ଜମି ନାମକରଣର ସିଧାସଳଖ ବିଷୟ ପାଇଁ 50 ହଜାର ଦାବି କରିଥିଲେ ସରକାରୀ ଅଫିସର , , ତେବେ ପୁନର୍ବାର 50 ହଜାର ଲାଞ୍ଚ ମାଗିଥିଲେ | ତହସିଲଦାର ସାମ୍ନାରେ ଜଣେ ଚାଷୀ ର ଅବସ୍ଥା କ’ଣ? ଗରିବ ଲୋକ ଗାନ୍ଧୀଗିରି ଉପରେ ଓହ୍ଲାଇଲେ। ତହସିଲଦାରଙ୍କ କାର ତାଙ୍କ ଙ୍କ ଗାଡି ରେ ନିଜ ନିଜ ର ମଇଁଷି କୁ ବାନ୍ଧି ଦେଇଥିଲେ ଓ ହାତ ଯୋଡି ଦେଇଥିଲେ I କହିଲେ ଏହା ଛଡା ଆମ ପାଖ ରେ କିଛି ବି ନାହିଁ I
ଚାଷୀ ମାନେ ଏହା ଜାଣି ଥିଲେ ଯେଉଁ କାମକୁ ଲାଞ୍ଚ ଦେଇପାରିବ ନାହିଁ, ସେହି କାମ ଗାନ୍ଧିଗିରି ଦେଖାଇ ସମ୍ଭବ ହେବ | ତହସିଲଦାର ଏହା ଦେଖି ଡରିଯାଇଥିଲେ ଓ କାର୍ଯ୍ୟ ଶୀଘ୍ର କରିବାକୁ ପ୍ରତିଶୃତି କରିଥିଲେ | କଥା ଟି ସମାଧାନ ନ ହେବାରୁ ପୋଲିସ କୁ ଡକାଯାଇଥିଲା I ପୋଲିସ ତହସିଲ ଅଫିସର ଙ୍କ କାରରୁ ମଇଁଷି ଗୁଡିକ ବାହାର କରି ଗଛରେ ବାନ୍ଧି ଦେଇଥିଲା, କିନ୍ତୁ ତହସିଲଦାରଙ୍କ ଉପରେ ଆସିଥିବା ସଙ୍କଟ ର ସମାଧାନ ହେଇ ନ ଥିଲା I ଏହା ପରେ କଲେକ୍ଟର ଏହା କୁ ଏସଡିଏମ ଙ୍କୁ ମାମଲା ଯାଞ୍ଚ ପାଁଇ ନିର୍ଦେଶ ଦେଇଥିଲେ I
ଲାଞ୍ଚ ପାଁଇ ଟଙ୍କା ନ ଥିବା ରୁ ଚାଷୀ ମାନେ ମଇଁଷି ନେଇ ପହଂଚିଥିଲେ
ମାମଲାଟି ଖାରଗାପୁର ତହସିଲର ଅଟେ | ଦେବପୁରର କୃଷକ ଲକ୍ଷ୍ମଣ ଯାଦବ ପାଞ୍ଚ ବର୍ଷ ପୂର୍ବେ ଏହି ଜମି କିଣିଥିଲେ। କିନ୍ତୁ ତହସିଲଦାର ସୁନୀଲ ଭର୍ମା ନାମ ପରିବର୍ତ୍ତନ କରିବାର କାର୍ଯ୍ୟକୁ ବିଳମ୍ବିତ କରୁଥିଲେ ।କହିଲେ କେଶ କର ଓ କାରଣ ଦର୍ଶାଅ ଦେଖାଓ ତା ପରେ ହିଁ ଏହି କାର୍ଯ୍ୟ ତୁମ ର ହେଇପାରିବ I ଏହି ସମୟ ରେ ତହସିଲ ଅଫିସର ତାଙ୍କୁ 50 ହଜାର ଟଙ୍କା ଲାଞ୍ଚ ସୂତ୍ର ରେ ଦାବି କରିଥିଲେ I ଚାଷୀ ଜଣଙ୍କ ଏହି ଦାବି ବହୁତ କଷ୍ଟ ରେ ପୁରା କରିଥିଲେ I କିନ୍ତୁ କାର୍ଯ୍ୟ ଏହା ପରେ ମଧ୍ୟ ହେଇ ନ ଥିଲା I ଏବଂ ତହସିଲଦାର ପୁଣି ସେହି ଚାଷୀ ଙ୍କୁ 50 ହଜାର ଲାଞ୍ଚ ମାଗିଥିଲେ I ଚାଷୀ ଙ୍କ ପାଖ ରେ ଆଉ ଟଙ୍କା ନ ଥିଲା ତ ସେ ନିଜ ର ମଇଁଷି ଟି କୁ ନେଇ ଲାଞ୍ଚ ସ୍ୱରୂପ ପହଞ୍ଚିଥିଲା I ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ହଂଗାମା ହେଇଥିଲା I ଏବଂ ମାମଲା ଟି କଲେକ୍ଟର ଙ୍କ ପାଖ କୁ ଯାଇଥିଲା I
କଲେକ୍ଟର ଏହା କହିଛନ୍ତି କି ଯଦି ଅଭିଯୋଗ ସତ୍ୟ, ତେବେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ I
ଖାରଗାପୁରର ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କ କାର ସହିତ ଏକ ମଇଁଷି ବାନ୍ଧିବାର ମାମଲା ସାମ୍ନାକୁ ଆସିଛି। କୃଷକ ତହସିଲଦାରଙ୍କୁ ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସୂଚନା ଜଣା ପଡିବା ମାତ୍ରେ ବାଲଦେବଗଡ ଏସଡିଏମ ଭନ୍ଦନା ରାଜପୁତଙ୍କୁ ତଦନ୍ତ କାର୍ଯ୍ୟ ହସ୍ତାନ୍ତର କରାଯାଇଛି। ଅନୁସନ୍ଧାନରେ ଯଦି କୃଷକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ସଠିକ୍ ବୋଲି ଜଣାପଡିଛି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। :ବୋଲି କଲେକ୍ଟର ସୌରଭ କୁମାର ସୁମନ କହିଛନ୍ତି |