ସଫେଇ କର୍ମୀ ଙ୍କ ଉପରେ ଲୋକମନେ ବର୍ଷାଉ ଥିଲେ ଫୁଲ, ରବୀନା ଟଣ୍ଡନ ଦେଖିକି କହିଲେ- ‘ଏମାନଙ୍କ ପାଇଁ ତ…’

ସମଗ୍ର ଦେଶରେ ବର୍ତ୍ତମାନ କରୋନା ଜୀବାଣୁ ଭଳି ଭୟଙ୍କର ମହାମାରୀର ପ୍ରକୋପ ଚାଲିଛି । ଖାଲି ଦେଶ ନୁହଁ ପୁରା ବିଶ୍ଵ ଏହା ଦ୍ୱାରା ପ୍ରଭାବିତ ହେଇଚି | କରୋନା ସଙ୍କଟ କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ଏଥିରେ ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି, ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଧରିଥିବା ଏହି ଜୀବାଣୁ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଛି। କରୋନା ଜୀବାଣୁ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ଉପଲବ୍ଧ ହେଇ ନାହିଁ, ତେଣୁ ଏହାକୁ ବିଶ୍ଵବ୍ୟାପୀ ଏଡାଇବା ପାଇଁ ଲକଡାଉନ୍ ଏବଂ ସାମାଜିକ ଦୂରତା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ସତର୍କତାମୂଳକ ପଦକ୍ଷେପ ଭାବରେ ଭାରତ ମଧ୍ୟ 21 ଦିନର ଲକଡାଉନ ଘୋଷଣା କରାଯାଇଛି। ଏହି ଲକଡାଉନ୍ 14 ଏପ୍ରିଲ୍ ପର୍ଯ୍ୟନ୍ତ ଜାରି ରହିବ |

କିନ୍ତୁ ଏହି ମହାମାରୀ ସମୟରେ ମଧ୍ୟ ଲକଡାଉନ ହେବା ପରେ ବି କିଛି ଲୋକ ଅଛନ୍ତି ଯେଉଁମାନେ ଦେଶ ସେବା କରିବା ପାଇଁ 24 ଘଣ୍ଟା କାମ କରୁଛନ୍ତି। ଡାକ୍ତର, ପୋଲିସ କର୍ମଚାରୀ, ନର୍ସ, ସଫେଇ କର୍ମୀ ଏପରି ସମସ୍ତେ, ଯେଉଁମାନେ କ୍ରମାଗତ ଭାବରେ ସେମାନଙ୍କ ସେବା ପ୍ରଦାନ କରୁଛନ୍ତି | ନିକଟରେ ଇନ୍ଦୋରରୁ ଏକ ହୃଦୟ ବିଦାରକ ଭିଡିଓ ଆସିଥିଲା ଯେଉଁଥିରେ ମେଡିକାଲ ଦଳକୁ ପଥରରେ ଆକ୍ରମଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡିଓ ଆସିଛି, ଯାହାକୁ ଦେଖି ଆପଣ ଖୁସି ହେବେ | ତେବେ ଆସନ୍ତୁ ଜାଣିବା ଏହି ଭିଡିଓ କେଉଁଠୁ ଆସିଛି ଏବଂ ଭିଡିଓ ଭିତରେ ଏପରି କ’ଣ ଅଛି |

ଏହି ଭିଡିଓ ପଞ୍ଜାବରୁ ଆସିଛି। ଲକଡାଉନ ବେଳେ ଲୋକମାନେ ସଫେଇ କର୍ମଚାରୀଙ୍କ ପାଇଁ କରତାଳି ଦେଇ ଫୁଲ ବର୍ଷା କରିଥିଲେ। ଏହି ଭିଡିଓକୁ ବଲିଉଡ ଅଭିନେତ୍ରୀ ରେଭେନା ଟଣ୍ଡନ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। କହି ରଖୁକି ପଞ୍ଜାବର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।


ଅଭିନେତ୍ରୀ ରବୀନା ଟଣ୍ଡନ୍ ଏହି ଭିଡିଓକୁ ଟ୍ୱିଟ୍ କରି ଲେଖିଛନ୍ତି – ପଞ୍ଜାବର କୌଣସି ଜାଗର ଏହି ଭିଡ଼ିଓ ମତେ ୱହଟସଆପ ରୁ ମିଳିଛି। ଏଠାରେ ଲୋକମାନେ ସଫେଇ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି | ଏବଂ ଦିନରାତି କାମ କରୁଥିବା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି | କହି ରଖୁଛୁ ଯେ ଏହି ଭିଡିଓ ପଞ୍ଜାବର ନାବା ଅଞ୍ଚଳର | ଯେଉଁଠାରେ କିଛି ସଫେଇକାର୍ମି ଅଳିଆ ଆବର୍ଜନା ନେବା ପାଇଁ ପହଞ୍ଚିଥିଲେ, ଲୋକମାନେ ନିଜ ଘରର ଛାତ ଉପରେ ଠିଆ ହୋଇ ସେମାନଙ୍କ ପାଇଁ କରତାଳି ଦେଇଥିଲେ। କେବଳ କରତାଳି ନୁହେଁ ସେମାନଙ୍କ ଉପରେ ଫୁଲ ବି ପକାଇଥିଲେ | ଏହି ସଙ୍କଟରେ ସମୟରେ ବି କାମ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଲେ |

କହି ରଖୁ କି ରବୀନା ଟଣ୍ଡନଙ୍କ ପୂର୍ବରୁ ମଧ୍ୟ ଅନେକ ଲୋକ ଏହି ଭିଡିଓକୁ ଟ୍ୱିଟ କରିଥିଲେ । ଏହି ଭିଡିଓକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଟ୍ୱିଟ କରିଥିଲେ ଓ ଲୋକମାନଙ୍କର ପ୍ରଶଂସା କରିଥିଲେ | କ୍ୟାପସନରେ ଭିଡିଓ ଟୁଇଟ୍ କରି କ୍ୟାପସନରେ ଲେଖିଛନ୍ତି – ‘ସଫେଇ କର୍ମଚାରୀଙ୍କ ପାଇଁ ନାବାର ଲୋକଙ୍କ ଦ୍ୱାରା ଦେଖାଯାଇଥିବା ଏହି ଆଚରଣ ପ୍ରଶଂସନୀୟ। ସେ ଆହୁରି ଲେଖିଛନ୍ତି, ଏହା ଏକ ଖୁସିର ବିଷୟ ଯେ ଏହି କଷ୍ଟ ସମୟରେ ମଧ୍ୟ ଲୋକଙ୍କ ମନରେ ଭଲ ପାଇବା ଅଛି। ସେହିଭଳି, ଯେଉଁମାନେ କରୋନା ବିରୋଧରେ ଯୁଦ୍ଧରେ ଭାଗ ନେଉଛନ୍ତି ସେମାନଙ୍କୁ ସମ୍ମାନ ଦିଅ | ଏବଂ ସେମାନଙ୍କୁ ଉତ୍ସାହିତ କର |