ପ୍ରଥମ ଟି-୨୦ ମ୍ୟାଚ ଜିତିବା ପରେ ବିରାଟ କୋହଲି- କେଏଲ ରାହୁଲ କି ଶ୍ରେୟସ ଆୟାର ନୁହଁ ବରଂ ୟାଙ୍କୁ ଦେଲେ ଜିତିବାର ପୁରା ଶ୍ରେୟ

ଭାରତୀୟ ଦଳ ବିଜୟ ସହିତ ନ୍ୟୁଜିଲାଣ୍ଡ ସିରିଜ ଆରମ୍ଭ କରିଛନ୍ତି | 5ଟି ମ୍ୟାଚର ଟି-20 ସିରିଜ ର ପ୍ରଥମ ମ୍ୟାଚ ଆକଲେଣ୍ଡରେ ଖେଳାଗଲା | ଭାରତ ଏହି ମ୍ୟାଚରେ 6 ଵିକେଟ ରେ ବିଜୟ ହାସଲ କରିଲା | କ୍ୟାପଟେନ ବିରାଟ କୋହଲି ଟଚ ଜିତି ପ୍ରଥମେ ବଲିଙ୍ଗ କରିବାର ନିଷ୍ପତି ନେଇଥିଲେ | ନ୍ୟୁଜିଲାଣ୍ଡ 203 ରନ କରିଲେ କିନ୍ତୁ ଭାରତ ଗୋଟେ ଓଭର ପୂର୍ବରୁ ରୁ ହିଁ ଏହି ଲକ୍ଷ କୁ ପୁରଣ କରିଦେଇଥିଲା |

ଦର୍ଶକ ଆମ ସହିତ ଅଛନ୍ତି
ଖେଳ ନ୍ୟୁଜିଲାଣ୍ଡରେ ହେଲେ ବି ଭାରତତୀୟ ଦର୍ଶକ ମାନେ ସେଠିବି ବୋହୁ ମାତ୍ରାରେ ସପୋର୍ଟ କରିବା ପାଇଁ ପହଞ୍ଚି ଥିଲେ | ଦୁନିଆରେ କେଉଁଠି ବି ଖେଳ ହେଲେ କିଛି ଏପରି ସବୁବେଳେ ଦେଖିବାକୁ ମିଳିଥାଏ | ମ୍ୟାଚ ଜିତିବା ପରେ ବିରାଟ କୋହଲି ଏ ବିଷୟରେ କହିଲେ ” ଆମେ ଏହି ମ୍ୟାଚର ଆନନ୍ଦ ନେଲୁ, ଦୁଇ ଦିନ ପୂର୍ବରୁ ଏଠାକୁ ଆସିବା ଓ ଆଉ ଏ ପରି ମ୍ୟାଚ ଖେଳିବା, ଏହା ଜବରଦସ୍ତ ଥିଲା | ଲାଗିଲା କି 80% ଲୋକ ଆମକୁ ସପୋର୍ଟ କରୁଛନ୍ତି | ଆଉ ସେମାନେ ଲଗାତାର ଖେଳାଳିଙ୍କ ପଛରେ ଥିଲେ ”

230 ବିଷୟରେ ଭାବୁ ଥିଲୁ
ଆକଲେଣ୍ଡର ପଡିଆ ବହୁତ ଛୋଟ ଅଟେ | ସେଥି ପାଇଁ ଏଠାରେ ଅଧିକ ରନ ହୋଇଥାଏ | ବିରାଟ କୋହଲି କହିଲେ କି ଗୋଟେ ସମୟରେ ସେ 230 ରନ ହେବ ବୋଲି ଭାବୁ ଥିଲେ ସେ କହିଲେ “ଆମେ ବିଗତ ଏକ ବର୍ଷ ରେ ଟି-20 ରେ ଭଲ ପଦର୍ଶନ କରିଛୁ | ଆପଣ ଏ ଭଳି ପଡିଆରେ କେଉଁ ବୋଲରକୁ ଦୋଷ ଦେଇ ପାରିବେ ନାହିଁ | ମୁଁ ଗୋଟେ ସମୟରେ ଭାବିଥିଲି କି ଆଜି 230 ରନ ହୋଇଯିବ ବୋଧେ, କିନ୍ତୁ ଆମର ବୋଲର ଯୋଗୁ ଆମେ ପୁଣି ଥରେ ମ୍ୟାଚ କୁ ଫେରି ଥିଲୁ| ଏଥି ପାଇଁ ମୁଁ ଆମର ବୋଲର ମାନଙ୍କୁ ଶ୍ରେୟ ଦେବୀ |”