ଦାହ ସଂସ୍କାର ସାରି ଫେରିବା ସମୟରେ ଏହି କାରଣ ପାଇଁ ପଛକୁ ବୁଲିକି ଦେଖିବା କଥା ନୁହେଁ !

ପୁରାଣ ରେ ଏହି କଥା ର ଉଲେଖ ରହିଛି କି ମୃତ୍ୟୁ ପରେ ମଧ୍ୟ ଆତ୍ମା ର ନିଜ ପରିବାର ସଦସ୍ୟ ଙ୍କ ପ୍ରତି ମୋହ ମାୟା ଓ ଶ୍ରଦ୍ଧା ଲାଗି ରହିଥାଏ I ଏବଂ ମୃତ୍ୟୁ ପରେ ଆତ୍ମା ଏହି ସବୁ ପ୍ରିୟ ବସ୍ତୁ ପାଖ ରେ ହିଁ ରହିବା କୁ ଚେଷ୍ଟା କରିଥାଏ I ଆପଣ ଦେଖିଥିବେ ଦାହ ସଂସ୍କାର କାର୍ଯ୍ୟ ସାରି ପଛ କୁ ବୁଲି ଦେଖିବା ଉଚିତ ନୁହେଁ I

– ଶବ ସତ୍କାର କରି ପଛ କୁ ଅନାଇବା ଉଚିତ ନୁହେଁ I କାରଣ ପଛ କୁ ବୁଲି ଦେଖିବା ଦ୍ୱାରା ଆତ୍ମା ର ନିଜ ଲୋକ ଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଭାବ ରହିଥାଏ I ତେଣୁ କୌଣସି ବି ବ୍ୟକ୍ତି ଶବ ସତ୍କାର କରି ପଛ କୁ ବୁଲି ଦେଖନ୍ତି ନାହିଁ I

-ଯେତେବେଳେ ଶବ କୁ ଜଳାଯାଇଥାଏ ତ ଏହା ଦ୍ୱାରା ଆତ୍ମା କୁ ବୁଝାଯାଇଥାଏ କି ସଂସାର ରେ ଆଉ ତାଙ୍କ ର ରହିବା ର ସମୟ ନାହିଁ I ଏବଂ ତାଙ୍କ ଶରୀର ସହ ଆଉ ତାଙ୍କର କୌଣସି ସମ୍ବନ୍ଧ ନାହିଁ I ତେଣୁ ସେହି ଆତ୍ମା ଙ୍କୁ ତାଙ୍କ ର ଦୁନିଆ କୁ ଫେରିଯିବା ଉଚିତ I

-ସଂସାର ର ମାୟା କୁ ତ୍ୟାଗ କରିବା ସହଜ ହେଇ ନ ଥାଏ I ଆତ୍ମା କୁ ମୁକ୍ତି ମିଳିବା କଷ୍ଟ ହେଇଥାଏ I ତେଣୁ ପରିବାର ଲୋକେ ପଛ କୁ ଅନାଇବା ଉଚିତ ନୁହେଁ I ଯାହା ଦ୍ୱାରା କୁ ସ୍ନେହ ଭାବନା ଦୂର ହେଇଥାଏ I ଆପଣ ଯଦି ପଛ କୁ ଅନାଇ ଦେଖନ୍ତି ତେବେ ସେହି ମର ଶରୀର ର ଆତ୍ମା ଆପଣ ଙ୍କ ପଛେ ପଛେ ଆସିପାରେ I

-ଅନେକ ସମୟ ରେ ଜୀବିତ ବ୍ୟକ୍ତି ଙ୍କ ର ଶରୀର କୁ ଆତ୍ମା ମଧ୍ୟ ପ୍ରବେଶ କରିଥାଏ I ତେଣୁ ଏପରି କ୍ଷେତ୍ର ରେ ଗର୍ଭବତୀ ମହିଳା ଙ୍କ ପାଁଇ ଏହା ବିପଦପୂର୍ଣ ମଧ୍ୟ ହେଇଥାଏ I