ସଲମାନ ଖାନଙ୍କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସିଲେ ପାକିସ୍ତାନୀ କ୍ରିକେଟର ଶୋଏବ ଅଖତର, କହିଲେ ଏପରି କଥା, ଶୁଣିଲେ ରକ୍ତ ଗରମ ହେଇଯିବ ..

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାତ୍ର 34 ବର୍ଷ ବୟସରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବଲିଉଡ ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କ ବିଷୟରେ କହୁ ଥିବା ବ୍ୟକ୍ତି ମାନଙ୍କ ଭିତରେ ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ଶୋଏବ ଅଖତରଙ୍କ ନାମ ମଧ୍ୟ ଯୋଡି ହେଇ ଯାଇଛି। ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ଜଣାଶୁଣା ଶୋଏବ ଅଖତର ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ଅନେକ କଥା କହିଛନ୍ତି, ଯାହା ସୁଶାନ୍ତ ଙ୍କ ଫ୍ୟାନ ମାନଙ୍କୁ ପସନ୍ଦ ଆସିବ ନାହିଁ|ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ସୋସିଆଲ ମିଡିଆରେ ଟ୍ରୋଲ ହଉଥିବା ସଲମାନ ଖାନଙ୍କୁ ରକ୍ଷା କରିବା ପାଇଁ ସେ ବୟାନ ଦେଇଛନ୍ତି।

କଣ କହିଲେ ଶୋଏବ ଅଖତର?

ନିଜ ସମୟରେ 46 ଟି ଟେଷ୍ଟ ମ୍ୟାଚ୍ ଏବଂ 163 ଟି ODI ଖେଳିଥିବା ଶୋଏବ ଅଖତର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓରେ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ କହିଛନ୍ତି। ଏଥିରେ ସେ ଦୁଖୀ ମନେ ହେଉଛନ୍ତି, କିନ୍ତୁ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ସେ କହୁଛନ୍ତି ଯେ ସୁଶାନ୍ତ ଆତ୍ମବିଶ୍ୱାସୀ ନଥିଲେ। ତାଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ଥିଲା |

କ୍ରିକେଟ୍ କ୍ୟାରିୟରରେ ଟେଷ୍ଟରେ 178 ୱିକେଟ୍ ଏବଂ ODI ରେ 247 ୱିକେଟ୍ ନେଇଥିବା ଶୋଏବ ଅଖତର ମଧ୍ୟ 2016 ରେ ମୁମ୍ବାଇର ଏକ ହୋଟେଲରେ ସୁଶାନ୍ତଙ୍କ ସହ ହୋଇଥିବା ସାକ୍ଷାତ ବିଷୟରେ ଉଲ୍ଲେଖ କରିଛନ୍ତି। ଶୋଏବ କହିଛନ୍ତି ଯେ ସେହି ସମୟରେ ସୁଶାନ୍ତ ସିଂ ରାଜପୁତ ଆଖି ତଳକୁ କରି ତାଙ୍କ ସାମ୍ନା ରୁ ଚାଲି ଯାଇଥିଲେ। ଯାହା ଦ୍ୱାରା ତାଙ୍କୁ ପ୍ରତୀତ ହେଇଥିଲା ଯେ ସୁଶାନ୍ତଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ଅଛି|

ଏଥି ପାଇଁ କଲେ ଦୁଃଖ ପ୍ରକାଶ-

ଭିଡିଓରେ ଶୋଏବ ଅଖତର ମଧ୍ୟ ଅନୁତାପ କରୁଛନ୍ତି ଯେ ସେ ସୁଶାନ୍ତଙ୍କୁ ଅଟକାଇ ତାଙ୍କ ସହ କଥାବାର୍ତ୍ତା କଣ ପାଇଁ କରି ନଥିଲେ । ଶୋଏବ କହୁଛନ୍ତି ଯେ ସେ ଇଚ୍ଛା କରିଥିଲେ ଯେ ସେ ସେହି ସମୟରେ ସୁଶାନ୍ତଙ୍କ ସହ ତାଙ୍କ ଅନୁଭୂତି ବାଣ୍ଟିଥାନ୍ତେ। ଯେଭଳି ଏହି ଭିଡିଓରେ ସେ ସମସ୍ତ ଙ୍କୁ କହୁଛନ୍ତି|

ଭିଡିଓରେ ଶୋଏବ ଅଖତର କହିଛନ୍ତି ଯେ ତାଙ୍କୁ ଜଣେ ବନ୍ଧୁ କହିଥିଲେ ଯେ ସୁଶାନ୍ତ ଏକ ଫିଲ୍ମରେ ଏମଏସ ଧୋନି ରେ କାମ କରୁଛନ୍ତି। ଶୋଏବ କହିଛନ୍ତି ଯେ ସୁଶାନ୍ତ ଭଲ ଚଳଚ୍ଚିତ୍ର କରୁଥିଲେ | ଶୋଏବ ମଧ୍ୟ ସୁଶାନ୍ତ ସିଂଙ୍କ ଦ୍ୱାରା ନିଆଯାଇଥିବା ଆତ୍ମହତ୍ୟା ପଦକ୍ଷେପକୁ ସମାଲୋଚନା କରୁଛନ୍ତି ଏବଂ କହିଛନ୍ତି ଅସୁବିଧାରେ ଭୟଭୀତ ହେବା ପରିବର୍ତ୍ତେ ତାଙ୍କୁ ପରାସ୍ତ କରାଯିବା ଉଚିତ।

ପ୍ରମାଣ ବିନା ଅଭିଯୋଗ କରିବା ଉଚିତ ନୁହେଁ –

ଭିଡିଓରେ ଶୋଏବ ଅଖତର ମଧ୍ୟ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ରକ୍ଷା କରୁଥିବା ନଜର ଆସିଛନ୍ତି। ସେ କହୁଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯିବା ଠିକ ନୁହେଁ। ବିନା ପ୍ରମାଣରେ କାହା ବିରୁଦ୍ଧରେ ଏପରି କୁହା ଯିବା ଉଚିତ୍ ନୁହେଁ|

ଶୋଏବ ଅଖତରଙ୍କ ଭିଡିଓକୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଶୋଏବ ଅଖତରଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଓପନର୍ ଡେଭିଡ ୱାର୍ନର ମଧ୍ୟ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ସୁଶାନ୍ତଙ୍କ ଫିଲ୍ମ ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଦେଖନ୍ତୁ ଭିଡ଼ିଓ-