କେନ୍ଦ୍ରୀୟ ସରକାର ଖୁବ ଶୀଘ୍ର ଖାଲି ସରକାରୀ ପଦବୀ ରେ ଭର୍ତି ଯୋଜନା ଆରମ୍ଭ କରୁଛନ୍ତି I ଏବଂ ଏହା ଦ୍ୱାରା ପ୍ରାୟ 7 ଲକ୍ଷ ଲୋକେ ସରକାରୀ ଚାକିରୀ ପାଇପାରିବେ I ବିଗତ ଦିନ ରେ କେନ୍ଦ୍ର ସରକାର ଏପରି ନିଷ୍ପତି ନେଇଛନ୍ତି I ମୋଦି ସରକାର ଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତି ରେ ଅନେକ ବେକାରୀ ଯୁବକ ଯୁବତୀ ଲାଭବାନ ହେଇପାରିବେ I
ସାତ ଲକ୍ଷ ପଦବୀ ରେ ଭର୍ତି
ସରକାର ଙ୍କ ତରଫରୁ ସଂସଦ ରେ ଏକ ରିପୋର୍ଟ ଦାଖିଲ ହେଇଥିଲା ଏହି ରିପୋର୍ଟ ରେ କୁହାଯାଇଛି କି କେନ୍ଦ୍ର ସରକାର ପ୍ରାୟ 7 ଲକ୍ଷ ନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି I ଏବଂ କେନ୍ଦ୍ର ସରକାର ଏହି ଦାଇତ୍ୱ ଡିଓପିଟି ବିଭାଗ କୁ ଦେଇଛନ୍ତି I
କେନ୍ଦ୍ର ସରକାର ଙ୍କ ର ଏହି ଆଦେଶ ପାଇବା ପରେ ଡିଓପିଟି ଖାଲି ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି I ସବୁ ମନ୍ତ୍ରାଳୟ କୁ ମଧ୍ୟ ଡିଓପିଟି ତରଫରୁ ଚିଠି କରାଯାଇଛି I ଏବଂ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଙ୍କ ର ଯୋଜନା ଅନୁସାରେ ଏହା କୁ ନେଇ ଏକ ପ୍ୟାନେଲ ବୋର୍ଡ ମଧ୍ୟ ଗଠନ କରାଯିବ I
ରିପୋର୍ଟ ଦେବାକୁ ହେବ
ଇକୋନୋମିକ ଟାଇମ୍ସ ଅନୁସାରେ ମନ୍ତ୍ରାଳୟ କୁ ଖାଲି ପଡିଥିବା ପଦବୀ ର ସୂଚନା ଦେବାକୁ ହେବ I ଏହି ସୂଚନା ପ୍ରତୋକ ମାସ 5 ତାରିଖ ରେ ଦେବାକୁ ହେବ I ଏବଂ ମନ୍ତ୍ରାଳୟ ଓ ବିଭାଗ ର ପ୍ରଥମ ରିପୋର୍ଟ ଫ୍ରେବ୍ୟୁୟାରୀ 5 ତାରିଖ ରେ ଦାଖିଲ ହେବ I
କ୍ୟାବିନେଟ କମିଟି 23 ଡିସେମ୍ବର 2019 ରେ ଏକ ବୈଠକ କରିଥିଲେ I ଏହି ବୈଠକ ରେ କେନ୍ଦ୍ର ସରକାର ଓ ମନ୍ତ୍ରାଳୟ ଏହି ଖାଲି ପଦବୀ କୁ ନେଇ ଆଲୋଚନା କରିଥିଲେ I ଏବଂ ଖୁବ ଶୀଘ୍ର ନୂତନ ନିଯୁକ୍ତି ଦେବାକୁ ଯୋଜନା ଆରମ୍ଭ କରିଥିଲେ I
ରେଲ୍ୱେ ରେ ଅଧିକ ଖାଲି ପଦବୀ
ଇକୋନମିକ ଟାଇମ୍ସ ଅନୁସାରେ 2014 ରୁ ବର୍ତମାନ ପର୍ଯ୍ୟନ୍ତ 1.57 ଲକ୍ଷ ସରକାରୀ ପଦବୀ ଖାଲି ରହିଛି I ଏକ ମାର୍ଚ୍ଚ 2014 ମଧ୍ୟ ରେ 38 ଲକ୍ଷ ଖାଲି ପଦବୀ ରୁ କେବଳ 31.18 ଲକ୍ଷ ପଦବୀ ରେ କର୍ମଚାରୀ ଙ୍କ ର ନିଯୁକ୍ତି କରାଯାଇଛି I 2018 ପର୍ଯ୍ୟନ୍ତ କେନ୍ଦ୍ର ସରକାର ଙ୍କ ର ସାତ ଲକ୍ଷ ଖାଲି ପଦବୀ ପୁରା କରିବା ର ଯୋଜନା ଥିଲା I ରିପୋର୍ଟ ଅନୁସାରେ 2.5 ଲକ୍ଷ ପଦବୀ ଅନେକ ବର୍ଷ ହେବ ଖାଲି ରହିଛି I ସେହିପରି ଡିଫେନ୍ସ ସିଷ୍ଟମ ରେ ପ୍ରାୟ 1.9 ଲକ୍ଷ ପଦବୀ ଖାଲି ରହିଛି I ମୋଦି ସରକାର ଦେଶ ରେ ବେରୋଜଗାରୀ କୁ ଦୂର କରିବା କୁ ନୂତନ ପଦକ୍ଷପ ନେଇଛି I