ସଂନ୍ଧ୍ୟା ହେଲେ ନଡିଆ ଗଛରୁ ଶୁଭୁଥିଲା ଭୂତର କାନ୍ଦସ୍ୱର, ତାପରେ ଦିନେ ଯାହା ଘଟିଲା He Prabhu ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ଏହି କାହାଣୀଟି ହେଉଛି କର୍ଣ୍ଣାଟକର କୁଣ୍ଡାପୁରର। କୁଣ୍ଡାପୁରରେ ଗୋଟିଏ ଏମିତି ଘଟଣା ଘଟି ଯାଇଥିଲା ଯେଉଁ ଘଟଣାକୁ ଜାଣିଲେ ଆପଣମାନେ ହସିବେ କି ଆପଣମାନେ ଡରିବେ ତାହା ଆପଣ ଜାଣି ପାରିବେ ନାହିଁ। କୁଣ୍ଡାପୁରରେ ଗୋଟିଏ ପରିବାର ରହୁଥିଲେ ସେହି ପରିବାରର ମୁଖ୍ୟ ହେଉଛନ୍ତି ଗୋବିନ୍ଦ ବାବୁ। ସେମାନେ ଜମିଦାର ପରିବାର ଥିଲେ ତେଣୁ ତାଙ୍କ ଘର ବୋହୁତ ବଡ ଥିବା ଏବଂ ତାଙ୍କ ଘର ପଛପଟେ ଗୋଟିଏ ବଡ଼ ନଡ଼ିଆ ଗଛ ଥିଲା। ତାଙ୍କ କହିବା କଥା ଅନୁସାରେ ତାଙ୍କ ଘରର ନଡ଼ିଆ ଗଛରୁ ପ୍ରତିଦିନ ଗୋଟିଏ ଭୂତର କାନ୍ଦିବା ଶବ୍ଦ ଶୁଣିବାକୁ ମିଳୁଥିଲା, ଭୂତ କହିଲେ ଜଣେ ଛୋଟ ଛୁଆର କାନ୍ଦିବା ଶବ୍ଦ ସୁବୁଥିଲା। ଏହାକୁ ଶୁଣିକି ସେମାନେ ବୋହୁତ ଡରି ଯାଇଥିଲି ଏବଂ ବାଧ୍ୟ ହୋଇ ଘର ମଧ୍ୟ ଛାଡି ଦେଇଥିଲେ କିନ୍ତୁ ତାପରେ ଯେଉଁ ଘଟଣା ଘଟିଲା ଆପଣମାନେ ଜାଣିଲେ ମଧ୍ୟ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ କଣ ଘଟିଥିଲା ସେହି ଘଟଣା ଆସନ୍ତୁ ଜାଣିବା।

କର୍ଣ୍ଣାଟକର କୁଣ୍ଡାପୁରରେ ଗୋବିନ୍ଦ ବାବୁ ରହିଥିଲେ ଏବଂ ସେ ଜମିଦାର ପରିବାରରୁ ଥିଲେ। ତାଙ୍କ ଘର ବୋହୁତ ବଡ ଥିଲା ଏବଂ ତାଙ୍କ ଘର ପଛପଟେ ଗୋଟିଏ ବୋହୁତ ବଡ଼ ନଡ଼ିଆ ଗଛ ଥିଲା। ସେହି ନଡ଼ିଆ ଗଛରେ ସବୁବେଳେ ନଡ଼ିଆ ଫଳେ। ତାଙ୍କ ଘର ଲୋକ କେହି ନଡ଼ିଆ ଗଛ ଚଢିବା ଜାଣି ନଥିଲେ ତେଣୁ ଏହି ନଡ଼ିଆ ଗଛକୁ କେହି ଯାଉ ନଥିଲେ ଏବଂ କେହି ନଡ଼ିଆ ଖାଉ ନଥିଲେ କିନ୍ତୁ ଏକ ଘଟଣା ଏମିତି ଘଟିଥିଲା ଯେ ସେ ନଡ଼ିଆ ଗଛରୁ ଗୋଟିଏ ଛିଟ ଛୁଆ କାନ୍ଦିବାର ଶବ୍ଦ ବାରମ୍ବାର ସୁବୁଥିଲା। ଏମିତିକି ସନ୍ଧ୍ୟା ହେବା ମାତ୍ରେ ତାଙ୍କ ଘରେ ଗୋଟିଏ ଛୋଟ ଛୁଆ ଥିଲା ତାହାର ନାମ ରିଙ୍କି। ରିଙ୍କି ଥରେ ଟଏଲେଟ୍ ପାଇଁ ବାହାରକୁ ଆସିଲା ଏବଂ ନଡ଼ିଆ ଗଛ ତଳେ ଠିଆ ହୋଇକି ଟଏଲେଟ୍ କରୁଥିବା ସମୟରେ ହଠାତ୍ ଗୋଟିଏ କାନ୍ଦିବା ଶବ୍ଦ ଶୁଣା ଗଲା। ଏମିତି ଏହି କାନ୍ଦିବା ଶବ୍ଦ ରିଙ୍କି ଶୁଣିଲା ସେ ବେହୋସ୍ ହୋଇଗଲା। ତା କିଛି ସମୟ ପରେ ଗୋବିନ୍ଦ ବାବୁଙ୍କ ସ୍ତ୍ରୀ ଯେତେବେଳେ ବାହାରକୁ ଆସିଲେ ସେ ଦେଖିଲେ ରିଙ୍କି ବେହୋସ୍ ହୋଇ ବାହାରେ ପଡ଼ିଛି। ରିଙ୍କିକୁ ଘର ଭିତରକୁ ନେଇ ଯେତେବେଳେ ତାକୁ ଉଠାଗଲା ସେତେବେଳେ ରିଙ୍କି ସକାଳୁ କହିଥିଲା କି ସେହି ଗଛରେ କେହି ଜଣେ ଅଛି ଯିଏ କାନ୍ଦୁଛି ଏବଂ ମୋ ନାଁ ଧରିକି ଡାକୁଛି।

ଏହି କଥା ଯେତେବେଳେ ତାଙ୍କ ବାପା ମା ଶୁଣିଲେ ପ୍ରଥମେ ବିଶ୍ୱାସ କଲେ ନାହିଁ କିନ୍ତୁ ଏହାର ୨ ଦିନ ପରେ ଗୋବିନ୍ଦ ବାବୁ ନିଜେ ସେହି କାନ୍ଦିବାର ଶବ୍ଦ ଶୁଣିଲେ ଏବଂ ବିଶ୍ୱାସ କରିଲେ ଯେ ଏଠାରେ କିଏ ଜଣେ ଅଛି। ଗୋବିନ୍ଦ ବାବୁ ସନ୍ଧ୍ୟା ସମୟରେ ଗଛରେ ପାଣି ଦେଉଥିଲେ ଏହି ପାଣି ଦେବା ସମୟରେ ଠିକ୍ ସେହି ଛୋଟ ଛୁଆର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଲେ। ଏହି କଥା ଉପରେ ବିଶ୍ୱାସ କରି ସେ ପ୍ରଥମେ ପଣ୍ଡିତଙ୍କୁ ଡ଼ାକିଥିଲେ। ସେହି ବ୍ରାହ୍ମଣ ପଣ୍ଡିତ ଏହି ଗଛକୁ ଦେଖି କହିଥିଲେ ଯେ ହଁ ଏହି ଗଛରେ ଭୂତ ଅଛି ଏବଂ ପୂଜା ପାଇଁ ନାନା ସାମଗ୍ରୀ ଆଣି ସେହିଠାରେ ପୂଜାପାଠ କରିଥିଲେ। ହୋମ କରିବା ସତ୍ତ୍ୱେ ମଧ୍ୟ ସବୁଦିନ ସନ୍ଧ୍ୟାରେ ସେହି କାନ୍ଦିବାର ଶବ୍ଦ ଶୁଣିବାକୁ ମିଳୁଥିଲା।

