ଲୋମ ଟାଙ୍କୁରା ଶୀତରେ ବି ୧୨ କିମି ଚାଲି ଚାଲି CRPF ଯବାନ ଭୋକିଲା ପିଲାଙ୍କ ପାଖରେ ପହଞ୍ଚାଇଲେ ଖାଦ୍ୟ, ସଲାମ ଭାରତୀୟ ଯବାନଙ୍କୁ

ଜାମୁ କାଶ୍ମୀର ର ରାମବନ ନିକଟ ରେ ରାଷ୍ଟ୍ରୀୟ ରାଜମାର୍ଗ ରେ ଅତ୍ୟଧିକ ତୁଷାରପାତ କୁ ନେଇ ଏକ ପରିବାର ର ସଦସ୍ୟ ଫସି ରହିଥିଲେ I କେନ୍ଦ୍ରୀୟ ରିଜରବ ପୋଲିସ ର ଅଧିକାରୀ ସେଠାରେ ଭଗବାନ ରୂପେ 12 କିମି ଚାଲି ଚାଲି ଭୋକ ରେ ରହିଥିବା ସେହି ପରିବାର ପାଖ ରେ ପହଂଚିଥିଲେ I ତେବେ CRPF ଙ୍କ ର ଏପରି କାର୍ଯ୍ୟ କୁ ନେଇ ସବୁ ଲୋକେ ତାଙ୍କ ର ବେଶ ପ୍ରଶଂସା ହିଁ କରୁଛନ୍ତି I କାରଣ CRPF ଯବାନ 12 କିମି ପାଦ ରେ ଚାଲି ଚାଲି ପିଲା ଙ୍କ ପାଖ ରେ ସହାୟତା ପହଞ୍ଚିଥିଲେ I 84 ବି ବାଟାଲିୟନ ର କମାଣ୍ଡର ଡି ପି ଯାଦବ ଏକ ଇଣ୍ଟରଭିୟୁ ରେ କହିଥିଲେ ଜାମୁ ଶ୍ରୀ ନଗର ରାଜ ମାର୍ଗ ରାମବନ ର ଦିଗଦଲ ଫସି ରହିଥିଲେ ଆସିଫ ଭୋକିଲା ପିଲା ଙ୍କ ର ଖାଦ୍ୟ ପାଁଇ CRPF ଯବାନ ଙ୍କ ର ସହାୟତା ମାଗିଥିଲେ I

ଆସିଫ ଙ୍କ ର ପରିବାର ଲୋକେ CRPF ଙ୍କୁ ହେଲ୍ପଫ ଲାଇନ ନମ୍ବର ରେ କଲ କରିଥିଲେ I ଟିମ ର ଇନ୍ସପେକ୍ଟର ରାଗୁବିର ଙ୍କ ର ସହ CRPF ର ଯବାନ ଫସି ରହିଥିବା ପରିବାର ର ପିଲାମାନଙ୍କ ପାଁଇ କିଛି ଖାଦ୍ୟ ଓ କିଛି କ୍ଷୀର ଆଦି ପହଂଚାଇଥିଲେ I CRPF ଯବାନ ଙ୍କ କହିବା ଅନୁସାରେ ଅତ୍ୟଧିକ ତୁଷାରପାତ କୁ ନେଇ ରାସ୍ତା ବନ୍ଦ ହେଇଯାଇଥିଲା ତେଣୁ CRPF ଯବାନ ମାନେ 12 କିମି ଚାଲି ଚାଲି ଯାଇଥିଲେ I

ଏହା ପରେ CRPF ଯବାନ ପିଲା ଙ୍କ ର ପାଖ ରେ ସଠିକ ସମୟ ରେ ଖାଦ୍ୟ ଆଦି ପହଞ୍ଚାଇପାରିଥିଲେ I ତେବେ ରବିବାର ଦିନ କିନ୍ତୁ ହାଇୱେ ର ଏକ ସାଇଡ ରାସ୍ତା ବହୁତ କଷ୍ଟ ରେ ଖୋଲିଥିଲା I ତେବେ ବିଗତ କିଛି ଦିନ ହେବ କାଶ୍ମୀର ରେ ଅଧିକ ବରଫ ପଡିବା କୁ ନେଇ ଲୋକେ ନାହିଁ ନ ଥିବା ସମସ୍ୟା ରେ ପଡୁଛନ୍ତି I

ଏହି ବିଷୟ ରେ ସୂଚନା CRPF ର ହେଲ୍ପଲାଇନ ନମ୍ବର ରୁ ହିଁ ମିଳିଥିଲା I କାଶ୍ମୀର ରେ ଟେଲିଫୋନ ସେବା ବନ୍ଦ ହେବା ପରେ CRPF ଯବାନ ମାନେ ଏହି ହେଲ୍ପଲାଇନ ସେବା ଦ୍ୱାରା ଅନେକ ଲୋକ ଙ୍କ ର ସହାୟତା ମଧ୍ୟ କରିଛନ୍ତି I