ମାଙ୍କଡ଼ ମାନେ ସବୁଦିନ ଫସଲ ନଷ୍ଟ କରି ଚାଲିଯାଉଥିଲେ, ଚାଷୀ ଜଣଙ୍କ କୁକୁରକୁ କରିଦେଲେ ବାଘ ଆଉ ତାପରେ ..

ଏକ ଚାଷୀ ବହୁତ କଷ୍ଟ କରି ଚାଷ କରିଥାଏ I ଏବଂ ଅନେକ ଜୀବଜନ୍ତୁ ଆସି ତାଙ୍କ ଫସଲ ନଷ୍ଟ କରି ଦେଇଥାନ୍ତି I ଚାଷୀ ଙ୍କ ର ସବୁ ପରିଶ୍ରମ ବୃଥା ଯାଇଥାଏ I କିଛି ଚାଷୀ ପାଳ ଭୁତ ର ବ୍ୟବହାର କରିଥାନ୍ତି କିନ୍ତୁ ସବୁ କ୍ଷେତ୍ର ରେ ଏହା ସହାୟକ ହେଇ ନ ଥାଏ I ଏବଂ ଅନେକ କ୍ଷେତ୍ର ରେ ପଶୁ ପକ୍ଷୀ ଚାଷୀ ଙ୍କ ର ଫସଲ ନଷ୍ଟ କରିଦେଇଥାନ୍ତି I ଅଧିକାଂଶ କ୍ଷେତ୍ର ରେ ମାଙ୍କଡ଼ ଫସଲ ନଷ୍ଟ କରିବା ର ମୁକ୍ଷ୍ୟ କାରଣ ଅଟେ I ଏହି ପରି ଏକ ଘଟଣା ରେ କର୍ଣ୍ଣାଟକ ର ଜଣେ ଚାଷୀ ଙ୍କ ର ଫସଲ କୁ ଆସି ମାଙ୍କଡ଼ ନଷ୍ଟ କରିଦେଉଥିଲେ I ତେଣୁ ଚାଷୀ ଏକ ଉପାୟ ଚିନ୍ତା କରିଥିଲେ ଓ ମାଙ୍କଡ଼ ଙ୍କୁ ବିଲ ରୁ ଘଉଡାଇବା କୁ ଏକ ଅଭିନବ ପ୍ରୟାସ ଆପଣେଇଥିଲେ I

ନାଲୁରୁ ଗ୍ରାମ ରେ ଶ୍ରୀ କାନ୍ତ ଗୋଡା ନିଜ ର କୁକୁର କୁ ବାଘ ପରି ପେଣ୍ଟିଙ୍ଗ କରିଥିଲେ I ଏବଂ କୁକୁର ର ଶରୀର ର ଲୋମ ଅବିକଳ ଦେଖିବା କୁ ବାଘ ପରି ଅଟେ I ଶ୍ରୀ କାନ୍ତ ଙ୍କ ର ଏହି ଯୋଜନା ମଧ୍ୟ ବିଶେଷ ଫଳପ୍ରଦ ହେଇଥିଲା I ଏବଂ କୁକୁର ଟି କୁ ବିଲ ପାଖ ରେ ଛାଡିବା ପରେ ଆଉ ମାଙ୍କଡ଼ ଆସି ଫସଲ ନଷ୍ଟ କରି ନ ଥିଲେ I

ଶ୍ରୀକାନ୍ତ କହିଥିଲେ ଏହି ଅଭିନବ ପ୍ରୟାସ ର ଆଇଡ଼ିଆ ତାଙ୍କୁ ସେତେବେଳେ ମିଳିଥିଲା ଯେତେବେଳେ ସେ 4 ବର୍ଷ ପୂର୍ବ ରୁ ଉତ୍ତର କନ୍ନଡ଼ ଜିଲ୍ଲା କୁ ଯାଇଥିଲେ I ସେଠାରେ ଜଣେ ଚାଷୀ ନିଜ ଖେତ ରୁ ମାଙ୍କଡ଼ ଘଉଡାଇବା କୁ ବାଘ ର କଣ୍ଢେଇ ରଖିଥିଲେ I ଏହି ବାଘ ର କଣ୍ଢେଇ ଦେଖି ମଧ୍ୟ ମାଙ୍କଡ଼ ଡରି ପଳାଉଥିଲେ I କିନ୍ତୁ ଶ୍ରୀକାନ୍ତ ଏହା କୁ ନେଇ କିଛି ଅଲଗା କରିବା କୁ ଯୋଜନା କରିଥିଲେ ଏବଂ ନିଜ ର କୁକୁର କୁ ହିଁ ବାଘ ପରି ପେଣ୍ଟିଙ୍ଗ କରିଥିଲେ I

ଖେତ ରେ ଏହି କୁକୁର ଟି କୁ ଦେଖି ମାଙ୍କଡ଼ ମଧ୍ୟ ବାଘ ଭାବି ଡରି ପଳାଉଛନ୍ତି I ଏହା ଦେଖି ଅନ୍ୟ ଚାଷୀ ଭାଇ ମଧ୍ୟ ବେଶ ପ୍ରେରିତ ହେଇଛନ୍ତି I ଏବଂ କୁକୁର ଟି ର ଶରୀର କୁ ବାଘ ପରି ପେଣ୍ଟିଙ୍ଗ କରିବା ଆରମ୍ଭ କରିଛନ୍ତି I ଚାଷ ଜମି ରୁ ମାଙ୍କଡ଼ ଘଉଡାଇବା ର ଏହି ପ୍ରୟାସ ଦର୍ଶକ ଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି I ଏହି କୁକୁର ଟି କୁ ଦେଖିବା କୁ ମଧ୍ୟ ଗ୍ରାମବାସୀ ବେଶ ଉତ୍ସାହ ଅଛନ୍ତି I

Share Your Comments Below