କୁହାଯାଇଥାଏ ପିତାମାତା ପାଁଇ ପିଲାମାନେ ଏକ ଇନଭେସ୍ଟି ପରି ଅଟନ୍ତି I ବାପା ମା ପିଲା ଙ୍କ ପାଁଇ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି ତାଙ୍କୁ ବଡ଼ ବି କରିଥାନ୍ତି କିନ୍ତୁ ବଡ଼ ହେଲେ ସେମାନେ ତାଙ୍କ ପିତାମାତା ଙ୍କୁ ପୋଷିବେ ଏହା ର କୌଣସି ଗ୍ୟାରେଣ୍ଟି ନ ଥାଏ I ପୁଅ କୁ ମଣିଷ କରିବାକୁ ବାପା ନିଜ ର ଅଧା ଜୀବନ କୁ ବିତାଇଦେଇଥାଏ ଯାହା ଦ୍ୱାରା କି ପୁଅ ତାଙ୍କ ର କିପରି ଜୀବନ ରେ ସଫଳ ହେବ I ପିଲା ଙ୍କୁ ଯେପରି ଆଗାମୀ ଜୀବନ ରେ କୌଣସି ଦୁଃଖ ର ସମୁଖୀନ କରିବାକୁ ନ ପଡିବ I ପିଲା ଙ୍କ ର ପାଠ ପଢା ରୁ ନେଇ ପକେଟ ଖର୍ଚ୍ଚ ପର୍ଯ୍ୟନ୍ତ ବାପା ସବୁ କିଛି ଖର୍ଚ୍ଚ କରିଥାନ୍ତି I କିନ୍ତୁ ଆଜିକା ସମୟ ରେ ପିଲାମାନେ ମଣିଷ ହେଇ ବାପା ମା ଙ୍କୁ ହିଁ ଭୁଲି ଯାଇଥାନ୍ତି I
ଆଜି ଆମେ ଆପଣ ଙ୍କୁ ଏକ ଏପରି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ I ଯାହା ଙ୍କ ର ପୁଅ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛି କିନ୍ତୁ ତାଙ୍କ ପିତା ଆଜି ରେଳ ଷ୍ଟେସନ ରେ ବିସ୍କୁଟ ବିକୁଛନ୍ତି I
ଏହି ବ୍ୟକ୍ତି ଙ୍କ ର ନାମ ହେଉଛି ସିନନା ସ୍ୱାମୀ I ସେ ଜଣେ କ୍ରିକେଟ ଖେଳାଳି ଙ୍କ ର ପିତା ଅଟନ୍ତି I ଏବଂ ଲୋକେ ତାଙ୍କୁ ଭଗବାନ ପରି ପୂଜା କରିଥାନ୍ତି I ତେବେ ସେ ହେଉଛନ୍ତି ଶ୍ରୀଲଙ୍କା ର ସ୍ପିନର ଖେଳାଳି ମୁଠେୟା ମୁରଲୀଧରନ I ମୁରଲୀଧାରନ ଆଜି କୋଟି କୋଟି ଟଙ୍କା ର ମାଲିକ ଅଟନ୍ତି I କିନ୍ତୁ ତାଙ୍କ ପିତା ଆଜି ବି ବିସ୍କୁଟ ବିକି ଜୀବନ ବିତାଉଛନ୍ତି I
ଏକ ଶ୍ରୀ ଲଙ୍କା ଖବର ପତ୍ରିକା ମୁତାବିକ ଏକ ଇଣ୍ଟରଭିୟୁ ରେ ସିନନା ସ୍ୱାମୀ କହିଛନ୍ତି ସେ ଆଜି ବି ବିସ୍କୁଟ ବିକୁଛନ୍ତି ଏବଂ ସେ କେବେ ହେଲେ ନିଜ ପୁଅ ର ନାମ କୁ ବ୍ୟବହାର କରି ନାହାନ୍ତି I ସେ ଚାହିଁଥିଲେ ନିଜ ପୁଅ ର ନାମ କୁ ନେଇ ବ୍ୟବସାୟ ବଢ଼ିପାରିଥାନ୍ତେ କିନ୍ତୁ ସେ ଏପରି କରି ନାହାନ୍ତି I
ସିନନା ସ୍ୱାମୀ ଏହା ବି କହିଛନ୍ତି ସେ ତାଙ୍କ ର ଲାଭ ପାଁଇ ତାଙ୍କ ପୁଅ ଙ୍କ ର ନାମ କୁ ବ୍ୟବହାର କରି ନାହାନ୍ତି I ସେ ଏହା ବି କହିଛନ୍ତି ମୁରଲୀଧରନ ଙ୍କ ନାମ ର ବ୍ୟବହାର କରି ସେ ତାଙ୍କ ର କ୍ଷତି କରିବାକୁ ଚାହୁଁନାହାନ୍ତି କାରଣ ଶ୍ରୀ ଲଙ୍କା ର ଏକ ବଡ଼ ବ୍ରାଂଡ଼ ର ବିସ୍କୁଟ ର ପ୍ରମୋଟର ହେଉଛନ୍ତି ତାଙ୍କ ପୁଅ I ପୁଅ ଙ୍କ ର ଅଲିଶାନ ଘର ଥାଇ ବି ତାଙ୍କ ପିତା ଆଜି ବି ରେଳ ଷ୍ଟେସନ ରେ ବିସ୍କୁଟ ବିକୁଛନ୍ତି I