନିଜର ଧୀର ଚାଲି ଯୋଗୁଁ ବେଶ ଜଣାଶୁଣା କିନ୍ତୁ ବିଗତ କିଛି ଦିନରେ ଏକ ଘଟଣା ଘଟିଥିଲା ଗୋଟେ କଇଁଛ ଚାଲି ଚାଲି 10 କିଲୋମିଟର ରାସ୍ତା ଅତିକ୍ରମ କରିଥିଲା ନିଜ ପ୍ରେମିକାକୁ ପାଇବା ପାଇ .10 କିଲୋମିଟର ଚାଲିବା ତ ଲୋକମାନଙ୍କ ପାଇ ସାଧାରଣ କଥା କିନ୍ତୁ ଗୋଟେ କଇଁଛ 10 କିଲୋମିଟର ରାସ୍ତା ଅତିକ୍ରମ କରିବା ଆପଣଙ୍କୁ ଟିକେ ଆଶ୍ଚର୍ୟ ଲାଗୁଥିବ

ଏହି ଘଟଣା ଘଟିଛି ଇଙ୍ଗଲାଣ୍ଡରେ ଗୋଟେ 60ବର୍ଷ ର କଇଁଛ ନିଜ ପ୍ରେମିକାକୁ ପାଇବା ପାଇ ଯାହା କଲା ଅତ୍ୟନ୍ତ ଆଶ୍ଚଯ୍ୟ କର କଥା .ଏହାର ନାମ କ୍ରେଡି ଓ ଏହାର ପ୍ରେମିକା ର ନାମ ଏସ୍ଟି ଡ଼ ଥିଲା . ଦୀର୍ଘ ସମୟ ଧରିସେ ତା ପ୍ରେମିକାକୁ ଦେଖାହେଇନଥିଲା କାରଣ ସେ ଗୋଟେ ଚିଡ଼ିଆ ଘରେ ଥିଲା . କିନ୍ତୁ ଗୋଟେଦିନ ତା ମାଲିକାଣୀ ଘରେ ନଥିବା ସମୟରେ ସେ ବାହାରିପଡିଥିଲା ତା
ପ୍ରେମିକାକୁ ଭେଟିବାକୁ .ଏମିତିରେ ତ କଇଁଛର ଗତି ବହୁତ ଦୀର କିନ୍ତୁ ତା ପ୍ରେମକୁ ପାଇବା ପାଇ ସେ 24 ଘଣ୍ଟା ରେ 10 କିଲୋମିଟର ରାସ୍ତା ଅତିକ୍ରମ କରିଥିଲା .

ଏହି ଘଟଣା ରେ କଇଁଛର ମାଲିକାଣୀ ଙ୍କ କହିବା ଅନୁସାରେ ଏହି କଇଁଛଟି ତାଙ୍କ ଘରେ ପାଖାପାଖି 50ବର୍ଷ ହବ ରହୁଛି ଏବଂ ତା ପାଇ ଗୋଟେ ଛୋଟ ଘର ମଧ୍ୟ କରା ଯାଇଛି . କିନ୍ତୁ ସେ ଦିନ ତା ମାଲିକାଣି କଇଁଛଟିକୁ ନ ପାଇବାରୁ ସୋସିଆଲ ମିଡ଼ିଆ ର ସାହାଯ୍ୟ ନେଇଥିଲେ ଏବଂ ଜାଣିବାକୁ ପାଇଲେ ଯେ ସେ ସେଇ ଚିଡ଼ିଆଘରେ ଅଛି ଯେଉଁ ଥିରେ ତା ପ୍ରେମିକା ଅଛି .
ସୋସିଆଲ ମିଡ଼ିଆ ରେ ପ୍ରସାରିତ ଏହି ଘଟଣା ସମ୍ପର୍କରେ ଲୋକେ ଶୁଣି ଆଶ୍ଚଯ୍ୟ ମଧ୍ୟ ହେଉଛନ୍ତି .