ସଚିନ, ଧୋନୀ ଓ ବିରାଟଙ୍କ ପରେ ଏବେ ଏହି ଖେଳାଳିଙ୍କୁ ମିଳିବାକୁ ଯାଉଛି ଖେଳ ରତ୍ନ ପୁରସ୍କାର, ନାଁ ଜାଣିଲେ ଆପଣଙ୍କ ମନ ବି ଖୁସି ହେଇଯିବ …

ବିସିସିଆଇ ର ୱାନଡେ ଟିମ ର ଉପଅଧିନାୟକ ରୋହିତ ଶର୍ମା ଙ୍କ ର ନାମ ଖେଳ ରତ୍ନ ସଂମାନ ପାଁଇ ପଠାଯାଇଛି | ଏହା ଛଡା ଶିଖର ଧାୱନ ଦ୍ରୁତ ଖେଳାଳି ଇଶାନ୍ତ ଶର୍ମା ଙ୍କୁ ଅର୍ଜୁନ ଆୱାର୍ଡ ଦେବାକୁ ନାମ ଲିଷ୍ଟ ରେ ରଖାଯାଇଛି | ମହିଳା ବର୍ଗ ରେ ବୋର୍ଡ ରେ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ଙ୍କୁ ଅର୍ଜୁନ ଆୱାର୍ଡ ଦେବାକୁ ନାମ ଲିଷ୍ଟ ରେ ଲେଖାଯାଇଛି | ଏହି ବର୍ଷ ର ଖେଳ ରତ୍ନ ପୁରସ୍କାର ଜାନୁୟାରୀ 2016 ରୁ 2019 ମଧ୍ୟ ରେ ହେଇଥିବା ଖେଳ ର ଆଧାର ରେ ହିଁ ପ୍ରଦାନ କରାଯିବ |

ବୋର୍ଡ 2018 ରେ ଧାୱନ ଙ୍କ ନାମ ଅର୍ଜୁନ ଆୱାର୍ଡ ପାଁଇ ପଠାଇଥିଲା | କିନ୍ତୁ ତାଙ୍କୁ ଏହି ପୁରସ୍କାର ମିଳି ନ ଥିଲା | ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ 2018 ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ହାସିଲ କରିଥିଲେ | ଏହା ପୂର୍ବ ରୁ ମହେନ୍ଦ୍ର ସିଂ ଧୋନି 2008 ରେ ଏହି ପୁରସ୍କାର ପାଇଥିଲେ | 10 ବର୍ଷ ପୂର୍ବ ରେ 1998 ରେ ସଚିନ ତେନ୍ଦୁଲକର ଙ୍କୁ ଖେଳ ରତ୍ନ ପାଁଇ ଚୟନ କରାଯାଇଥିଲା |


ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଁଇ ଖେଳାଳି ଙ୍କୁ ଚୟନ କୁ ନେଇ ବିସିସିଆଇ ଅଦକ୍ଷ ସୌରଭ ଗାଙ୍ଗୁଲି ଙ୍କ ର କହିବା ଅନୁସାରେ ଏହି ପୁରସ୍କାର ପାଁଇ ଯେଉଁ ଖେଳାଳି ଙ୍କୁ ଚୟନ କରାଯିବ ତାଙ୍କୁ ଅନେକ କିଛି ଆଧାର ରେ ତର୍ଜମା କରାଯାଇଥାଏ | ଖେଳ ରେ ୱାନଡେ ଓ ଟି 20 ରେ ଏପରି ଲକ୍ଷ ହାସିଲ କରିଥିଲେ | ଯାହା କି ଅସମ୍ଭବ ପ୍ରାୟ ଅଟେ | ସେହି ଖେଳାଳି ହିଁ ଖେଳ ରତ୍ନ ପୁରସ୍କାର ପ୍ରାପ୍ତି କରିବେ | ରୋହିତ ମଧ୍ୟ ନିଜ କୁ ଏହି ପୁରସ୍କାର ପାଁଇ ଯୋଗ୍ୟ କରିପାରିଛନ୍ତି |

ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି କି – ଇଶାନ୍ତ ଶର୍ମା ଟେଷ୍ଟ ଟିମ ର ସବୁଠାରୁ ସିନିୟର ସଦସ୍ୟ ଅଟନ୍ତି | ଟିମ ଇଣ୍ଡିଆ ର ଟେଷ୍ଟ ରେ ନମ୍ବର 01 ହେବାକୁ ତାଙ୍କ ର ବିଶେଷ ଯୋଗଦାନ ରହିଛି | ଦୀପ୍ତି ମଧ୍ୟ ଜଣେ ଭଲ ଅଲ୍ରାଉଣ୍ଡର ଖେଳାଳି ଅଟନ୍ତି | ରୋହିତ 2019 ରେ ଆଇସିସି ର ୱାନଡେ କ୍ରିକେଟ ଅଫ ଦି ଇଅର ରେ ଚୟନ ହେଇଥିଲେ | ସେ ଏପରି ଏକ ଖେଳାଳି ଯିଏ କି ଏକ ଟୁର୍ନାମେଣ୍ଟ ରେ 5 ଗୋଟି ଶତକ କରିଥିଲେ | 2019 ର ଇଂଲଣ୍ଡ ରେ ହେଇଥିବା ବିଶ୍ୱକପ ରେ ଏହି ଉପଲବ୍ଧି ହାସିଲ କରିଥିଲେ | ଟି 20 ରେ 4 ସାତକ ମଧ୍ୟ କରିବା ରେ ଏହି ଖେଳାଳି ହେଉଛନ୍ତି ଏକମାତ୍ର ଖେଳାଳି | ରୋହିତ ଶର୍ମା ବର୍ତମାନ ପର୍ଯ୍ୟନ୍ତ 224 ୱାନଡେ ରେ 29 ଶତକ ରେ 9115 ରନ କରିଛନ୍ତି ,32 ଟେଷ୍ଟ ମ୍ୟାଚ ରେ 2141 ରନ କରିଥିଲେ | ଟେଷ୍ଟ ରେ 6 ଶତକ ଓ 10 ଅର୍ଧ୍ୱ ଶତକ କରିଥିଲେ | ବର୍ତମାନ ପର୍ଯ୍ୟନ୍ତ 108 ଟି 20 ଖେଳ ରେ 2773 ରନ କରିଛନ୍ତି |