ରାକ୍ଷୀ ସାୱନ୍ତଙ୍କର ବାଥରୁମ ଭିଡ଼ିଓ ହେଲା ଭାଇରଲ, ଦେଖିଲା ପରେ ଲୋକ ହେଇଗଲେ ବେହୋସ …

ରାକ୍ଷୀ ସାୱନ୍ତଙ୍କୁ କିଏ ବା ନଜାଣେ | ସେ ନିଜର ଅଜବ ଗଜବ କାମ ପାଇଁ ଗଣମାଧ୍ୟମର ହେଡଲାଇନ ରେ ଥାନ୍ତି | ରାକ୍ଷୀ ସବୁବେଳେ ସୋସିଆଲମିଡ଼ିଆ ସକ୍ରିୟ ରହିଥାନ୍ତି | ବାହାଘର ହେଲା ପରଠାରୁ ସେ ନିଜର ଭିଡ଼ିଓ ଫୁଟେଜ ସେୟାର କରିବାରେ ବ୍ୟସ୍ତ ରହୁଛନ୍ତି | କିନ୍ତୁ ରାକ୍ଷୀଙ୍କର ବାଥରୁମ ଭିଡ଼ିଓ ଟି ଅଧିକ ଭାଇରଲ ହୋଇଛି | ଆସନ୍ତୁ ଆପଣ ମାନଙ୍କୁ ସେହି ଭିଡ଼ିଓ ସମ୍ପର୍କରେ ଜଣେଇବୁ |

ବାସ୍ତବରେ, ଏହି ଭିଡ଼ିଓରେ ରାକ୍ଷୀଙ୍କୁ ବାର୍ଥଟବ ରେ ଗାଧଉଥିବା ର ଦେଖିବାକୁ ମିଳିଛି | ସେହି ଭିଡ଼ିଓ ରେ ସେ କହୁଛନ୍ତି ଯେ, ‘ମୁଁ ଏବେ ୟୁକେ ରେ ଅଛି ଏବଂ ମୁଁ ପୁଣିଥରେ ବୋଲିଉଡ଼ କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚାହୁଁଛି | ଏଠାରେ ମୋର ମନ ଆଉ ଲାଗୁନାହିଁ | ମୁଁ ମାଆଙ୍କ ଅପରେସନ ପାଇଁ ମୁମ୍ବାଇ ଯାଇଥିଲି, ପୁଣିଥରେ ୟୁକେ ଫେରିଆସିଛି |’ ପୁଣି କହିଛନ୍ତି ଯେ, ‘ଏଠାରେ ସବୁକିଛି ଠିକଠାକ ଚାଲିଛି |ଏଠାକାର ଲୋକମାନେ ମୋତେ ଭଲ ପାଉଛନ୍ତି | ଲଣ୍ଡନ ର ରାଣୀ ମଧ୍ୟ ମୋର ଜଣେ ପ୍ରଶଂସକ | ମୋ ଘର ଏୟାରପୋଟ ନିକଟରେ ଥିଲେ ମଧ୍ୟ ମୋର ମନ ଏଠାରେ ଆଉ ଲାଗୁନାହିଁ | ମୁମ୍ବାଇ ରେ ଥିବା ମାଆ ଏବଂ ମୋର ପ୍ରଶଂସକ ମାନଙ୍କ ମୋର ବହୁତ ମନେ ପଡୁଛି |’


ରାକ୍ଷୀ ଏହି ଭିଡ଼ିଓରେ ଅନେକ ବୋଲିଉଡ଼ ତାରକା ତାଙ୍କୁ ଫୋନ କରୁଛନ୍ତି ବୋଲି କହିଛନ୍ତି | ସେ ବୋଲିଉଡ଼ର ସାଲମନ ଖାନ, ଶାହରୁଖ ଖାନ, ରଣବୀର ସିଂହ, ରଣବୀର କପୁର, ଦୀପିକା ପାଦୁକନ, ବିଦ୍ୟା ବଲାନ, ଆଲିଆ ଭଟ୍ଟ ଓ କୋରାନ ଜୋହର ଙ୍କ ନାମ ନେଇ କହିଛନ୍ତି ଯେ, ଏମାନେ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି |

ରାକ୍ଷୀ ନିଜର ଦୁଃଖ ଏହି ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ଜଣେଇଛନ୍ତି | ଏହି ଭିଡ଼ିଓ କୁ ଦେଖି ଅନେକ ଲୋକ ତାଙ୍କୁ ଟ୍ରଲ କରି ତାଙ୍କୁ ମୁମ୍ବାଇ ନଆସିବା ପାଇଁ କହିଛନ୍ତି |