ରେଳବାଇର ପୁଣି ଏକ କାର୍ନାମା,ଟିକେଟ ବିକ୍ର କରି ଟ୍ରେନରେ S-୧୧ କୋଚ ଲଗାଇବାକୁ ଭୁଲିଗଲେ ରେଳବାଇ, ଆଉ ତାପରେ

ରେଳବାଇ ର ମଧ୍ୟ ଅନେକ ସମୟ ରେ ତ୍ରୁଟି ଦେଖିବାକୁ ମିଳିଛି , ଏବଂ ଏହି କାରଣ ରୁ ସାଧାରଣ ଜନତା ମଧ୍ୟ ହଇରାଣ ହେଉଛନ୍ତି I କିନ୍ତୁ ଏପରି ଅନେକ ଭୁଲ ପରେ ଭୁଲ ରେଳବାଇ ତରଫରୁ ହେଇଚାଲିଛି I

ଭାରତୀୟ ରେଳବାଇ ନିଜ ର ସୁବିଧା କୁ ନେଇ ସର୍ବଦା ଚର୍ଚା ରେ ରହିଥାଏ I କେତେବେଳେ ଟ୍ରେନ ର ସଫେଇ କୁ ନେଇ ତ କେତେବେଳେ ପାସେଞ୍ଜର ଙ୍କୁ ନେଇ I କିନ୍ତୁ ବର୍ତମାନ ଚର୍ଚା ର କାରଣ ଅନ୍ୟ କିଛି ଅଟେ I ଯେତେବେଳେ ଆପଣ ଏକ ଟିକେଟ କରିକି ଷ୍ଟେସନ ପହଂଚୁଛନ୍ତି ଏବଂ ଟ୍ରେନ ରେ ସେହି ନମ୍ବର ର ବଗି ହିଁ ନ ଥିବ ତେବେ କଣ କରିବେ I

ଘଟଣା ଟି 18 ନଭେମ୍ବର ରେ ଜବଲପୁର ରେଳ ଷ୍ଟେସନ ରେ ଘଟିଯାଇଛି I ଏଠାରେ ନୂଆ ଦିଲ୍ଲୀ ଯାଉଥିବା ମହାକୌଶଳ ଏକ୍ସପ୍ରେସ ର ଅପେକ୍ଷ୍ୟା ରେ ଯାତ୍ରୀ ଥିଲେ I କିନ୍ତୁ ଯାତ୍ରୀ ମାନେ ସେତେବେଳେ ଆଶ୍ଚଯ୍ୟ ହେଲେ ଯେତେବେଳେ କନଫର୍ମ ଟିକେଟ ଥାଇ ମଧ୍ୟ ଟ୍ରେନ ରେ S – 11 କୋଚ ନ ଥିଲା I ସେଠାରେ ଯାତ୍ରୀମାନଙ୍କ ମଧ୍ୟ ରେ ଅସନ୍ତୋଷ ଦେଖିବାକୁ ମିଳିଥିଲା I

S – 11 କୋଚ ର ଟିକେଟ ଯାତ୍ରୀ ମାନେ ଅନ୍ୟ ବଗି ରେ ଅଡ଼ଜେଷ୍ଟ ହେଇଯାଇଥିଲେ ଏବଂ ଆଗାମୀ ରେଳ ଷ୍ଟେସନ ରେ ମଧ୍ୟ ଏହା ର କୌଣସି ସମାଧାନ ହେଇ ନ ଥିଲା I ଯାତ୍ରୀ ଙ୍କ ର ଦାବି ରହିଥିଲା S – 11 କୋଚ ଲଗାଇବା କୁ I କିନ୍ତୁ ଟ୍ରେନ ଟି ବିନା S -11 କୋଚ ରେ ହିଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା I ଏପରି ଅନେକ ସମୟ ରେ ଦେଶ ର ଜନତା ରେଳ ବିଭାଗ ର ତ୍ରୁଟି କୁ ନେଇ ସମସ୍ୟା ର ସମୁଖୀନ କରୁଛନ୍ତି I