ତାପରେ ଗୋବିନ୍ଦ ବାବୁ ବାଧ୍ୟ ହୋଇକି ଗୋଟିଏ ତାନ୍ତ୍ରିକକୁ ଡାକିଲେ। ସେହି ତାନ୍ତ୍ରିକ ଘରେ ପଶୁ ପଶୁ କହିଲେ ଏହି ଘରେ କିଏ ଜଣେ ଅଛି। ଏମିତି ଅନେକ ପ୍ରକାର ଅଭିନୟ କରିଥିଲେ ସେହି ତାନ୍ତ୍ରିକ ଜଣକ ଏବଂ କହିଥିଲେ ଏହି ନଡ଼ିଆ ଗଛରେ ଗୋଟିଏ ଭୂତ ଅଛି, ଏହି ଭୂତ ହେଉଛି ଗୋଟିଏ ଛୋଟ ଛୁଆ। ସେ ମରି ଯାଇଛି ଏହି ନଡ଼ିଆ ଗଛ ପାଖରେ ଏବଂ ତାର ଆତ୍ମା ଏବେ ପର୍ଯ୍ୟନ୍ତ ଶାନ୍ତି ପାଇ ପାରିନାହିଁ। ଏହିଠାରେ ପୂଜାପାଠ କରିବାକୁ ପଡ଼ିବ। ପୂଜା ପାଠ ହେଉଥିଲା କିନ୍ତୁ ସେହି ସମୟରେ ମଧ୍ୟ ଏହି କାନ୍ଦିବାର ଶବ୍ଦ ଶୁଣା ଯାଉଥିଲା ଏବଂ ତାନ୍ତ୍ରିକ ଡରିକି ପଳେଇଲା ସେହି ଜାଗାକୁ। ପୂଜାପାଠ କରିବା ପରେ ମଧ୍ୟ ଯେତେବେଳେ ସେହି କାନ୍ଦିବା ଶବ୍ଦ ବାରମ୍ବାର ଶୁଣା ଯାଉଥିଲା ତେବେ ଗୋବିନ୍ଦ ବାବୁଙ୍କ ପରିବାର ସେହି ଘର ଛାଡ଼ିଦେବେ ବୋଲି ନିଷ୍ପତି ନେଲେ ଏବଂ ସେହି ଘର ଛାଡ଼ି ସହରକୁ ଯାଇ ଏକ ଘର ଭଡ଼ା ନେଇ ସେଠାରେ ରହିଲେ।

ତେବେ ଦର୍ଶକ ବନ୍ଧୁ ପ୍ରକୃତ କଥା ଏହା ନଥିଲା, ସେଠାରେ ସତରେ କୌଣସି ଭୂତ ନଥିଲା। ପ୍ରକୃତ କଥା ହେଉଛି ଯେତେବେଳେ ୬ ଦିନ ପୂର୍ବରୁ ଗୋବିନ୍ଦ ବାବୁଙ୍କର ଜଣେ ସାଙ୍ଗ ଥିଲେ ତାଙ୍କ ନାଁ ହେଉଛି ଶଶି ପୂଜାରୀ ତାଙ୍କ ଘରକୁ ଆସିଥିଲେ। ଶଶି ପୂଜାରୀ ନଡ଼ିଆ ଖାଇବା ପାଇଁ ବୋହୁତ ପସନ୍ଦ କରନ୍ତି ଏବଂ ନଡ଼ିଆ ଗଛ କେମିତି ଚଢ଼ା ହେବ ଶଶି ପୂଜାରୀ ଜାଣିଥିଲେ। ତେବେ ଶଶି ପୂଜାରୀ ଯେତେବେଳେ ଗୋବିନ୍ଦ ବାବୁଙ୍କ ଘରକୁ ବୁଲିବା ପାଇଁ ଆସନ୍ତି ସେ ନଡ଼ିଆ ଗଛ ଉପରେ ଚଢି ଯାଇ ନଡ଼ିଆ ତୋଳି