ବିବାହ ପରେ ମୁହଁ ଦେଖେଇ ପରି ପରମ୍ପରା ଆମ ର କାହିଁ କେଉଁ କାଳରୁ ଚାଲି ଆସୁ ଅଛି .
ଏହା ହେଲା ସ୍ୱାମୀ ବିବାହ ପରେ ମୁହଁ ଦେଖେଇ ସମୟରେ ସ୍ତ୍ରୀ କୁ କିଛି ନା କିଛି ଦେଇଥାଏ .
ତ୍ରେତୟା ଯୁଗରେ ଯେତେବେଳେ ପ୍ରଭୁ ଶ୍ରୀ ରାମ ତାଙ୍କ ପତ୍ନୀ ସୀତାଙ୍କୁ ଏକ ଅମୁଲ୍ୟ ଉପହାର ଦେଇଥିଲେ ମାତା ସୀତା ବହୁତ ପ୍ରସନ୍ନ ହୋଇଥିଲେ .
ତେବେ ଆଜି ଆସନ୍ତୁ ଜାଣିବା କଣ ସେଇ ଉପହାର
ମୁହଁ ଦେଖେଇ ପ୍ରଥା .
ବାଟିକାରେ ହେଇଥିଲା ରାମ -ସୀତା ଙ୍କ ପ୍ରଥମ ଦେଖା
ଭଗବାନ ବିଷ୍ଣୁ ଙ୍କ ଅବତାର ପ୍ରଭୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ବିଭାଗର କୁ ନେଇକି ରାମାୟଣ ରେ ଏକ ସୁନ୍ଦର ପ୍ରସଙ୍ଗ ଉପରେ କିଛି ବିଷୟ ବସ୍ତୁ ଆଧାରିତ ହେଇଚି .
ବାଟିକାରେ ମା ଗୌରୀ ଙ୍କ ପୂଜା ପାଇ ଉଭୟ ଆସିଥାନ୍ତି ଏବଂ ପ୍ରଥମ ଦେଖାରେ ହିଁ ମାତା ସୀତା ପ୍ରଭୁ ଶ୍ରୀ ରାମ ଙ୍କୁ ସ୍ୱାମୀ ରୂପରେ ସ୍ୱୀକାର କରିଥିଲେ ଏବଂ ଗୌରୀ ମନ୍ଦିର ରେ ପ୍ରାଥନା କରିଥିଲେ ଯେ ସେ ତାଙ୍କୁ ହିଁ ବିବାହ କରିବେ .
ପ୍ରଭୁ ଶ୍ରୀ ରାମ ଙ୍କ ବିଭାଘର ରେ ସବୁ ଦେବା ଦେବୀ ଉପସ୍ଥିତ ଥିଲେ
ଗୌରୀ ଦେବୀ ମାତା ସୀତା ଙ୍କ ପ୍ରାଥନା ଶୁଣନ୍ତି ଏବଂ ଶ୍ରୀ ରାମ ଚନ୍ଦ୍ର ଙ୍କୁ ସ୍ୱାମୀ ରୂପରେ ପାଇଲେ .ରାମ ଚନ୍ଦ୍ରଙ୍କ କୁଣ୍ଡଳୀରେ କିଛି ଅଶୁଭ ଯୋଗ ଥିବାରୁ ଦୁହିଁଙ୍କ ବିବାହରେ ଅନେକ ବାଧା ବିଘ୍ନ ଆସିଥିଲା କିନ୍ତୁ ଶେଷରେ ଏହି ବିଭାଗର ଟି ସମ୍ପୂର୍ଣ ହେଇଥିଲା .
ବିବାହ ପରେ ମୂହାଦେଖେଇ ସମୟ କୌଣସି ଭୌତିକ ବସ୍ତୁ ପରବର୍ତେ ଏକ ଏପରି ବଚନ ଦେଇଥିଲେ ଯାହା ଫଳରେ କି ମାତା ସୀତା ଅତି ପ୍ରସନ ହେଇଥିଲେ .
ସେ ତାଙ୍କ ବଚନରେ ଏଇ କଥା କହିଲେ କି ସୀତାଙ୍କ ଛଡା ତାଙ୍କ ଜୀବନରେ ଅନ୍ୟ କେହି ନାରୀ କେବେ ବି ଆସିବେନି .ଏହି ବଚନ ଶୁଣି ମାତା ପ୍ରସନ ହେଇଥିଲେ .