Sushant Singh ଙ୍କ ସହ କଣ କଣ ହୋଇଥିଲା ସବୁ ରହସ୍ୟ ଖୋଲିଲେ ତାଙ୍କ ବଡିଗାର୍ଡ, କହିଲେ ରିୟା ସବୁବେଳେ ଖାଲି … ବିହାର ପୋଲିସ ଆସିବା ପରେ ସବୁ ଆସୁଛି ସାମ୍ନାକୁ

ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି ଅଭିଯୋଗ ସୁଶାନ୍ତଙ୍କ ପିତା କେ.କେ ସିଂ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରିୟା ସୁଶାନ୍ତଙ୍କୁ ଟଙ୍କା ପାଇଁ ବ୍ୟବହାର କରିଛନ୍ତି। ସେ ତାଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲେ। ବର୍ତ୍ତମାନ ଏହି ସମୟରେ ସୁଶାନ୍ତଙ୍କ ବଡିଗାର୍ଡଙ୍କ ଗୋଟେ ଇଣ୍ଟରଭିଉ ସାମ୍ନାକୁ ଆସିଛି। ଏହି ଇଣ୍ଟରଭିଉରେ ସେ ରିୟାଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି | ଏଥି ସହିତ ସୁଶାନ୍ତଙ୍କ ପିତା ରିୟାଙ୍କ ଉପରେ ଲାଗେଇଥିବା ଅଭିଯୋଗକୁ ମଧ୍ୟ ଠିକ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ପରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିପାରିବେ ନାହିଁ।

ରିୟା ଆସିବା ପରେ ବଦଳିଯାଇଥିଲେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତଙ୍କ ବଡିଗାର୍ଡ କହିଛନ୍ତି ଯେ ରିୟାଙ୍କୁ ଭେଟିବା ପରେ ସୁଶାନ୍ତଙ୍କ ନିକଟରେ ବହୁତ ପରିବର୍ତ୍ତନ ଦେଖାଯାଇଥିଲା। ତାଙ୍କର ମନୋଭାବ ଏବଂ ଜୀବନସୈଳୀ ସବୁକିଛି ବଦଳି ଯାଇଥିଲା | ସେ ଅଧିକାଂଶ ସମୟ ଅସୁସ୍ଥ ରହୁଥିଲେ । ସବୁବେଳେ ଶୋଉଥିଲେ |ତାଙ୍କର କାହା ସହିତ ସିଧାସଳଖ ସମ୍ପର୍କ ମଧ୍ୟ ନଥିଲା। ବଡିଗାର୍ଡ କହିଛନ୍ତି ଯେ ସେ ଔଷଧର ଓଭରଡୋଜ ବିଷୟରେ ଜାଣି ନାହାଁନ୍ତି କିନ୍ତୁ ୟୁରୋପରୁ ଫେରିବା ପରେ ସେ ପ୍ରାୟତ ଅସୁସ୍ଥ ରହୁଥିଲେ। ସବୁବେଳେ ଖଟରେ ପଡି ରହୁଥିଲେ| ପୂର୍ବରୁ, ସେ ବହୁତ ଆକଟିଭ ଥିଲେ| ଜିମ୍, ସ୍ୱିମିଙ୍ଗ ଏବଂ ରନିଙ୍ଗ କରୁଥିଲେ|

ସୁଶାନ୍ତଙ୍କ ପଇସାରେ ପାର୍ଟି କରୁଥିଲେ ରିୟା

ବଡିଗାର୍ଡ ଇଣ୍ଟରଭିଉରେ କହିଛନ୍ତି ଯେ ଯେତେବେଳେ ସୁଶାନ୍ତ ଶୋଉଥିଲେ, ସେତେବେଳେ ରିୟା ଆପାର୍ଟମେଣ୍ଟରେ ତାଙ୍କ ଭାଇ ଏବଂ ବାପା କୁ ଡାକି ପାର୍ଟୀ କରୁଥିଲେ। ସେ ନିଜ ସାଙ୍ଗମାନଙ୍କୁ ମଧ୍ୟ ଡାକନ୍ତି| ପାର୍ଟିର ସମସ୍ତ ଖର୍ଚ୍ଚ ସୁଶାନ୍ତଙ୍କ ଟଙ୍କାରୁ ହେଉଥିଲା | ରିୟା ସୁଶାନ୍ତଙ୍କ ସବୁ ଷ୍ଟାଫକୁ ବଦଳାଇ ଦେଇଥିଲେ |ସେ ଜଣେ ହିଁ ପୁରୁଣା ଷ୍ଟାଫ ଥିଲେ। ରିୟା ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟଙ୍କୁ ମଧ୍ୟ ବଦଳେଇ ଦେଇଥିଲେ। ବଡ଼ିଗାର୍ଡ କହିଛନ୍ତି ଯେ ସେ ଏପ୍ରିଲ 2019 ରେ ସୁଶାନ୍ତଙ୍କ ଫାର୍ମହାଉସରେ ରିୟାଙ୍କୁ ପ୍ରଥମେ ଭେଟିଥିଲେ।

ଘରଲୋକଙ୍କ ଆସିବା ମଧ୍ୟ କମ ହେଇଯାଇଥିଲା

ସୁଶାନ୍ତଙ୍କ ବଡିଗାର୍ଡ କହିଛନ୍ତି ଯେ ରିୟା ଆସିବା ପୂର୍ବରୁ ସୁଶାନ୍ତଙ୍କ ପରିବାର ସଦସ୍ୟ ତାଙ୍କୁ ବାରମ୍ବାର ଦେଖା କରୁଥିଲେ। ବିଶେଷ କରି ତାଙ୍କ ବଡ଼ ଭଉଣୀ ପ୍ରିୟଙ୍କା ସିଂ ପ୍ରତିଦିନ ଆସୁଥିଲେ |କିନ୍ତୁ ଗତ ଏକ ବର୍ଷ ଧରି କେବଳ ରିୟାଙ୍କ ପରିବାର ହିଁ ସୁଶାନ୍ତଙ୍କ ଘରକୁ ଆସୁଥିଲେ ଏବଂ ପାର୍ଟି କରୁଥିଲେ।

ସୁଶାନ୍ତ ‘ଫାଲତୁ ଖର୍ଚ୍ଚ’ କରୁନଥିଲେ

ବଡ଼ିଗାର୍ଡ କହିଛନ୍ତି ଯେ ସୁଶାନ୍ତ ଜଣେ ସିଂପଲ ବ୍ୟକ୍ତି ଥିଲେ। ତାଙ୍କର ଅଧିକ ଖର୍ଚ୍ଚ ମଧ୍ୟ ହେଉନଥିଲା |ସେ ବାହାରକୁ କାମ ଯାଉଥିଲେ ଏବଂ ବେଶିରେ ଘର ତିଆରି ଖାଦ୍ୟ ଖାଉଥିଲେ | ରିୟା ଆସିବା ପରେ ହିଁ ତାଙ୍କର ‘ଫାଲତୁ ଖର୍ଚ୍ଚ’ ବଢିବାରେ ଲାଗିଲା | ସୁଶାନ୍ତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ରିୟା ତାଙ୍କୁ ‘ମନି କାର୍ଡ’ ଭାବରେ ବ୍ୟବହାର କରିଥିଲେ, ସୁଶାନ୍ତଙ୍କ ବଡିଗାର୍ଡ ମଧ୍ୟ ଏଥିରେ ସହମତ ହୋଇଥିଲେ।

ସେ ଆଗକୁ ମଧ୍ୟ କହିଛନ୍ତି ଯେ ଯେତେବେଳେ ଔଷଧ ନବାକୁ ସେ ମେଡିକାଲ ଷ୍ଟୋରକୁ ଯାଉଥିଲେ, ଦୋକାନୀ ତାଙ୍କ ଆଡକୁ ଅନାଇ ପଚାରୁଥିଲେ ଏସବୁ କାହାର ଔଷଧ। ସେ ଥରେ ରିୟାଙ୍କୁ ମହେଶ ଭଟ୍ଟଙ୍କ ଅଫିସରେ ମଧ୍ୟ ଛାଡିଛନ୍ତି। ଶେଷରେ ସେ କହିଛନ୍ତି ଯେ ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗର ସମ୍ପୂର୍ଣ ଅନୁସନ୍ଧାନ କରାଯିବା ଉଚିତ।