ଆଣନ୍ତି। ନିଜେ ଖାଆନ୍ତି ନିଜ ଘରକୁ ନିଅନ୍ତି ଏବଂ ବାକି ନଡ଼ିଆ ଗୋବିନ୍ଦ ବାବୁଙ୍କୁ ଦେଇ ଦିଅନ୍ତି। ଥରେ ଘଟଣା କଣ ହେଇଛି କି ଶଶି ପୂଜାରୀ ଗଛ ଉପରକୁ ଚଢି ଯାଇଛନ୍ତି କିନ୍ତୁ ତାଙ୍କ ପ୍ୟାଣ୍ଟ ଫାଟି ଯାଉଛି।

ଯେତେବେଳେ ପ୍ୟାଣ୍ଟ୍ ଫାଟି ଯାଇଛି ସେ ଲାଜରେ ଗଛ ଉପରେ ରହି ଯାଇଛନ୍ତି। ସେ ଗୋବିନ୍ଦ ବାବୁଙ୍କୁ କହିଲେ ଆରେ ମୋ ପ୍ୟାଣ୍ଟ୍ ଫାଟି ଯାଇଛି ମୁଁ କଣ କରିବି ତେବେ ଗୋବିନ୍ଦ ବାବୁ କହିଲେ ତୋର ଯାହା ଜିନିଷ ଅଛି ତୁ ଆଗ ପ୍ୟାକେଟରେ ରଖିଦେ ଯେହେତୁ ପ୍ୟାଣ୍ଟ୍ ଟାଇଟ୍ ହେଇଯାଉଛି ସେ ଆହୁରି ଚିରି ଯିବ। ଶଶି ପୂଜାରୀ ତାଙ୍କ ପ୍ୟାଣ୍ଟ୍ ପ୍ୟାକେଟରେ ଥିବା ପର୍ଶ ନିଜ ସାର୍ଟ ପ୍ୟାକେଟରେ ରଖି ଦେଇଛନ୍ତି କିନ୍ତୁ ତାଙ୍କ ଫୋନ୍ ରଖିବା ପାଇଁ ତାଙ୍କ ପ୍ୟାକେଟରେ ଆଉ ଜାଗା ନାହିଁ ସେଥିପାଇଁ ସେ ତାଙ୍କ ଫୋନ୍ କୁ ସେ ସେହି ଗଛ ଉପରେ ରଖି ଦେଇଛନ୍ତି ଏବଂ ନଡ଼ିଆ ଆଣିଛନ୍ତି ଓ ତଳକୁ ଓହ୍ଲାଇ ପଡ଼ିଛନ୍ତି। ତାଙ୍କ ପ୍ୟାଣ୍ଟ୍ ଫାଟି ଯାଇଥିଲା ଗୋବିନ୍ଦ ବାବୁ ତାକୁ ଗୋଟିଏ ପ୍ୟାଣ୍ଟ୍ ଦେଲେ ତାକୁ ପିନ୍ଧି ଶଶି ପୂଜାରୀ ତାଙ୍କ ଘରକୁ ପଳେଇ ଯାଇଛନ୍ତି କିନ୍ତୁ ତାଙ୍କ ଫୋନ୍ ଟି ସେହି ଗଛ ଉପରେ ଅଛି।

ଯେତେବେଳେ ସେ ଘରକୁ ଗଲେ ତାଙ୍କ ଫୋନ୍ ନପାଇ ସେ ବ୍ୟସ୍ତ ହୋଇ ପଡିଲେ ଆରେ ଏତେ ଦାମିକା ମୋବାଇଲ ଗଲା କୁଆଡେ଼। ଏହିକଥା ଭାବି ସେ ପ୍ରତିଦିନ ସନ୍ଧ୍ୟାରେ ଅଫିସ୍ ରୁ ଆସିବେ ଏବଂ ତାଙ୍କ ସ୍ତ୍ରୀ ଯେଉଁ ଛୋଟ ମୋବାଇଲ୍ ଧରିଥିଲେ ସେହି ମୋବାଇଲରେ ତାଙ୍କ ବଡ ମୋବାଇଲ୍ କୁ କଲ୍ କରନ୍ତି କିନ୍ତୁ ସେ ଜାଣି ନାହାନ୍ତି ତାଙ୍କ ମୋବାଇଲ କେଉଁଠି ଅଛି କିନ୍ତୁ ଫୋନ୍ ଆସି ଅଛି