Big Breaking: ପୁଣି ଖୋଲିଲା ରେଙ୍ଗାଲି, ଏହି ଜିଲ୍ଲାକୁ ଆସିବ ବଡ ବନ୍ୟା, ସାବଧାନ ରହିବାକୁ ସୂଚନା ଦେଲେ ଜିଲ୍ଲା ପାଳ

ନମସ୍କାର ବନ୍ଧୁଗଣ ହୀରାକୁଦ ପରେ ପୁଣି ରେଙ୍ଗାଲି ଖୋଲିଲା ଗେଟ୍ ଯାଜପୁର ଜିଲ୍ଲାରେ ଡର। ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ୪ ଜିଲ୍ଲାରେ ବନ୍ୟା ଆଶଙ୍କା। ODRF, NDRF ଓ ଅଗ୍ନିଶମ ବାହିନୀ ମୁକ୍ତାୟନ। ତେବେ କଣ ରହିଛି ବନ୍ୟା ଜନିତ ଖବର ନିହାତି ଜାଣି ରଖନ୍ତୁ।

ଅନୁଗୁଳ ଜିଲ୍ଲା ସ୍ଥିତ ରେଙ୍ଗାଲି ଡ୍ୟାମ୍ ଗୁରୁବାର ୩ ଟି ଗେଟ୍ ଖୋଲା ଯାଇଛି। ଦିନ ୧୧ଟା ବେଳେ ଗୋଟିଏ ଗେଟ୍ ଖୋଲିଥିବା ବେଳେ ସନ୍ଧ୍ୟାରେ ଆଉ ଦୁଇଟି ଗେଟ୍ ଖୋଲା ଯାଇଛି। ନିଷ୍କାସିତ ଜଳ ୩୬ ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲାର ବରୀ ବ୍ଲକରେ ପହଞ୍ଚିବ ଏହାଯୋଗୁଁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ଘଟି ଯାଜପୁର ଜିଲ୍ଲା ବରୀରେ ପୁଣିଥରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ ଜେନାପୁର ଠାରେ ଜଳସ୍ତର ବିପଦ ସଂକେତ ୬୭ ଫୁଟ୍ ଥିବାବେଳେ ବର୍ତ୍ତମାନ ୬୦ ଫୁଟ୍ ରେ ପ୍ରବାହିତ ହେଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ୪ ଜିଲ୍ଲାରେ ବନ୍ୟା ଆଶଙ୍କା ଛତିଶଗଡ଼ରେ ହୀରାକୁଦ ଜଳସ୍ତର ବୃଦ୍ଧି ପାଇଛି ଫଳରେ ଡ୍ୟାମର ୨୮ ଗେଟ୍ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ ଗୁଡ଼ିକରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା।

ହୀରାକୁଦ ଜଳଭଣ୍ଡାରରୁ ଛଡା ଯାଇଥିବା ପାଣି ଶନିବାର ସକାଳ ସୁଧା ମୁଣ୍ଡୁଳୀରେ ପହଞ୍ଚିବ ସକାଳ ଓ ମଧ୍ୟମ ଭିତରେ ମୁଣ୍ଡୁଳୀରେ ୮ ଲକ୍ଷ କ୍ୟୁସେକ୍ସ୍ ପାସ୍ କରିବ। ରାତି ସୁଦ୍ଧା ତଳିଆ ଅଞ୍ଚଳର ପାଣି ପଶିବ ଫଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ।

ଏହି ପାରିସ୍ଥିତିକୁ ନଜରରେ ରଖି କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ, କଟକ, ଯାଜପୁର ଓ ପୁରୀ ଭଳି ୬ ଟି ଜିଲ୍ଲାରେ ୩୦ଟି ODRF, ୧୨ଟି NDRF ଏବଂ ଅଗ୍ନିଶମବାହିନୀର ୧୦ଟି ଟିମ୍ କୁ ମୁକ୍ତାୟନ କରାଯାଇଛି। ସେପଟେ ୧୮ରୁ ଆଉ ଏକ ଲଘୁଚାପର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଯଦି ଏହିଭଳି ବର୍ଷା ଲାଗିରହେ ତେବେ ବଡ଼ ବନ୍ୟା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ।