୭ ଫୁଟର ଗ୍ରେଟ ଖଲି ଗୋଟିଏ ଦିନରେ କେତେ ଖାଦ୍ୟ ଖାଇ ଥାନ୍ତି; ଜାଣିଲେ ଚମକି ପଡିବେ

ଗ୍ରେଟ ଖାଲି ଜଣେ ରେସଲର ଅଟନ୍ତି I ସେ ହଲିଉଡ଼ ଓ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ କାମ କରିଛନ୍ତି I ସେ ବିଗବସ ର ଚତୁର୍ଥ ସଂସ୍କରଣ ର ଉପ ବିଜେତା ମଧ୍ୟ ଅଟନ୍ତି I ଆପଣ ମଧ୍ୟ ଗ୍ରେଟ ଖଲି ଙ୍କ ବିଷୟ ରେ ଶୁଣିଥିବେ I ଭାରତ ର ପ୍ରଥମ ରେସଲର ରୂପେ ଗ୍ରେଟ ଖଲି ପରିଚିତ ଅଟନ୍ତି I ଏବଂ ଆଜିକା ସମୟ ରେ ସେ ଜଣେ WWE ର ସୁପର ଷ୍ଟାର ଅଟନ୍ତି I ଖଲି ଙ୍କ ର ଉଚତା 7 ଫୁଟ 1 ଇଞ୍ଚ ଅଟେ I ଏବଂ ଓଜନ 157 କିଲୋ ଅଟେ I ଖଲି ଙ୍କ ର ଛାତି 63 ଇଞ୍ଚ ଅଟେ I

ତେବେ ଆଜି ଆଲୋଚନା କରିବା ଗ୍ରେଟ ଖଲି ଦିନ ସାରା କଣ ସବୁ ଖାଦ୍ୟ ଗ୍ରହଣ କରିଥାନ୍ତି I

ସକାଳୁ
ଗ୍ରେଟ ଖଲି ସକାଳୁ ଉଠି ଅଧା ଲିଟର ପାଣି ପିଅନ୍ତି I ଏବଂ ଜଳଖିଆ ରେ 10 ଅଣ୍ଡା ଓ 1 ଲିଟର କ୍ଷୀର ସେବନ କରନ୍ତି I ଏହା ସହ ବ୍ରେଡ ଓ ଚା ମଧ୍ୟ ସେବନ କରନ୍ତି I

ଦିପହର ସମୟ ରେ
ସେହିପରି ଦିପହର ସମୟ ରେ ଖାଦ୍ୟ ରେ ଚିକେନ କରି, ଡାଲି, ତରକାରୀ, ଭାତ ଓ ଅଣ୍ଡା ଆଦି ସେବନ କରନ୍ତି I

ରାତି ରେ
ଗ୍ରେଟ ଖଲି ଡିନର ରେ 10 ଗୋଟି ଗହମ ର ରୁଟି , ବ୍ରାଉନ ରାଇସ , ଚିକେନ ଓ 6 ଅଣ୍ଡା ଆଦି ସେବନ କରନ୍ତି I ସେ ନିଜ କୁ ଫିଟ ରଖିବାକୁ ଫଳମୂଳ ମଧ୍ୟ ସେବନ କରନ୍ତି I

Share Your Comments Below