ସାରା ବିଶ୍ୱ ରେ ଗୋରା ଓ ସୁନ୍ଦର ତ୍ୱଚା ପାଇବା କୁ ପ୍ରତୋକ ଲୋକେ ଇଛୁକ I ତେଣୁ ବଜାର ରୁ ଅନେକ ପ୍ରକାର ର କ୍ରିମ ଆଦି କିଣିଥାନ୍ତି I ବଜାର ରେ ମଧ୍ୟ ଅନେକ ପ୍ରକାର ର ବ୍ୟୁଟି ପ୍ରଡକ୍ଟ ମିଳିଯାଉଛି I ଯଦି ଆପଣ ଏହିପରି ବିଜ୍ଞାପନ ଆଦି କୁ ଦେଖି ପ୍ରଭାବିତ ହେଉଛନ୍ତି ଓ ଏହିପରି ବ୍ୟୁଟି ପ୍ରଡକ୍ଟ ର ବ୍ୟବହାର କରୁଛନ୍ତି ତେବେ ସାବଧାନ ହେଇଯାନ୍ତୁ I
ଭାରତ ସମେତ ସାରା ଦୁନିଆ ରେ ଗୋରା ହେବା ର ଉଦାହରଣ ଦେଇ ଅନେକ ପ୍ରଡକ୍ଟ ବିକ୍ରୟ ହେଇଥାଏ I ଅନଲାଇନ ରୁ ମଧ୍ୟ ଏହି ପରି ଅନେକ ପ୍ରଡକ୍ଟ ଲୋକେ କିଣିଥାନ୍ତି I କିନ୍ତୁ ଅନେକ ଏପରି ପ୍ରଡକ୍ଟ ବିକ୍ରୟ ହେଉଛି ଯାହା କି ମରକ୍ୟୁରୀ ଯୁକ୍ତ ପ୍ରଡକ୍ଟ ଅଟେ I ଏହି ପ୍ରଡକ୍ଟ ଉପରେ ଭାରତ ସରକାର ପ୍ରତିବନ୍ଧ ଲଗାଇଛନ୍ତି I
ରିପୋର୍ଟ ଅନୁସାରେ
12 ଗୋଡି ଦେଶ ମରକ୍ୟୁରୀ ପ୍ରଦୂଷଣ ରେ କରୁଥିବେ ସଂସ୍ଥା ଗ୍ଲୋବାଲ ଆଲୟସ ଅଫ NGO ଫର ଜିରୋ ମରକ୍ୟୁରୀ ୱର୍କିଙ୍ଗ ଗୃପ ରୁ ଏହା ଜଣାଯାଇଛି I 158 ସ୍କିନ କ୍ରିମ କୁ ନେଇ ମଧ୍ୟ ଗବେଷଣା କରାଯାଇଛି I ଯେଉଁଥିରେ 95 ସାମ୍ପଲ ରେ ମରକ୍ୟୁରୀ ର ମାତ୍ରା 40 ପିପିଏମ ରୁ 113000 ପିପିଏମ ରହିଛି I କିନ୍ତୁ ସରକାର ଙ୍କ ର ନିୟମ ଅନୁସାରେ ଏହା ର ମାତ୍ରା 1 ପିପିଏମ ରହିବା ଉଚିତ I
ଏସିଆ ରେ ହେଉଛି ଏହି ପ୍ରଡକ୍ଟ
ଭାରତ ରେ ଗୋରା ହେବାକୁ ଅନେକ ପ୍ରକାର ର କ୍ରିମ ବିକ୍ରୟ ହେଉଛି I ଆପଣ ୱେବସାଇଟ ଓ ଅନେକ ଦୋକାନ ଆଦି ରୁ ସହଜ ରେ ଏହା କିଣିପାରିବେ ତେବେ ବିଗତ ଦିନ ରେ ଆମେଜନ ର କ୍ରିମ ରେ 9 ସାମ୍ପଲ , ଫ୍ଲିପକାଟ ର 2 ଗୋଟି ସମ୍ପଲ ଓ ବଜାର ରୁ 5 ଗୋଟି ସାମ୍ପୁଲ ନିଆ ଯାଇଥିଲା I ଏହି ସବୁ ପ୍ରଡକ୍ଟ ରୁ 62 ପ୍ରତିସଦ ପ୍ରଡକ୍ଟ ପାକିସ୍ତାନ ରେ ନିର୍ମିତ ହେଉଛି I ଥାଇଲାଣ୍ଡ ରେ 19 ପ୍ରତିସଦ ଓ ଚୀନ ରେ 13 ପ୍ରତିସଦ ନିର୍ମାଣ ହେଉଛି I 12 ଦେଶ ରେ 158 ସାମ୍ପୁଲ ଟେଷ୍ଟ ରେ 60 ପ୍ରତିସଦ ପ୍ରଡକ୍ଟ ରେ ମରକ୍ୟୁରୀ ର ମାତ୍ରା 1 ପିପିଏମ ରହିଛି I
ମରକ୍ୟୁରୀ ପାଁଇ ଟେଷ୍ଟ ହେଇଥିବା କ୍ରିମ
