୧୪ ବର୍ଷ ଝିଅ ଭାଙ୍ଗିଦେଲେ ସଚିନଙ୍କର ୩୦ ବର୍ଷ ପୁରୁଣା ରେକର୍ଡ; କେବେ ମୈଦାନରେ ଚିଲାଉଥିଲେ- ‘ସଚିନ ସଚିନ…

ଭାରତୀୟ କ୍ରିକେଟ ବର୍ତମାନ ଏକ ଉଚତମ ସ୍ତର ରେ ପହଂଚି ଯାଇଛି I ଭାରତ ରେ ଅନ୍ୟ ଖେଳ ଅପେକ୍ଷ୍ୟା କ୍ରିକେଟ ଖେଳ ର ହିଁ ବିଶେଷ ପ୍ରାଧାନ୍ୟ ରହିଛି I ଭାରତୀୟ କ୍ରିକେଟ ଟିମ ବିଶ୍ୱ ରେ ଅନେକ ସୁନାମ ଅର୍ଜନ କରିଛି I ତେବେ ଆଜି ଆମେ ଏପରି ଜଣେ ମହିଳା କ୍ରିକେଟର ଙ୍କ ର ବିଷୟ ରେ କହିବାକୁ ଯାଉଛୁ ଯିଏ କି ସଚିନ ଙ୍କ ପରି ଖେଳାଳି ଙ୍କ ର 30 ବର୍ଷ ର ପୁରୁଣା ରେକର୍ଡ କୁ ଭାଙ୍ଗିଛନ୍ତି I ଆଜି ଆମେ ଯେଉଁ ମହିଳା କ୍ରିକେଟର ଙ୍କ ବିଷୟ ରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ଶେଫାଳି ବର୍ମା I

ଶେଫାଳି ବର୍ମା , ସଚିନ ଙ୍କ ର ରେକର୍ଡ ଭାଙ୍ଗିବା ସହ ଏକ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି I ମାତ୍ର 9 ବର୍ଷ ବୟସ ରୁ ହିଁ ଶେଫାଳି ବର୍ମା ମୈଦାନ ରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ I ବର୍ତମାନ ସେ 15 ବର୍ଷ ବୟସ ର ହେଇଯାଇଛନ୍ତି I ଅନ୍ତରାଷ୍ଟ୍ରୀୟ ମ୍ୟାଚ ରେ ଶେଫାଳି ବର୍ମା ପ୍ରଥମ ଅର୍ଧ୍ୱ ଶତକ କରିଥିଲେ I

ଭାଙ୍ଗିଥିଲା ସଚିନ ଙ୍କ ର ରେକର୍ଡ
ମାଷ୍ଟର ବ୍ଲଷ୍ଟର ସଚିନ ତେନ୍ଦୁଲକର ଙ୍କ ର ଏକ 30 ବର୍ଷ ର ପୁରୁଣା ଅନ୍ତରାଷ୍ଟ୍ରୀୟ ରେକର୍ଡ କୁ ସବୁଠାରୁ କମ ବୟସ ରେ ମାତ୍ର 15 ବର୍ଷ ବୟସ ରେ ଶେଫାଳି ଅର୍ଧ୍ୱ ଶତକ କରି ଭାଙ୍ଗିଥିଲେ I ସଚିନ ରେକର୍ଡ କରିଥିବା ସମୟ ରେ 16 ବର୍ଷ ବୟସ ର ଥିଲେ ଏବଂ ବର୍ତମାନ ଶେଫାଳି ମାତ୍ର 15 ବର୍ଷ ବୟସ ରେ ଏହି ରେକର୍ଡକରିଛନ୍ତି I ଶେଫାଳି ବର୍ମା 49 ବଲ ରେ 73 ରନ କରିଛନ୍ତି I

ଶେଫାଳି ବର୍ମା , ସଚିନ ଙ୍କ ର ରେକର୍ଡ ଭାଙ୍ଗିବା ସହ ରୋହିତ ଶର୍ମା ଙ୍କ ର କମ ବୟସ ରେ ଥିବା ଟି 20 ରେ 50 ରନ ର ରେକର୍ଡ କୁ ମଧ୍ୟ ଭାଙ୍ଗିଛନ୍ତି I ଶେଫାଳି ବର୍ମା ପିଲାଦିନ ରୁ ହିଁ କ୍ରିକେଟ କୁ ପସନ୍ଦ କରିଥାନ୍ତି I ଏବଂ ସଚିନ ଯେତେବେଳେ ମୈଦାନ କୁ ଯାଉଥିଲେ ସେତେବେଳେ ସେ ମଧ୍ୟ ଗ୍ୟାଲେରୀରେ ରହି ସଚିନ ଙ୍କ ର ଖେଳ ଦେଖିବାକୁ ପସନ୍ଦ କରୁଥିଲେ I

ମିଡ଼ିଆ ରିପୋର୍ଟ ଅନୁସାରେ ଶେଫାଳି ବର୍ମା ଙ୍କୁ ପ୍ରଥମେ କ୍ରିକେଟ ଏକାଡେମୀ ରେ ଏଣ୍ଟ୍ରି ମିଳି ନ ଥିଲା କାରଣ ସେ ଜଣେ ଝିଅ ଥିଲେ I ଶେଫାଳି ବର୍ମା ଏକ ଇଣ୍ଟରଭିୟୁ ରେ କହିଛନ୍ତି ତାଙ୍କ ପିତା ଚାହୁଁଥିଲେ କି ସେ ଅନ୍ତରାଷ୍ଟ୍ରୀୟ ସ୍ତର ରେ ଜଣେ କ୍ରିକେଟର ହୁଅନ୍ତୁ I ତେବେ ଶେଫାଳି ବର୍ମା ଙ୍କ ର ଏହି ରେକର୍ଡ କୁ ନେଇ ଆଗାମୀ ସମୟ ରେ ମହିଳା କ୍ରିକେଟର ରୂପେ ଭାରତୀୟ କ୍ରିକେଟ ର ଭବିଷ୍ୟତ ଉଜ୍ଵଳ ଦେଖାଯାଇଛି I

Share Your Comments Below