ଶରୀର ପାଇଁ ସବୁ ଭିଟାମିନର ଭିନ୍ନ ଭିନ୍ନ ମହତ୍ୱ ରହିଥାଏ, ଏମାନଙ୍କ ମଧ୍ୟରୁ ସବୁଠାରୁ ଜରୁରୀ ଭିଟାମିନ ହେଇଛି ଏହା, ଚେହେରାରେ ଚମକ ନେଇଆସେ ଏହି ଭିଟାମିନ

ଏପରି ଦେଖିବା କୁ ଗଲେ ପ୍ରତୋକ ଭିଟାମିନ ର ଅଲଗା ଅଲଗା ମହତ୍ୱ ରହିଛି I ଭିଟାମିନ କାରଣ ରୁ ହିଁ ଶରୀର ର ରୋଗ ପ୍ରତିଷେଧକ କ୍ଷମତା ଅଧିକ ରହିଥାଏ I ଶରୀର କୁ ବିଭିର୍ନ ଆଲର୍ଜି ରୁ ଏହା ରକ୍ଷ୍ୟା କରିଥାଏ I ଭିଟାମିନ କାରଣ ରୁ ହିଁ ଲୋକେଷ୍ଟ୍ରଲ ନିୟନ୍ତ୍ରଣ ରେ ରହିଥାଏ I

ଭିଟାମିନ ଆମ ସ୍ଵାସ୍ତ୍ୟ ପାଁଇ ମହତ୍ବପୂର୍ଣ ଅଟେ I ଏବଂ ସବୁଠାରୁ ଅଧିକ ଆବଶ୍ୟକ ରହିଛି ଭିଟାମିନ ଇ ର I ଏହା ଏକ ଅଣ୍ଟିଆକ୍ସିଡେଣ୍ଟ ରୂପେ କାମ କରିଥାଏ I ଏହା 8 ଗୋଟି ଅଲଗା ଅଲଗା ରୂପେ ରହିଥାଏ I ଏବଂ ଏହା କୋଷିକା କୁ ପରସ୍ପର ସହ ମଜବୁତ କରି ରଖିଥାଏ I

ଭିଟାମିନ ଇ ର ମୁକ୍ଷ୍ୟ ସ୍ରୋତ
ଅଣ୍ଡା , ଶୁଖିଲା ମେବେ , ବାଦାମ ଓ ଅକ୍ଷରୋଟ , ସୋରିଷ , ବ୍ରୋକଲି , କଡ଼ ଲିଭର , ଆମ୍ବ , ଅମୃତଭଣ୍ଡା ଆଦି ରେ ଭିଟାମିନ ଇ ପ୍ରଚୁର ପରିମାଣ ର ରହିଛି I

ଭିଟାମିନ ଇ ର ବ୍ୟବହାର
– ଭିଟାମିନ ଇ ତ୍ୱଚା ର ଦେଖାଶୁଣା କରିଥାଏ I ତ୍ୱଚା କୁ ଶୁଖିଲା ହେବାକୁ ଦେଇ ନ ଥାଏ I ସୂର୍ଯ୍ୟ ଙ୍କ ର ହାନିକାରକ ଅଲ୍ଟ୍ରାଭାୟୋଲେଟ କିରଣ ରୁ ମଧ୍ୟ ଏହା ତ୍ୱଚା କୁ ରକ୍ଷ୍ୟା କରିଥାଏ I

-ଏହା ଲାଲ ରକ୍ତ କଣିକା ର ନିର୍ମାଣ କରିଥାଏ I

-ଗବେଷଣା ରୁ ଏହା ମଧ୍ୟ ଜଣାଯାଇଛି କି ଶରୀର ରେ ଭିଟାମିନ ଇ ଅଧିକ ଥିଲେ ହୃତଘାତ ପରି ସମସ୍ୟା ମଧ୍ୟ କମ ରହିଥାଏ I

-ଭିଟାମିନ ଇ କ୍ୟାନ୍ସର ପରି ରୋଗ ରୁ ମଧ୍ୟ ଶରୀର କୁ ରକ୍ଷ୍ୟା କରିଥାଏ I ଯେଉଁ ଲୋକ ଙ୍କ ର କ୍ୟାନ୍ସର ହେଇଥାଏ ତାଙ୍କ ଶରୀର ରେ ଭିଟାମିନ ଇ ର ମାତ୍ରା କମିଯାଇଥାଏ I

-2010 ରେ ହେଇଥିବା ଏକ ସର୍ବେ ରୁ ଜଣାଯାଇଛି କି ଯେଉଁ ଲୋକେ ଭିଟାମିନ ଇ ର ସପ୍ଲିମେଣ୍ଟ ନେଇଥାନ୍ତି ତାଙ୍କୁ ଅଲଜଇମ୍ସ ହେବାର ଆଶଙ୍କା କମ ରହିଥାଏ I