ଅନିଜା ଗୋଲଡି ବ୍ୟୁଟି କ୍ରିମ – ପାକିସ୍ତାନ – ଆମ୍ୱେଜନ ଇଣ୍ଡିଆ – 54.60 PPM
ଫେସ ଫ୍ରେସ ୱାଇଟିଂ କ୍ରିମ – ପାକିସ୍ତାନ – ଆମ୍ୱେଜନ ଇଣ୍ଡିଆ – 97906 PPM
ଫଜା ବ୍ୟୁଟି ୱାଇଟିଂ କ୍ରିମ- ପାକିସ୍ତାନ – ଗଫଫର ମାର୍କେଟ – 50 PPM
ପାର୍ଲ କ୍ରିମ – ପାକିସ୍ତାନ – ଗଫଫର ମାର୍କେଟ – 113833 PPM
ଷ୍ଟାରଣ୍ଡାର୍ଡ ର ଉଲଂଘନ
ଭାରତ ସମେତ ଦୁନିଆ ରେ 110 ଦେଶ ରେ ମିନାମାଟା କନ୍ଭେନସ୍ନ ଉପରେ ପ୍ରତିବନ୍ଧ ରହିଛି I ଏହି ନିୟମ ଅନୁସାରେ କସମେଟିକ ପ୍ରଡକ୍ଟ ରେ ମରକ୍ୟୁରୀ ର ମାତ୍ରା ନିର୍ଧାରଣ କରାଯାଇଥାଏ I ତେଣୁ ଏପରି ଅନେକ ପ୍ରଡକ୍ଟ ରେ ବର୍ତମାନ ଏହି ମରକ୍ୟୁରୀ ର ମାତ୍ରା ବେଆଇନ ରୂପେ ଅଧିକ ଦେଖିବା କୁ ମିଳିଛି I ଏହା ଅନ୍ତରାଷ୍ଟ୍ରୀୟ ଷ୍ଟାଣ୍ଡାର୍ଡ ର ଉଲଂଘନ ଅଟେ I
ମରକ୍ୟୁରୀ ରୁ କ୍ୟାନ୍ସର ଆତଙ୍କ
ମରକ୍ୟୁରୀ ଏକ ପ୍ରକାର ନ୍ୟୁରୋଟକ୍ସିନ ଅଟେ ଯାହା କି କିଡ୍ନୀ , ଲିଭର ଓ ଗର୍ଭ ରେ ଥିବା ସନ୍ତାନ ପାଁଇ ମଧ୍ୟ ହାନିକାରକ ଅଟେ I ମରକ୍ୟୁରୀ ଦ୍ୱାରା ଶରୀର ରେ କ୍ୟାନସର ର ଆଶଙ୍କା ଅଧିକ ହେଇଥାଏ I
ତ୍ୱଚା ରୋଗ
WHO ର ଗବେଷଣା ଅନୁସାରେ କ୍ରିମ ରେ ବ୍ୟବହାର ହେଉଥିବା ମରକ୍ୟୁରୀ ଦ୍ୱାରା ତ୍ୱଚା ସମ୍ବନ୍ଧିତ ସମସ୍ୟା ର ଆରମ୍ଭ ହେଇଥାଏ I କିମ୍ବା PERIPHERAL NEUROPATHY ପରି ରୋଗ ର ଆରମ୍ଭ ହେଇଥାଏ I ଚୀନ ରେ 40 ପ୍ରତିସଦ ଲୋକେ ଓ ଭାରତ ରେ 61 ପ୍ରତିସଦ ଲୋକେ ଏହିପରି ଗୋରା ହେବାର ପାଁଇ କ୍ରିମ ର ବ୍ୟବହାର କରିଥାନ୍ତି I
ଇଂରେଜ ସମୟ ରେ ରହିଥିଲା ଏହିପରି କିଛି
କ୍ରିମ ଓ କସମେଟିକ ପ୍ରଡକ୍ଟ ରେ ଥିବା ପାରା ସର୍ବଦା ପାଣି ରେ ମିଶି ଯାଇଥାଏ I ଏବଂ ଏହା ପର୍ଯାବରଣ ପାଁଇ ହାନିକାରକ ଅଟେ I ଯାହା ଦ୍ୱାରା କି ଗୋରା ହେବା ପାଁଇ ଆପଣ ଙ୍କ ର ଇଚ୍ଛା କୁ ନେଇ ପରିବେଶ ପ୍ରଦୂଷିତ ହେଇଥାଏ I ତେଣୁ ଭାରତ ରେ ଏହି କସମେଟିକ ପ୍ରଡକ୍ଟ ରେ ମରକ୍ୟୁରୀ ବ୍ୟବହାର କୁ ସରକାର ଅନୁମତି ଦେଇନାହାନ୍ତି I ଏବଂ ଏହି ଗୋରା ହେବାର ଇଚ୍ଛା ଲୋକ ଙ୍କ ମନ ରେ ଇଂରେଜ ଙ୍କୁ ଦେଇ ଜାଗ୍ରତ ହେଇଥିଲା I