କ୍ୟାପଟେନ ହନିଫ ଉଦ୍ଦିନ କେବଳ 25 ବର୍ଷ ର ଥିଲେ ଯେତେବେଳେ 1999 ର କାର୍ଗିଲ ଯୁଧ୍ୟ ଆରମ୍ଭ ହେଇଥଲା I ସୀମାନ୍ତ ଅଂଚଳ ରେ ପାକିସ୍ତାନ ପକ୍ଷ୍ୟ ରୁ ଅନେକ ଗୁଳି ବିନିମୟ ହେଇଥିଲା I ଏବଂ ଅନେକ ଭାରତୀୟ ଯବାନ ସହିଦ ମଧ୍ୟ ହେଇଥିଲେ I କିନ୍ତୁ ତାଙ୍କ ମା ମାନେ ଯାହା କରିଛନ୍ତି ଖୁବ କମ ଲୋକେ ହିଁ ଜାଣନ୍ତି I ତେବେ ଆସନ୍ତୁ ଜାଣିବା ତାଙ୍କ ମା ମାନେ ଦେଶ ପ୍ରତି କେତେ କାର୍ତ୍ୟବ୍ୟ ପାଳନ କରିଛନ୍ତି I
ବିଗତ ଦିନ ରେ ଜଣେ ସେନା ଅଧିକାରୀ ଙ୍କ ପତ୍ନୀ ରଚନା ବିଷ୍ଟ , ହନିଫ ଙ୍କ ମା ହେମା ଅଜିଜ ଙ୍କ ସହ ସାକ୍ଷ୍ୟାତ କରିଥିଲେ I ଅନେକ ସମୟ ପର୍ଯ୍ୟନ୍ତ କ୍ୟାପଟେନ ହନିଫ ଙ୍କ ବିଷୟ ରେ କହିଥିଲେ I ହନିଫ ଙ୍କ ମା ଏକାକୀ ହିଁ ଏହି ବୀର ପୁତ୍ର କୁ ବଡ଼ କରିଛନ୍ତି I କାରଣ ଯେତେବେଳେ 8 ବର୍ଷ ର ଥିଲେ ସେତେବେଳେ ତାଙ୍କ ପିତା ଙ୍କ ର ଦେହାନ୍ତ ହେଇଥିଲା I ଏବଂ ହେମା ଏକାକୀ ହିଁ ତାଙ୍କ ପୁଅ କୁ ବଡ଼ କରିଛନ୍ତି I ଏବଂ ସେନା ରେ ଭର୍ତି ପାଁଇ ଯୋଗ୍ୟ କରିଛନ୍ତି I
କାର୍ଗିଲ ଯୁଧ୍ୟ ସମୟ ରେ ହନିଫ ସହିଦ ହେଇଥିଲେ ସେତେବେଳେ ସେନା ର ଜନରଲ ବି . ପି , ମାଲିକ ହେମା ଙ୍କୁ କହିଥିଲେ ସେ ହନିଫ ଙ୍କ ମୃତ ଶରୀର କୁ ଫେରାଇ ଆଣିବାକୁ ଅସମର୍ଥ ଅଟନ୍ତି I କାରଣ ଶତ୍ରୁ ପକ୍ଷ୍ୟ ରୁ ଲଗାତାର ଗୁଳି ବିନିମୟ ଜାରି ରହିଛି I ଏଠାରେ ହେମା କହିଛନ୍ତି ମୁ ମୋ ପୁତ୍ର ର ମୃତ ଶରୀର ପାଇବାକୁ ଯାଇ ଆଉ ଜଣେ ଯବାନ ଙ୍କ ଜୀବନ କୁ ବିପଦ ରେ ପକାଇ ପାରିବି ନାହିଁ I ରଚନା ଫେସବୁକ ପୋଷ୍ଟ ରେ ହେମା ଙ୍କ ବିଷୟ ରେ ଅନେକ କିଛି ଉଲେଖ କରିଛନ୍ତି I
ଜଣେ ଶାସ୍ତ୍ରୀୟ ଗାୟକ ହେମା ଅଜିଜ , ହନିଫ ଙ୍କୁ ଏକାକୀ ତାଙ୍କ ମୁରବି ହେଇ ବଡ଼ କରଥିଲେ I କାରଣ ହନିଫ 8 ବର୍ଷ ବୟସ ରେ ହିଁ ତାଙ୍କ ପିତା ଙ୍କ ର ମୃତ୍ୟୁ ହେଇଥିଲା I ହନିଫ ଙ୍କ ସହିଦ ହେବା ପରେ ସରକାର ଙ୍କ ତରଫରୁ ତାଙ୍କ ମା ଙ୍କୁ ଏକ ପେଟ୍ରୋଲ ପମ୍ପ ମିଳୁଥିଲା କିନ୍ତୁ ସେ ନବାକୁ ମନା କରି ଦେଇଥିଲେ I
ହନିଫ ଙ୍କ ସ୍କୁଲ କ୍ୟାରିୟର ରେ ହନିଫ ଙ୍କ ପାଁଇ ମିଳୁଥିବା ମାଗଣା ୟୁନିଫର୍ମ ନେବାକୁ ମଧ୍ୟ ହେମା ମନା କରିଦେଇଥିଲେ I ଏବଂ କହିଥିଲେ ମୁ ମୋ ପୁଅ ର ୟୁନିଫର୍ମ ଖର୍ଚ୍ଚ ଉଠାଇବା କୁ ସକ୍ଷମ ଏବଂ ହନିଫ ଏକ ସୈନିକ ଥିଲା ଯିଏ କି ଦେଶ ପାଁଇ ନିଜ କର୍ତବ୍ୟ ପାଳନ କରୁଥିଲା I ଏବଂ ହେମା ଚାହୁଁ ନ ଥିଲେ କି ନିଜ ପୁଅ ର ପାର୍ଥିବ ଶରୀର କୁ ଆଣିବାକୁ ଯାଇ ଅନେକ ଜଣେ ଦେଶ ର ଯବାନ ବିପଦ ରେ ପଡିଥାଉ I
କ୍ୟାପଟେନ ହନିଫ ତୁରତୁଙ୍କ ଶତ୍ରୁ ଙ୍କ ଗୁଳି ରେ ସହିଦ ହେଇଥିଲେ ଏବଂ 40 ଦିନ ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀର ସେଠାରୁ ଆସି ପାରି ନ ଥିଲା I ଏବଂ ଏଠାରେ ହନିଫ ଙ୍କ ମା ହେମା କହିଥିଲେ ମୋ ପୁଅ ପାଁଇ ମୁ ଆଉ କୌଣସି ଭାରତ ମାତା ର ବୀର ସୁପୁତ୍ର ର ଜୀବନ କୁ ବାଜି ଲଗାଇବି ଏହା ସମ୍ଭବ ନୁହେଁ I