ସାହିଦ ଆଫ୍ରିଦିଙ୍କର କ୍ୟାଚ ଛାଡିବାରୁ ଧୋନିଙ୍କୁ ଏହି ଖେଳାଳି ଖରାପ ଭାଷାରେ ଦେଇଥିଲେ ଗାଳି, ତାପରେ ଧୋନି ଯାହା କରିଲେ …

ଦ୍ରୁତ ବୋଲର ଆଶିଷ ନେହରା ଭାରତୀୟ କ୍ରିକେଟ ଟିମ ର ଜଣେ ମଜବୁତ ଖେଳାଳି ଅଟନ୍ତି I ଆଶିଷ ନେହରା ଏହି ସପ୍ତାହ ରେ କ୍ରିକେଟ ଜଗତ ରୁ ସନ୍ୟାସ ନେବାକୁ ଯାଉଛନ୍ତି I ସେ ତାଙ୍କ ର ଅନ୍ତିମ ଅନ୍ତରାଷ୍ଟ୍ରୀୟ ମ୍ୟାଚ କୋଟଲା ଷ୍ଟାଡିୟମ ରେ ଖେଳିଥିଲେ I ବିଶେଷକରି 2003 ରେ ବିଶ୍ୱକପ ରେ ଇଂଲଣ୍ଡ ବିପକ୍ଷ ରେ ଖେଳିବା ସମୟ ରେ ଆଘାତ ପାଇଥିଲେ I ଏହା ସତ୍ୱେ ମଧ୍ୟ ବୋଲିଂ କରି ସେ ଯେଉଁପରି 6 ଗୋଟି ଵିକେଟ ନେଇଥିଲେ ଏହା ବେଶ ଚର୍ଚା ର ବିଷୟ ରହିଥିଲା I କିନ୍ତୁ ତାଙ୍କ ର ଆଘାତ କାରଣ ରୁ ସେ 18 ବର୍ଷ ର ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟର ରେ ଆଉ ଭାରତ ପାଁଇ ଅଧିକ ମ୍ୟାଚ ଖେଳି ନ ଥିଲେ I ବର୍ତମାନ ସେ ନିଜ ର ସନ୍ୟାସ ନେବାକୁ ନେଇ ଅଧିକ ଚର୍ଚା ରେ ରହିଛନ୍ତି I

ଯେତେବେଳେ ଧୋନୀ ଛାଡି ଦେଇଥିଲେ ସହିଦ ଙ୍କର କ୍ୟାଚ
ନ୍ୟୁଜଲାଣ୍ଡ ବିପକ୍ଷ ରେ 1 ନମ୍ବର ହେବାକୁ ଥିବା ଟି 20 ମ୍ୟାଚ ପରେ ଆଶିଷ ନେହରା ଅନ୍ତର୍ସ୍ତରୀୟ କ୍ରିକେଟ ରୁ ସନ୍ୟାସ ନେଇଥିଲେ I 1999 ରେ ସେ ଡେବ୍ୟୁ ଆରମ୍ଭ କରିଥିଲେ I ଆଶିଷ ନେହରା 17 ଟେଷ୍ଟ , 120 ୱାନଡେ ଓ 26 ଟି 20 ମ୍ୟାଚ ଖେଳିଥିଲେ I ନେହରା ଙ୍କ ର କ୍ୟାରିୟର 18 ବର୍ଷ ର ଥିଲା I ତେବେ ଏହି ସମୟ ରେ କିଛି ଏପରି ଘଟଣା ଘଟିଥିଲା ଯାହା ବେଶ କୌତୁହଳ ର ବିଷୟ ଅଟେ I ଧୋନି ଙ୍କୁ ଭାରତୀୟ ଟିମ ରେ ଆସିବା ର 2-3 ବର୍ଷ ହିଁ ହେଇଥିଲା I 2005 ମସିହା ରେ ପାକିସ୍ତାନ ବିପକ୍ଷ ରେ 6 ୱାନଡେ ମ୍ୟାଚ ର ସିରିଜ ରେ ଚତୁର୍ଥ ୱାନଡେ ରେ ନେହେରା ଧୋନି ଙ୍କୁ ସାହିଦ ଆଫ୍ରିଦି ଙ୍କ ର କ୍ୟାଚ ଛାଡିବା କୁ ନେଇ ଗାଳି ଦେଇଥିଲେ

କଣ ଥିଲା ଧୋନି ଙ୍କର ଋଆକ୍ସନ
ସର୍ବଦା ନିଜ ର ଶାନ୍ତ ସ୍ଵଭାଵ କୁ ନେଇ ଧୋନୀ ପରିଚିତ ରହିଥାନ୍ତି I ତେଣୁ ଏହି ମ୍ୟାଚ ରେ ସେ ଗାଳି ଶୁଣିବା ପରେ ମଧ୍ୟ ନିରବ ରହିଥିଲେ I ଏହି ମ୍ୟାଚ ରେ ଭାରତ ପ୍ରଥମେ ବ୍ୟାଟିଂ କରି ସଚିନ ତେନ୍ଦୁଲକର 123 ରନ କରିଥିଲେ ଏବଂ ମୋଟ ଭାରତୀୟ ଟିମ 315 / 6 ରନ କରିଥିଲା I

ପାକିସ୍ତାନ ତରଫରୁ ସଲ୍ମାନ ବଟ ଓ ସାହିଦ ଆଫ୍ରିଦି ବ୍ୟାଟିଂ ଆରମ୍ଭ କରିଥିଲେ I କିନ୍ତୁ ଚତୁର୍ଥ ଓଭର ର ଶେଷ ବଲ ରେ ନେହରା ଙ୍କ ର ବଲ ରେ ଧୋନୀ ଆଫ୍ରିଦି ଙ୍କ ର କ୍ୟାଚ ଛାଡି ଦେଇଥିଲେ I କ୍ୟାଚ ଛାଡିବା ପରେ ନେହରା ରାଗିଯାଇଥିଲେ ଓ ଧୋନୀ ଙ୍କୁ ଗାଳି ଦେଇଥିଲେ I କିନ୍ତୁ ଆଶିଷ ନେହରା ସେତେବେଳେ ଜାଣି ନ ଥିଲେ କି ସେ ଯାହା ଙ୍କୁ ଗାଳି ଦେଉଛନ୍ତି ଆଗାମୀ ସମୟ ରେ ସେ ହିଁ ଭାରତୀୟ ଟିମ ର କ୍ୟାପଟେନ ହେବେ I