ଶାସ୍ତ୍ର ଅନୁସାରେ ଏହି ସମୟରେ ସ୍ନାନ କରିବା ଦ୍ଵାରା ମିଳିଥାଏ ଅନେକ ଫାଇଦା, ଦୁର୍ଭାଗ୍ୟ ବଦଳି ଯାଏ ସୌଭାଗ୍ୟରେ

ସନାତନ ଧର୍ମ ରେ ପ୍ରତୋକ କାର୍ଯ୍ୟ କରିବା ର ଏକ ନିର୍ଧାରିତ ସମୟ ରହିଥାଏ I ଏହା ପଛ ରେ ଅନେକ ବୈଜ୍ଞାନିକ ତାତ୍ପର୍ଯ୍ୟ ମଧ୍ୟ ରହିଛି I କିନ୍ତୁ ଆଜିକା ଜୀବନ ଶୈଳୀ ରେ ଲୋକେ ଏହି ସବୁ ପୌରାଣିକ ଜୀବନଶୈଳୀ କୁ ଆପଣେଇପାରୁ ନାହାନ୍ତି I ଯାହା ଦ୍ୱାରା ଲୋକେ ଅନେକ ସମୟ ରେ ଅନେକ ସମସ୍ୟା ର ମଧ୍ୟ ସମୁଖୀନ ହେଇଥାନ୍ତି I ଯେପରି ଦୈନିକ କାର୍ଯ୍ୟ ମଧ୍ୟ ରେ ସ୍ନାନ ଏକ ପ୍ରମୁଖ କାମ ରହିଥାଏ I ଏହା କୁ ସଠିକ ସମୟ ରେ କରିବା ଦ୍ୱାରା ଶାରୀରିକ ଲାଭ ମିଳିଥାଏ I ଯାହା କି ମନୁଷ୍ୟ କୁ ଶୁଭ ଫଳ ମଧ୍ୟ ପ୍ରଦାନ କରିଥାଏ I ତେବେ ଚାଲନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ସମୟ ରେ ସ୍ନାନ କରିଲେ ଶୁଭ ଫଳ ପ୍ରାପ୍ତି ହେଇଥାଏ I

ଧର୍ମ ଶାସ୍ତ୍ର ଅନୁସାରେ ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ସକାଳ 4-5 ଘଟିକା ସମୟ ରେ ସ୍ନାନ କରିବା ଉତ୍ତମ ଅଟେ I ଏହି ସମୟ ରେ ସ୍ନାନ କାର୍ଯ୍ୟ ସାରି ଭଗବାନ ଙ୍କ ର ପୂଜା କରିବା ବିଶେଷ ଲାଭକାରୀ ହେଇଥାଏ I ଏହା ଦ୍ୱାରା ଆପଣ ଭଗବାନ ଙ୍କ ର ବିଶେଷ କୃପା ମଧ୍ୟ ପ୍ରାପ୍ତି କରିଥାନ୍ତି I ଭୋର ସମୟ ରେ ଯେଉସମୟ ରେ ଆକାଶ ରେ ତାରା ଦେଖାଯାଇଥାନ୍ତି ସେହି ସମୟ ରେ ସ୍ନାନ କରିବା ଅତି ଉତ୍ତମ ହେଇଥାଏ I ଏବଂ ଏହା କୁ ରୁଷି ସ୍ନାନ କୁହାଯାଇଥାଏ I ସୂର୍ଯ୍ୟ ଉଦୟ ପରେ ଯେଉଁ ସ୍ନାନ କରାଯାଇଥାଏ ଏହା କୁ ମନୁଷ୍ୟ ସ୍ନାନ କୁହାଯାଇଥାଏ I ଦିପହର ସମୟ ରେ ସ୍ନାନ କରିବା ଉଚିତ ନୁହେଁ I ଯଦି ସୂର୍ଯ୍ୟ ଗ୍ରହଣ କି ଚନ୍ଦ୍ର ଗ୍ରହଣ ହେଇଥିବ ତେବେ ରାତି ରେ ମଧ୍ୟ ଆପଣ ସ୍ନାନ କରିପାରିବେ I

ଆଜିକା ଆଧୁନିକ ଜୀବନଶୈଳୀ ରେ ଅନେକ ଲୋକେ ଏପରି ଅଛନ୍ତି ଯେଉଁମାନେ କି ସୂର୍ଯ୍ୟ ଉଦୟ ପରେ ହିଁ ସ୍ନାନ କରିଥାନ୍ତି I ଶାସ୍ତ୍ର ରେ ଏପରି ସ୍ନାନ କୁ ଦାନଵ ସ୍ନାନ କୁହାଯାଇଥାଏ I ଶାସ୍ତ୍ର ଅନୁସାରେ ଭୋର ସମୟ ରେ ଯେଉଁ ସମୟ ରେ ଆକାଶ ରେ ତାରା ରହିଥାନ୍ତି ଏହି ସମୟ ରେ ସ୍ନାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି ହେଇଥାଏ I ଏବଂ ଏହି ସମୟ ରେ ଭଗବାନ ଙ୍କ ର ନାମ ଜପ କରିବା ଦ୍ୱାରା ବିଶେଷ ଫଳପ୍ରଦ ମଧ୍ୟ ହେଇଥାଏ I

ଗୁଣା ଦଶ ସ୍ନାନ ପାରସ୍ୟ ସାଧ୍ୟ ରୂସଚ ତେଜସ ବଲ ଚ ଶୌଚମ
ଆୟୁଷ୍ମାରୋଗୟମଲୋଳୁପତ୍ୱ୍ୱ ଦୁଖଃସ୍ଵବ ପରମନ୍ସ ଆସାମ ମେଘା

ଏହି ଶ୍ଳୋକ ର ଅର୍ଥ ଏହା କି ଯେଉଁ ଲୋକେ ସକାଳୁ ସ୍ନାନ କରନ୍ତି ସେମାନେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି ଓ ଅଧିକ ଦିନ ଯୌବନ ରହିଥାଏ I ଏହିପରି ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ ରେ ବୃଦ୍ଧି ହେଇଥାଏ ଏବଂ ଏପରି ଲୋକେ ପବିତ୍ର ଚିନ୍ତାଧାରା ର ହେଇଥାନ୍ତି I