– ଭିଟାମିନ ଇ ସେବନ ଦ୍ୱାରା ମହିଳା ଙ୍କ ର ମାସିକ ଋତୁସ୍ରାବ ସମସ୍ୟା ରେ ଯନ୍ତ୍ରଣା କୁ ମଧ୍ୟ କମ କରିଥାଏ I

-ଭିଟାମିନ ଇ ଦ୍ୱାରା ଡାଇବେଟିଜ ପରି ଆଶଙ୍କା ମଧ୍ୟ କମ ରହିଥାଏ I

-ଭିଟାମିନ ଇ କାରଣ ରୁ ହିଁ ମହିଳା ଙ୍କ ର ସ୍ତନ କର୍କଟ ଅନେକାଂଶ ରେ କମିଯାଇଥାଏ I

-ଭିଟାମିନ ଇ ସେବନ ଦ୍ୱାରା ମହିଳା ଙ୍କ ର ବାଳ ଝାଡ଼ିବା ସମସ୍ୟା ଅନେକାଂଶ ରେ କମ ହେଇଥାଏ I

-ଏହା ଶରୀର ର କୋଲେଷ୍ଟ୍ରଲ ର ମାତ୍ରା କୁ ମଧ୍ୟ ନିୟନ୍ତ୍ରଣ କରିଥାଏ I

ଭିଟାମିନ ଇ ର କମି ରହିଲେ କେଉଁ ଲକ୍ଷଣ ଦେଖାଯାଇଥାଏ
1.ଶରୀର ର ସବୁ ଅଙ୍ଗ ସୁଚାରୁରୂପେ କାମ ନ କରିବା I
2.ମାଂସପେଶୀ ଗୁଡିକ ଅଚାନକ କମଜୋର ହେଇଯିବା I
3.ଦୃଷ୍ଟିଶକ୍ତି କମିଯିବା ପରି ସମସ୍ୟା ମଧ୍ୟ ଦେଖିବା କୁ ମିଳିଥାଏ I
4.ଦେଖିବା ରେ ସମସ୍ୟା ଉପୁଜିବା ଅର୍ଥାତ ସବୁ ଝାପ୍ସା ଦେଖାଯିବା I
5.ଚାଲିବା ସମୟ ରେ ଗୋଡ଼ ଦରଜ ହେବା ଓ କମଜୋରୀ ଅନୁଭବ କରିବା I
6.ପ୍ରଜନନ କ୍ଷମତା ମଧ୍ୟ କମଜୋର କରିଥାଏ I

ସାଇଡ ଇଫେକ୍ଟ
ଭିଟାମିନ ଇ ଯୁକ୍ତ ଖାଦ୍ୟ ର ସେବନ କରିବା ଦ୍ୱାରା ଶରୀର ର କୌଣସି ସମସ୍ୟା ହେଇ ନ ଥାଏ I କିନ୍ତୁ ସପ୍ଲିମେଣ୍ଟ ଭାବ ରେ ଭିଟାମିନ ଇ ର ହାଇ ଡୋଜ ନେବା ହାନିକାରକ ହେଇପାରେ I ଅଧିକ ଭିଟାମିନ ଇ ସେବନ ଦ୍ୱାରା ମସ୍ତିଷ୍କ ରେ ରକ୍ତ ସ୍ରାବ ମଧ୍ୟ ହେଇପାରେ I ଗର୍ଭବତୀ ମହିଳା ଙ୍କ ର ଅଧିକ ଭିଟାମିନ ଇ ସେବନ ଦ୍ୱାରା ଜନ୍ମ ହେବାକୁ ଥିବା ପିଲାଟି ପାଁଇ ମଧ୍ୟ ଏହା ସମସ୍ୟା ର କାରଣ ହେଇପାରେ I

ଯେଉଁ ଲୋକ ଙ୍କ ର ଭିଟାମିନ ଇ ର କମି ରହିଛି ସେମାନେ ମଧ୍ୟ ଅଧିକ ଭିଟାମିନ ଇ ର ସେବନ କରିବା ଉଚିତ ନୁହେଁ I ଅଧିକ ମାତ୍ରା ରେ ଭିଟାମିନ ଇ ର ସେବନ ଦ୍ୱାରା ମନୁଷ୍ୟ ର ମୃତ୍ୟୁ ମଧ୍ୟ ହେଇପାରେ I

