ସବୁ କର୍ମଚାରୀ ଙ୍କର ବେତନ ବୃଦ୍ଧିକୁ ନେଇ ଏହି ବଡ ନିଷ୍ପତି ନେବା ପାଇଁ ପ୍ରସ୍ତୁତରେ ମୋଦି ସରକାର; ନିଷ୍ପତି ଶୁଣିଲେ ସମସ୍ତେ ଖୁସି ହୋଇଯିବେ

ଔପଚାରିକ କ୍ଷେତ୍ର ରେ କାମ କରୁଥିବା ଲୋକେ ଓ ୱାର୍କର ଙ୍କ ର ସୁବିଧା ପାଁଇ କେନ୍ଦ୍ର ସରକାର ୱାନ ନେସନ ୱାନ ପେ ଡେ ସିଷ୍ଟମ ରେ ଆଲୋଚନା କରୁଛନ୍ତି I ଯଦି ଏହି ସିଷ୍ଟମ ଲାଗୁ ହେଇଥାଏ ତେବେ ସାରା ଦେଶ ରେ ସବୁ ସରକାରୀ କର୍ମଚାରୀ ଙ୍କ ର ଦରମା ଏକ ଦିନ ରେ ହିଁ ମିଳିପାରିବ I ଏହି କଥା ଶ୍ରମ ମନ୍ତ୍ରାଳୟ ର ମନ୍ତ୍ରୀ ସନ୍ତୋଷ ଗଙ୍ଗାବାର କହିଛନ୍ତି I

ସେଣ୍ଟ୍ରାଲ ଆସୋସିଏସନ ଅଫ ପ୍ରାଇବେଟ ସିକ୍ୟୁରିଟି ଇଣ୍ଡଷ୍ଟ୍ରି ତରଫରୁ ସିକ୍ୟୁରିଟି ଲିଡରସିପ ସିଷ୍ଟମ 2019 ରେ ଶ୍ରମ ମନ୍ତ୍ରୀ କହିଛନ୍ତି ବିଭିର୍ନ ସରକାରୀ କ୍ଷେତ୍ର ରେ କର୍ମଚାରୀ ଙ୍କୁ ଏକ ସମୟ ରେ ଦରମା ମିଳିବା ପାଁଇ ଯୋଜନା ଚାଲିଛି I ଏବଂ ସରକାର ଆଗାମୀ ଦିନ ରେ ଏହା କୁ ଲାଗୁ କରିବେ I

କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି କି 2014 ରେ ପଦଭାର ସମ୍ଭାଳିବା ପରେ ମୋଦି ସରକାର ଶ୍ରମ ଆଇନି ରେ ସୁଧାର ଆଣିଛନ୍ତି I ଏବଂ ଏହା ମଧ୍ୟ କୁହାଯାଇଛି କି 44 ଗୋଟି ଜଟିଳ ଶ୍ରମ ଆଇନି ରେ ସୁଧାର ଆସିଛି I ଏହି ଆଇନି ଆମ ପାଁଇ ଲାଭକାରୀ ହେବ I ଏହି କ୍ଷେତ୍ର ରେ ସରକାର ନିଜ ର ପ୍ରୟାସ ଜାରି ରଖିଛନ୍ତି I

ଶ୍ରମ ମନ୍ତ୍ରୀ କହିଛନ୍ତି ବ୍ୟବସାୟ କୁ ସହଜ କରିବାକୁ ହେଲେ ଆମେ ବିଭିର୍ନ ସେକ୍ଟର ରେ ସାମ୍ବିଧାନିକ ରୂପେ କାର୍ଯ୍ୟ କରୁଚୁ I ଏବଂ ସିଙ୍ଗଲ ପେଜ ସିଷ୍ଟମ ପାଁଇ ପ୍ରସ୍ତୁତି ଚାଲିଛି I ଯାହା ଦ୍ୱାରା ସବୁ ସମସ୍ୟା ର 48 ଘଣ୍ଟା ମଧ୍ୟ ରେ ସମାଧାନ ହେଇପାରିବ I ବର୍ତମାନ ସମୟ ରେ 90 ଲକ୍ଷ ସରକାରୀ କର୍ମଚାରୀ ଅଛନ୍ତି I ଆଗାମୀ କିଛି ବର୍ଷ ରେ ଏହା 2 କୋଟି ହେବାକୁ ଯାଉଛି I