ସାଉଥର ୧୦୦୦ଟି ଚଳଚିତ୍ର ରେ କାମ କରିସାରିଲେଣି ଏହି କମେଡିଆନ; ଗୋଟେ ଫିଲ୍ମର ଫିସ ଶୁଣିଲେ ଆପଣ ଆଶ୍ଚର୍ଜ୍ୟ ହେବେ

ଏହି ଯେଉଁ ଫୋଟୋ ଟିକୁ ଆପଣ ଦେଖୁଛନ୍ତି ,ଭାରତର କୋଣ ଅନୁକୋଣ ରେ କିଏ ବା ତାଙ୍କୁ ନ ଜାଣିଛି I ଏ ହେଉଛନ୍ତି ସାଉଥ ର ଜଣେ ବଡ କଳାକାର ଏବଂ ତାଙ୍କ କଳାର ଚମତ୍କାରିତା ପାଁଇ ସେ ଆଜି ସଫଳତା ର ଶୀର୍ଷରେ ପହଂଚି ପାରିଛନ୍ତି I

ସେ କେବଳ ଆମ ଦେଶ ରେ ନୁହେ ବିଦେଶ ରେ ମଧ୍ୟ ବେଶ ସୁପରିଚିତ ହେଇପାରିଛନ୍ତି I ସେ ଆଉ କେହି ନୁହନ୍ତି ତାଙ୍କ ନା ହେଲା ବ୍ରହ୍ମାନନ୍ଦ I ଆପଣ ହୁଏ ତ ଜାଣି ନ ଥିବେ ସେ ଫେବୃୟାରୀ 1 1956 ରେ ଗୁତୁର ଜେଲ ର ମୁପଲ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ I

କଳକାର ଦୁନିଆ ଆସିବା ପୂର୍ବରୁ ସେ ଜଣେ ତେଲୁଗୁ ଶିକ୍ଷକ ଥିଲେ ଏବଂ ତାଙ୍କ ନା ଗିନିଜ ବୁକ ରେ ମଧ୍ୟ ସ୍ଥାନ ପାଇଛି I ବ୍ରହ୍ମାନନ୍ଦ ତାଙ୍କ ଜୀବନ କାଳ ମଧ୍ୟ ରେ 1000 ରୁ ଅଧିକ ଚଳଚିତ୍ର ରେ କାମ କରିଆସିଚନ୍ତି I

ବ୍ରହ୍ମାନନ୍ଦ ତାଙ୍କ କ୍ୟାରିୟର ର ଆରମ୍ଭ ଗୋଟେ ଛୋଟ ରୋଲ ରୁ ହିଁ କରିଥିଲେ ଏବଂ ଆଜି ସେ ଚଳଚିତ୍ର ଜଗତର ବାଦଶାହ କହିଲେ କିଛି କମ ହେବ ନାହିଁ I

ସେ ଗତ ବର୍ଷ ତାଙ୍କ ର ପ୍ରାପ୍ୟ ଟଙ୍କା ର ରେଟ ମଧ୍ୟ ବଢ଼ାଇ ଦେଇଛନ୍ତି I ଏବଂ ବର୍ତମାନ ସେ ଗୋଟେ ଚଳଚିତ୍ର ପାଁଇ ଗୋଟେ କୋଟି ଟଙ୍କା ନେଉଛନ୍ତି I ସେ ତାଙ୍କ ରେଟ ବଢ଼ାଇଲା ପରେ ବି ତାଙ୍କ ଲୋକପ୍ରିୟତା କିଛି କାମ ନାହିଁ I

ସେ ତେଲୁଗୁ ଛଡା ତାମିଲି , ମାଲାୟାଲାମ ଓ କାନାଡ଼ା ଚଳଚିତ୍ର ରେ ମଧ୍ୟ ବେଶ ଭଲ ଅଭିନୟ କରିଛନ୍ତି I