ଦୀର୍ଘ ବର୍ଷ ପରେ ଅଯୋଧ୍ୟ୍ୟ ମାମଲା ର ଶୁଣାଣି ଆଜି ଶେଷ ହେଇଯାଇଛି I ସୁପ୍ରିମ କୋର୍ଟ ର ନିଷ୍ପତି ଅନୁସାରେ ଅଯୋଧ୍ୟ୍ୟ ଜମି ରାମ ଲଲା ଙ୍କ ର ଅଟେ I ଏବଂ ସୁନି ବିକଫ ବୋର୍ଡ କୁ ଅନ୍ୟତ୍ର 5 ଏକର ସ୍ଥାନ ଦିଆଯିବ ମସଜିଦ ନିର୍ମାଣ କରିବାକୁ I ତିନି ମାସ ମଧ୍ୟ ରେ ସରକାର ଏକ ଟ୍ରଷ୍ଟ ନିର୍ମାଣ କରି ଏହା ଅନ୍ତର୍ଗତ ମନ୍ଦିର ନିର୍ମାଣ କରିପାରିବେ I ଏହା ଆର୍ଟିକଲ 142 ଅନୁସାରେ ଗୃହୀତ ହେଇଚି I
ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛି ମୁସଲିମ ପକ୍ଷ ନିଜ ର ଦାବି ସାବ୍ୟସ୍ତ କରିବା ରେ ଅସଫଳ ରହିଛନ୍ତି I ଏବଂ ଏହି ସ୍ଥାନ ରେ ASI ର ଅନୁସନ୍ଧାନ ଅନୁସାରେ ହିନ୍ଦୁ ସଭ୍ୟତା ର ପ୍ରମାଣ ମଧ୍ୟ ମିଳିଛି I ସୁପ୍ରିମ କୋର୍ଟ ର ଘୋଷଣା ଅନୁସାରେ ଏଠାରେ ମନ୍ଦିର ଭଙ୍ଗାଯାଇ ହିଁ ମସଜିଦ କରାଯାଇଛି ଏହା ର ମଧ୍ୟ କୌଣସି ସଠିକ ପ୍ରମାଣ ନାହିଁ I
ତେଣୁ ଏହି ଜମି ରେ ହିନ୍ଦୁ ଙ୍କ ର ପ୍ରମାଣ ଥିବାରୁ ଜମି ର ମାଲିକାନା ଅଧିକାର ରାମ ଲାଲା ନ ର ଅଟେ I ଏବଂ ମସଜିଦ ନିର୍ମାଣ ପାଁଇ ସୁନି ବୋର୍ଡ କୁ ଅନ୍ୟତ୍ର 5 ଏକର ଜାଗା ମିଳିବ I
ନିମୋହି ଅଖାଡା
ନିର୍ମହି ଅଖାଡା ର ପ୍ରବକ୍ତା କାର୍ତିକ ଚୋପଦା କହିଛନ୍ତି ସୁପ୍ରିମ କୋର୍ଟ ଆମ ର 150 ବର୍ଷ ର ଏହି ଲଢେଇ କୁ ଆଜି ପୁରା କରିଦେଇଛି I ଏବଂ ସୁପ୍ରିମ କୋର୍ଟ ର ଏହି କାର୍ଯ୍ୟଧାରା ପାଁଇ ଆମେ ବେଶ କୃତଜ୍ଞ ଅଟୁ I
ହିନ୍ଦୁ ମହାସଭା ର ଓକିଲ
ହିନ୍ଦୁ ମହାସଭା ର ଓକିଲ ବରୁଣ କୁମାର ସିଂ କହିଛନ୍ତି ସୁପ୍ରିମକୋର୍ଟ ର ଏହି ନିଷ୍ପତି କୁ ନେଇ ଦେଶ ରେ ଏକତା ର ପ୍ରମାଣ ଦେଇଛନ୍ତି I
ମୁସଲିମ ପକ୍ଷ
ଏହି ସୁପ୍ରିମ କୋର୍ଟ ର ନିଷ୍ପତି ରେ ମୁସଲିମ ପକ୍ଷ ଙ୍କ ର ଓ଼କିଲ ଜାଫରୱାବ ଜିଲାନି କହିଛନ୍ତି ସେ ମଧ୍ୟ ସୁପ୍ରିମ କୋର୍ଟ ର ଏହି ନିଷ୍ପତି କୁ ସଂମାନ କରୁଛନ୍ତି I
ପ୍ରଶଂସା
ସୁପ୍ରିମ କୋର୍ଟ ଅନୁସାରେ ଅଯୋଧ୍ୟା ର ଏହି 2.77 ଏକର ଜାଗା କେନ୍ଦ୍ର ସରକାର ଙ୍କ ର ଅଧୀନ ରେ ରହିବ I ଏବଂ ନିର୍ମହି ଅଖାଡା ମଧ୍ୟ ମନ୍ଦିର ଟ୍ରଷ୍ଟ ରେ ଯୋଗ ଦେଇପାରିବ I
ମୁସଲିମ ପକ୍ଷ ଙ୍କ ର ମାଲିକାନା ନ ଥିଲା
ସୁପ୍ରିମ କୋର୍ଟ ର ଘୋଷଣା ଅନୁସାରେ ମୁସଲିମ ପକ୍ଷ ଏପରି କିଛି ପ୍ରମାଣ ଦେଖାଇପାରି ନାହାନ୍ତି ଯେଉଁଥିରୁ ଏହା ପ୍ରମାଣିତ ହେବ କି ତାଙ୍କ ର ଏହି ଜାଗା ରେ ମାଲିକାନା ଅଧିକାର ରହିଛି I
ହିନ୍ଦୁ ବାହାରେ ପୂଜା କରୁଥିଲେ ଓ ମୁସଲିମ ନମାଜ ପଢୁଥିଲେ
ଏହା ମଧ୍ୟ ସ୍ପଷ୍ଟ ହେଇଚି କି ମୁସଲିମ ସମୁଦାୟ ସେଠାରେ ନମାଜ ପଢୁଥିଲେ ଓ ହିନ୍ଦୁ ବାହାରେ ପୂଜା କରୁଥିଲେ I
କୌଣସି ବ୍ୟକ୍ତି ଙ୍କ ର ନୁହେଁ
ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛନ୍ତି କି ରାମ ଜନ୍ମ ଭୂମି କୌଣସି ଜଣେ ବ୍ୟକ୍ତି ଙ୍କ ର ନୁହେଁ ଏବଂ ନା ହିଁ କୌଣସି ଆସ୍ଥା ର ଆଧାର ରେ ନିଷ୍ପତି କରାଯାଉଛି I ସବୁ ତଥ୍ୟ ପ୍ରମାଣ ଆଧାର ରେ ହିଁ ଏହି ନିଷ୍ପତି କରାଯାଇଛି I
ସିୟା ବୋର୍ଡ ର ପ୍ରମାଣ ଖାରଜ
ଚିଫ ଜଷ୍ଟିସ ରଞ୍ଜନ କହିଛନ୍ତି ଏଥିରେ ସିୟା ବୋର୍ଡ ଙ୍କ ର ଯାଚିକା କୁ ପ୍ରମାଣ ଅଭାବ ରୁ ଖାରଜ କରାଯାଉଛି I ସିୟା ବୋର୍ଡ 1946 ରେ ଫେଜବାଦ କୋର୍ଟ କୁ ଚାଲେଞ୍ଜ କରିଥିଲା I କିନ୍ତୁ ଆଜି ଅସଫଳ ହେଇଚି I