ଗୋବିନ୍ଦ ବାବୁଙ୍କ ନଡ଼ିଆ ଗଛ ଉପରେ। ଯେତେବେଳେ ଶଶି ପୂଜାରୀ ଅଫିସ୍ ରୁ ଆସି କଲ୍ କରିବେ ସେତେବେଳେ ରିଙ୍ଗଟନ ନଡ଼ିଆ ଗଛ ଉପରେ ବାଜିବ। ସେ ତାଙ୍କ ଫୋନ୍ ରେ ଛୋଟ ଛୁଆ କାନ୍ଦିବାର ରିଙ୍ଗଟନ ରଖିଥିଲେ ଏବଂ ସେହି ରିଙ୍ଗଟନ ଗଛ ଉପରେ ବାଜିବ କିନ୍ତୁ ଗୋବିନ୍ଦ ବାବୁଙ୍କ ଘରେ ଭାବୁଥିଲେ କି ସତରେ ଗୋଟିଏ ଛିଟ ଛୁଆ କାନ୍ଦୁଛି କିନ୍ତୁ ସେଇଟା ଛୋଟ ଛୁଆ କାନ୍ଦୁ ନଥିଲା ସେଇଟା ଶଶି ପୂଜାରୀଙ୍କ ରିଙ୍ଗଟନ ହିଁ ଥିଲା। ଶଶି ପୂଜାରୀ ଯେବେ ଟିକେ ଭଲରେ ମନେ ପକାଇଲେ କି ତାଙ୍କ ଫୋନ୍ ସେ କେଉଁଠି ଛାଡିଥିଲେ ତେବେ ତାଙ୍କର ମନେ ପଡ଼ିଲା ଯେ ସେ ଗୋବିନ୍ଦ ବାବୁଙ୍କ ଘରକୁ ଆସୁଥିଲେ ଏବଂ ତାଙ୍କ ନଡ଼ିଆ ଗଛ ଉପରେ ତାଙ୍କ ଫୋନ୍ କୁ ରଖି ଭୁଲି ଯାଇଥିଲେ।

ଏହାପରେ ସେ ଜଲ୍ଦୀ ଗୋବିନ୍ଦ ବାବୁଙ୍କ ଘରକୁ ଆସିଲେ କିନ୍ତୁ ଦେଖିଲେ ଗୋବିନ୍ଦ ବାବୁଙ୍କ ଘର ତାଲା ପଡ଼ିଛି। ସେ ଗୋବିନ୍ଦ ବାବୁଙ୍କୁ ଫୋନ୍ କରି କହିଲେ ଆରେ ତୋ ଫୋନ୍ କଣ ତାଲା ପଡିଛି ମୁଁ ମୋ ଫୋନ୍ ଛାଡି ଦେଇଛି ତମ ନଡ଼ିଆ ଗଛ ଉପରେ। ସେତେବେଳେ ଗୋବିନ୍ଦ ବାବୁ ଏବଂ ଶଶି ପୂଜାରୀ ବାବୁଙ୍କ ମଧ୍ୟରେ ଝଗଡ଼ା ହୋଇ ଯାଇଥିଲା। ଗୋବିନ୍ଦ ବାବୁ କହିଲେ ତୋ ପାଇଁ ଆମେ ଏହି ଘରକୁ ଛାଡି ଦେଇଥିଲୁ ଆମେ ଭାବିଥିଲୁ ଏହି ଘର ଭୂତ ଘର ବୋଲି। ତେବେ ଶଶି ପୂଜାରୀ ବାବୁ ତାଙ୍କୁ ଭୁଲ୍ ମାଗିଥିଲେ କି ମୋର ଭୁଲ୍ ହେଇ ଯାଇଛି ଆଉ ସେହି ଫୋନ୍ ଟି ମୁଁ ଗଛ ଉପରେ ଛାଡି ଦେଇଛି। ଏହି ଘରେ ଭୂତ ଫୁତ କିଛି ନାହିଁ ତମେ ପଳେଇ ଆସ ଘରକୁ। ଏହାପରେ ଗୋବିନ୍ଦ ବାବୁ ନିଜ ଘରକୁ ଫେରିଥିଲେ ଏବଂ ଶଶି ପୂଜାରୀ ସେହି ନଡ଼ିଆ ଗଛକୁ ଚଢି ନିଜ ଫୋନ୍ ନେଇଥିଲେ।