ପ୍ରବାସୀ ଶ୍ରମିକଙ୍କୁ ନିଜ ଘରୁ ଖାଇବା ତିଆରି କରି ପ୍ୟାକିଙ୍ଗ କରି ଖାଦ୍ୟ ବାଣ୍ଟୁଛନ୍ତି ବୀରେନ୍ଦ୍ର ସେହବାଗ, କହିଲେ ବଡ କଥା …

ଯେତେବେଳେ ବି କୌଣସି ଦେଶ ରେ କୌଣସି ସମସ୍ୟା ଦେଖାଯାଇଥାଏ ତେବେ ଦେଶ ରେ ଧନୀକ ସମୁଦାୟ କିମ୍ବା ବଡ଼ ବଡ଼ ସେଲିବ୍ରେଟି ମାନେ ସାଧାରଣ ଜନତା ଙ୍କ ର ସହାୟତା ପାଁଇ ଆଗେଇ ଆସିଥାନ୍ତି I ଇତି ମଧ୍ୟ ରେ ଅନେକ କ୍ରିକେଟର ମଧ୍ୟ ସହାୟତା ର ହାତ ବଢ଼ାଇଛନ୍ତି I ତେବେ ବର୍ତମାନ ଦେଶ ରେ କରୋନା ମହାମାରୀ କୁ ନେଇ ଗରିବ ଲୋକ ଙ୍କ ର ଖାଦ୍ୟପେୟ ର ନାନା ସମସ୍ୟା ଦେଖିବା କୁ ମିଳିଛି I ତେବେ ବୀରେନ୍ଦ୍ର ସେହେବାଗ କିଛି ଏପରି କରିଛନ୍ତି ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I ଏପରି ଅସମୟ ରେ ବୀରେନ୍ଦ୍ର ସେହେବାଗ ଗରିବ ଲୋକ ଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି I

ଏହି ପରି ସହାୟତା କରୁଛନ୍ତି ଗରିବ ଲୋକ ଙ୍କ ର I ସେହେବାଗ ବର୍ତମାନ ଖାଦ୍ୟ ପ୍ରସ୍ତୁତ କରି ଏହା କୁ ପ୍ୟାକିଂ କରି ଗରିବ ଲୋକ ଙ୍କ ର ଦୁଆର ଦୁଆର ବାଣ୍ଟୁଛନ୍ତି I ଏବଂ ସେ ଏହି ଯୋଜନା ପାଁଇ ଉଦ୍ୟାନ ଫାଉଣ୍ଡେସନ ର ସହାୟତା ମଧ୍ୟ ନେଇଛନ୍ତି I ତେବେ ସେହେବାଗ ଏପରି କିଛି ଲୋକ ଙ୍କ ର ସହାୟତା ରେ ଏହି କାମ କରୁଛନ୍ତି I


ବୀରେନ୍ଦ୍ର ସେହେବାଗ ଙ୍କ ଘରେ ଯେଉଁମାନେ ଖାଦ୍ୟ ରୋଷେଇ କରୁଥିଲେ ,ସେହିମାନେ ହିଁ ରୋଷେଇ କରି ଖାଦ୍ୟ ପ୍ୟାକିଂ କରି ଗରିବ ଲୋକ ଙ୍କ ପାଖ ରେ ପହଞ୍ଚାଉଛନ୍ତି I ସେହେବାଗ ଏହି କାର୍ଯ୍ୟ ସମ୍ବନ୍ଧିତ ଏକ ପୋଷ୍ଟ ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଥିଲେ I ତେବେ ଏହା ଦେଖିବା ପରେ ସାଧାରଣ ଜନତା ତାଙ୍କ ର ପ୍ରଶଂସା ମଧ୍ୟ କରୁଛନ୍ତି I

ଯେଉଁପରି କ୍ରିକେଟ ଜଗତ ରେ ସେହେବାଗ ପରିଚିତ ଅଟନ୍ତି ସେହିପରି ମଧ୍ୟ ଆଜି ସାଧାରଣ ଜନତା ଙ୍କ ର ସହାୟତା କରି ସେ ଜଣେ ରିୟଲ ହିରୋ ହେଇପାରିଛନ୍ତି I ତେବେ ଅନ୍ୟ କ୍ରିକେଟର ଙ୍କ ର ମଧ୍ୟ ଏହିପରି ସେବା ମନବୃତି ରଖିବା ଉଚିତ I