ଋଷୀୟ କରୋନା ଟୀକାର ଭୟାନକ ସତ ଆସିଲା ସାମ୍ନାକୁ ଜାଣିକି ଆପଣଙ୍କୁ ବି ଲାଗିବ ବଡ ଝଟକା

ସାରା ବିଶ୍ୱରେ କରୋନା ଭୁତାଣୁ ତାଣ୍ଡବ କରିବାରେ ମାତିଛି | ପ୍ରତେକ ଦିନ ଏହି ଭୁତାଣୁ ଦ୍ୱାରା ହଜାର ହଜାର ଲୋକ ଜୀବନ ହାରୁଛନ୍ତି | WHO ର ତାଲିକା ଅନୁଯାୟୀ ମୋଟ 165 ଟି କମ୍ପାନୀ ଏହି ମହାମାରୀ ର ଟୀକା କରିବାରେ ଲାଗିଛନ୍ତି | ଏହି କମ୍ପାନୀ ଗୁଡିକ ପ୍ରି କ୍ଲିନିକାଲ ଷ୍ଟେଜ କୁ ପହଞ୍ଚିଛନ୍ତି | ଏମାନଙ୍କ ମଧ୍ୟରୁ କେବଳ 23 ଟି କଂପାନୀ ମାନବ ଉପରେ ପରୀକ୍ଷା କରିପାରିବେ | ବାସ୍ତବରେ ଏମାନଙ୍କ ମଧ୍ୟରୁ ଏକ ଟୀକା କୁ ଲଞ୍ଚ ମଧ୍ୟ କରିଦିଆଗଲାଣି | ଏହି ଟୀକା ର ନାମ ହେଉଛି ସ୍ପୁଟିନିକ (SPUTNIK) | ଏହାକୁ ଋଷର ବୈଜ୍ଞାନିକ ମାନେ ତିଆରିକରିଛନ୍ତି ଏବଂ ଏହା ଦୁନିଆ ର ପ୍ରଥମ କରୋନା ଟୀକାର ମାନ୍ୟତା ପାଇଛି |

ଋଷର ରାଷ୍ଟପତି ଭ୍ଲାଦମିର ପୁଟିନ ଏହାର ଘୋଷଣା କରି କହିଛନ୍ତି ଯେ, ତାଙ୍କର ଦେଶ କରୋନା ଭୁତାଣୁ ର ପ୍ରଥମ ଟୀକା ବାହାର କରିନେଇଛି | ତାଙ୍କ ଝିଅଙ୍କୁ ମଧ୍ୟ ଏହି ଟୀକା ଦିଆଯିବାପରେ ସେ ସୁସ୍ଥ ଅଛନ୍ତି ବୋଲି ମଧ୍ୟ କହିଛନ୍ତି | କିନ୍ତୁ ଗୋଟିଏ ଅସୁବିଧା ହେଉଛି, ଏହା 18 ବର୍ଷରୁ କମ ଏବଂ 60 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଇ ପାରିବନାହିଁ | ଏହା ବ୍ୟତୀତ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କୁ ମଧ୍ୟ ଏହି ଟୀକା ଦିଆଯାଇ ପାରିବ ନାହିଁ |

ବାସ୍ତବରେ ଋଷ ର ସରକାରୀ ସୂଚନା ଅନୁଯାୟୀ fontanka ନିୟୁଜ ଏଜେନ୍ସି ଏକ ରିପୋର୍ଟ ରେ ଏ ସମ୍ପର୍କରେ ସୂଚନା ଦେଇଛି | ଏଥିରେ କୁହାଯାଇଛି କି, 18 ବର୍ଷରୁ କମ ଏବଂ 60 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯାଇ ପାରିବନାହିଁ | କାରଣ ଏହି ଟୀକା କୁ ଏହି ବୟସର ବ୍ୟକ୍ତିଙ୍କୁ ଦିଆ ଯାଇନାହିଁ ଏବଂ ଏହା ଏମାନଙ୍କ ଠାରେ କେତେମାତ୍ରା ରେ ପ୍ରଭାବ ପକାଇବ, ସେ ବିଷୟରେ କୌଣସି ସୂଚନା ମିଳିନାହିଁ | ଅର୍ଥାତ ଏହି ଟୀକା ଏହି ବୟସର ବ୍ୟକ୍ତିଙ୍କ ଠାରେ ପରୀକ୍ଷା କରାଯାଇନାହିଁ |

ଏହା ବ୍ୟତୀତ ଏହି ଟୀକା ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କୁ ମଧ୍ୟ ଏହି ଟୀକା ଦିଆଯାଇ ପାରିବ ନାହିଁ | ଅର୍ଥାତ ଯେଉଁ ମାନଙ୍କୁ ଏହି ଟୀକା ଦେବା ନିହାତି ଜରୁରୀ ସେମାନଙ୍କୁ ହିଁ ଏହା ଦିଆ ଯିବ ନାହିଁ |