ଭିଟାମିନ ଇ ର ଅନ୍ୟ ସ୍ରୋତ
ଆମ ଶରୀର ଭିଟାମିନ ଇ ର ନିର୍ମାଣ କରିପାରିବ ନାହିଁ I ତେଣୁ ଆପଣ ଆହାର ସ୍ୱରୂପ ଭିଟାମିନ ଇ ଯୁକ୍ତ ଖାଦ୍ୟ ର ସେବନ କରିବା ଉଚିତ I ସବୁ ଲୋକେ ଖାଦ୍ୟ ପ୍ରସ୍ତୁତ କରିବା ର ଯେଉଁ ତେଲ ବ୍ୟବହାର କରୁଛନ୍ତି ସେଥିରେ ମଧ୍ୟ ଏହି ଭିଟାମିନ ଇ ରହିଥାଏ I ଲୋକେ ନିଜ ର ବାଳ ଓ ତ୍ୱଚା ର ସୁନ୍ଦରତା ପାଁଇ ମଧ୍ୟ ଭିଟାମିନ ଇ ର ବ୍ୟବହାର କରିଥାନ୍ତି I

ବାଳ ରେ ଏପରି କରିବେ ବ୍ୟବହାର
ବାଳ କୁ ସିଲାକି ଓ ଚମକ କରିବା ପାଁଇ ଭିଟାମିନ ଇ ବିଶେଷ ଲାଭକାରୀ ହେଇଥାଏ I ଭିଟାମିନ ଇ କ୍ୟାପ୍ସୁଲ ରେ ସାମାନ୍ୟ ଦହି ମିକସ କରି ଏହା କୁ ତ୍ୱଚା ରେ ଲଗାଇ ଦିଅନ୍ତୁ I ଦହି ପରିବର୍ତେ ଆପଣ ନଡ଼ିଆ ତେଲ ର ବ୍ୟବହାର ମଧ୍ୟ କରିପାରିବେ I

ରାତି ରେ ଚେହେରା ରେ ଲଗାନ୍ତୁ
ରାତି ରେ ଶୋଇବା ପୂର୍ବ ରୁ ଭିଟାମିନ ଇ ଓ ଏଲୋବିରା ଜେଲ କୁ ମିକସ କରିକି ଚେହେରା ରେ ଲଗାନ୍ତୁ I ଏବଂ ସକାଳୁ ସାଧା ପାଣି ରେ ଏହା କୁ ଧୋଇ ଦିଅନ୍ତୁ I

ଆଖି ତଳ ର କଳା ଦାଗ
ଭିଟାମିନ ଇ କୁ ବାଦାମ ତେଲ ସହ ମିଶାଇ ଆଖି ତଳେ ଲଗାଇବା ଦ୍ୱାରା ଧୀରେ ଧୀରେ ଆଖି ତଳ ର କଳା ଦାଗ ମଧ୍ୟ ଦୂର ହେଇଥାଏ I ଏପରି ଆପଣ 1-2 ସପ୍ତାହ କରିବା ଉଚିତ I

ଗୋଡ଼ ଫାଟିବା ସମସ୍ୟା
ଯଦି ଆପଣ ଙ୍କ ର ଗୋଡ଼ ଫାଟିବା ପରି ସମସ୍ୟା ଦେଖାଯାଇଥାଏ ତେବେ ଏକ ଚାମଚ ପେଟ୍ରୋଲ ଜେଲି ଅର୍ଥାତ ଭେସଲିନ ସହ ଭିଟାମିନ ଇ ମିଶାଇ ଗୋଡ଼ ରେ ଲଗାନ୍ତୁ I ଏକ ସପ୍ତାହ ରେ ଆପଣ ଙ୍କ ର ଗୋଡ଼ ର ଗୋଇଠି ଫାଟିବା ସମସ୍ୟା ଦୂର ହେବ I

ଓଠ ର ସୁନ୍ଦରତା
ଭିଟାମିନ ଇ ତେଲ ଏକ ଚାମଚ ମହୁ ମିଶାଇ ଶୋଇବା ପୂର୍ବ ରୁ ଓଠ ରେ ଲଗାନ୍ତୁ I ପ୍ରାୟ 2 ସପ୍ତାହ ଏପରି ଲଗାଇବା ଦ୍ୱାରା ଓଠ ର ସୁନ୍ଦରତା ଫେରି ଆସିଥାଏ I

ପ୍ରତୋକ ଲୋକ ଙ୍କ ର ତ୍ୱଚା ମଧ୍ୟ ଭିର୍ନ ଭିର୍ନ ହେଇଥାଏ ତେଣୁ ଏହି ସବୁ ଉପାୟ କୁ ଆପଣେଇବା କୁ ହେଲେ ଆପଣ ଡାକ୍ତର ଙ୍କ ର ପରାମର୍ଶ ନେଇ କରିବା ଉଚିତ ହେବ I