ଶ୍ରଦ୍ଧାଙ୍କଠାରୁ ଅଲଗା ହେଲା ପରେ ଏବେ ଏହି Heroine ପ୍ରେମରେ ପାଗଳ ରାଜ ରାଜେଶ…

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଯୋଡି ଶ୍ରଦ୍ଧା ଓ ରାଜେଶଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ କିନ୍ତୁ ବର୍ତ୍ତମାନ ସମୟରେ ଶ୍ରଦ୍ଧା ଓ ରାଜେଶଙ୍କ ମଧ୍ୟରେ ଝଗଡ଼ା ହୋଇ ଯାଇଛି ଆଉ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ଏବଂ ଶ୍ରଦ୍ଧା ଓ ରାଜେଶ ଅଲଗା ହେବା ପରେ ବର୍ତ୍ତମାନ ସମୟରେ ବର୍ଷାଙ୍କ ସହିତ ନଜର ଆସିଛନ୍ତି ରାଜେଶ୍।


ତେବେ ଦର୍ଶକ ବନ୍ଧୁ ଏହି ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ରାଜେଶ୍ ଓ ଶ୍ରଦ୍ଧାଙ୍କୁ ବୋହୁତ ସାରା ଧାରାବାହିକରେ ଓ ଫିଲ୍ମରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହାଛଡା ଦୁହେଁ ବୋହୁତ ଆଲବମ୍ ମଧ୍ୟ କରି ସାରିଛନ୍ତି। ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଯାଉଥିଲେ ରାଜେଶ୍ ଓ ଶ୍ରଦ୍ଧା।


ଏହି ଯୋଡିଙ୍କର ଗତବର୍ଷ ନିର୍ବନ୍ଧ ମଧ୍ୟ ସରି ଯାଇଥିଲା କିନ୍ତୁ କୌଣସି କାରଣ ଯୋଗୁଁ ତାଙ୍କ ବାହାଘରଟି ହୋଇ ପାରିନଥିଲା ଓ ବର୍ତ୍ତମାନ ସମୟରେ ରାଜେଶ୍ ଓ ଶ୍ରଦ୍ଧାଙ୍କ ମଧ୍ୟରେ ଝଗଡ଼ା ଲାଗି ଯାଇଛି ଆଉ ତାଙ୍କ ଝଗଡ଼ାଟି ଏତେ ମାତ୍ରାରେ ବଢ଼ି ଯାଇଛି ଯେ ରାଜେଶ୍ ଓ ଶ୍ରଦ୍ଧା ପରସ୍ପରଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି।


ଏହାପରେ ଦୁହେଁ ଦୁହିଁଙ୍କ ଫଟୋଗୁଡ଼ିକ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଡିଲିଟ୍ କରିଦେଇ ଥିବାର ନଜର ଆସିଛନ୍ତି। ବର୍ତ୍ତମାନ ସମୟରେ ରାଜେଶ୍ ଓ ଶ୍ରଦ୍ଧା ଅଲଗା ହେବା ପରେ ରାଜରାଜେଶ୍ କୁଆଁରୀ ବୋହୂ ଧାରାବାହିକର ବର୍ଷାଙ୍କ ସହିତ ନଜର ଆସିଛନ୍ତି।

ରାଜେଶ୍ ଓ ବର୍ଷାଙ୍କର ଏହି ଫଟୋ ଗୁଡିକ ଦେଖି ଭାଇରାଲ୍ ହେବାରେ ଲାଗିଛି କି ରାଜେଶ୍ ଓ ବର୍ଷାଙ୍କ ମଧ୍ୟରେ କିଛି ପ୍ରେମ ସମ୍ପର୍କ ରହିଛି। ହେଲେ ସେମାନଙ୍କ ମଧ୍ୟରେ ସତରେ ପ୍ରେମ ସମ୍ପର୍କ ରହିଛି କି ନାହିଁ ଏପର୍ଯ୍ୟନ୍ତ ରାଜେଶ୍ କିମ୍ବା ବର୍ଷାଙ୍କ ତରଫରୁ କୌଣସି ପ୍ରକାର କଥା ଆସିନାହିଁ।