ସାଂସଦ ହେବ ତ ଗୌତମ ଗମ୍ଭୀରଙ୍କ ପରି, କରିଦେଲେ ଏପରି ଘୋଷଣା କି ବିରୋଧୀ ମାନେ ବି କରୁଛନ୍ତି ପ୍ରଶଂସା

ଗୌତମ ଗମ୍ଭୀର ଙ୍କ ର ଜନ୍ମ 14 ଅକ୍ଟୋବର 1981 ରେ ହେଇଥିଲା I ତାଙ୍କ ପିତା ଦୀପକ ଗମ୍ଭୀର ଜଣେ ଟେକ୍ସଟାଇଲ ବିଜନେସମ୍ୟାନ ଅଟନ୍ତି I ତାଙ୍କ ମା ଙ୍କ ନାମ ସୀମା ଅଟେ I ଗୌତମ ଗମ୍ଭୀର ଙ୍କ ର ଏକତା ନାମ ରେ ଏକ ସାନ ଭଉଣୀ ଅଛନ୍ତି I ଗୌତମ ଗମ୍ଭୀର କ୍ରିକେଟ ଖେଳିବା 10 ବର୍ଷ ବୟସ ରୁ ହିଁ ଆରମ୍ଭ କରିଥିଲେ I ସେ ନିଜ ର ପାଠପଢା ହିନ୍ଦୁ କଲେଜ ରେ ପୁରା କରିଥିଲେ I ତାଙ୍କ ମାମା ପବନ ଗୁଳାଟି ଙ୍କ ଘରେ ସେ 90 ଦଶକ ରୁ ରହୁଥିଲେ I

ଖେଳ ଜଗତ ରେ ସଫଳତା ହାସିଲ କରିବା ପରେ ଗୌତମ ଗମ୍ଭୀର ରାଜନୀତି ରେ ମଧ୍ୟ ନିଜ କ୍ୟାରିୟର ରେ ସଫଳାତା ହାସିଲ କରିଛନ୍ତି I ଗୌତମ ଗମ୍ଭୀର ବର୍ତମାନ ବିଜେପି ପାର୍ଟି ରେ ଜଣେ ସକ୍ରିୟ ସାଂସଦ ରୂପେ କାମ କରୁଛନ୍ତି I ଜି ନ୍ୟୁଜ ର ସୂଚନା ଅନୁସାରେ ଗୌତମ ଗମ୍ଭୀର କିଛି ଏପରି କରିଛନ୍ତି କି ତାଙ୍କ ବିରୋଧୀ ମଧ୍ୟ ତାଙ୍କ ପ୍ରଶଂସା କରୁଛନ୍ତି I

ଦିଲ୍ଲୀରୁ ପାଇଥିଲେ 7 ଲକ୍ଷ ଭୋଟ
ଲୋକ ସଭା ନିର୍ବାଚନରେ ଗୌତମ ଗମ୍ଭୀର ଏକ ତରଫର କଂଗ୍ରେସର ଅରବିନ୍ଦ ସିଂ ଙ୍କୁ 4 ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ I ଏବଂ ଗୌତମ ଗମ୍ଭୀର ଏହା ମଧ୍ୟ ଘୋଷଣା କରିଛନ୍ତି ଦିଲ୍ଲୀ ର ଜନ ସାଧାରଣ ଏହା କରି କିଛି ଭୁଲ କରି ନାହାନ୍ତି I

ଏହା ହେଉଛି ଗୌତମ ଗମ୍ଭୀର ଙ୍କ ର ଘୋଷଣା
ସାଂସଦ ଗୌତମ ଗମ୍ଭୀର ଙ୍କ ର ଘୋଷଣା ଅନୁସାରେ ସେ ସାଂସଦ ରୂପେ ଯେଉଁ ଦରମା ପାଉଛନ୍ତି ଏହା କୁ ସେ ଦାନ କରିବେ I ଦିଲ୍ଲୀର ପୂର୍ବରେ ଓ ସେଠାକାର ସ୍ମସାନ ଘାଟ ଆଦି ଅଂଚଳ ର ପୁନରୁଦ୍ଧାର କାର୍ଯ୍ୟ ପାଁଇ ମୁ ଏହି ମୋର ଦରମା ଟଙ୍କା କୁ ଜନ ସାଧାରଣ ଙ୍କ ର ହିତ କାର୍ଯ୍ୟ ରେ ଲଗାଇବାକୁ ଚାହୁଁଚି I