ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ଆସିଲା ପରିବାର ଲୋକଙ୍କର ବୟାନ, କଲେ ବଡ ଘୋଷଣା…

ସୁଶାନ୍ତ ସିଂ ରାଜପୁତ ଦୁନିଆ ଛାଡିବାର ଅନେକ ଦିନ ବିତିଗଲାଣି। ସୁଶାନ୍ତ ପରିବାର ଏବଂ ତାଙ୍କ ଫ୍ୟାନ ମାନଙ୍କ ଏ ଦୁଃଖ ରୁ ବାହାର କୁ ଆସି ପାରୁନାହାନ୍ତି। ଏହି ସମୟରେ ତାଙ୍କ ପରିବାର ଫ୍ୟାନ ମାନଙ୍କ ପାଇଁ ଏକ ଷ୍ଟେଟମେଣ୍ଟ ଜାରି କରିଛନ୍ତି। ଏଥିରେ ତାଙ୍କ ପରିବାର ଲୋକ ତାଙ୍କର ପ୍ରିୟ ଗୁଲଶନ ଅର୍ଥାତ୍ ସୁଶାନ୍ତଙ୍କୁ ଶେଷ ବିଦାୟ ଦେବାବେଳେ କିଛି ବଡ ଘୋଷଣା କରିଛନ୍ତି। କହି ଡାବୁଛୁ ଯେ ସୁଶାନ୍ତଙ୍କ ଘର ଲୋକେ ତାଙ୍କୁ ଗୁଲଶନ୍ ନାମ ରେ ଡାକୁଥିଲେ|

ଷ୍ଟେଟମେଣ୍ଟ ରେ ତାଙ୍କ ପରିବାର ଲୋକ ଲେଖିଛନ୍ତି, “ବିଦାୟ ସୁଶାନ୍ତ। ଦୁନିଆ ପାଇଁ ଥିବା ସୁଶାନ୍ତ ସିଂ ରାଜପୁତ ଆମ ପାଇଁ ଆମର ପ୍ରିୟ ଗୁଲଶନ ଥିଲା। ସେ ଜଣେ ଖୋଲା ଚିନ୍ତାଧାରା ରଖୁଥିବା ଏବଂ ଅତି ବୁଦ୍ଧିମାନ ପିଲା ଥିଲା| ସେ ପିଲାଟି ଦିନରୁ ପ୍ରତେକ ଜିନିଷ ପ୍ରତି ଆଗ୍ରହୀ ଥିଲା|ତାର ସ୍ବପ୍ନ କୁ କୌଣସି ଜିନିଷ ଅଟକାଇ ପାରି ନଥିଲା ଏବଂ ସେ ସେହି ସ୍ୱପ୍ନଗୁଡ଼ିକୁ ସିଂହ ଭଳି ଅନୁସରଣ କରୁଥିଲା ଏବଂ ପୁରା ମଧ୍ଯ କରୁଥିଲା | ସେ ଖୋଲାଖୋଲି ଭାବେ ସବୁ ବେଳେ ହସୁଥାଏ। “|

ସେ ଆମ ପରିବାରର ଗର୍ବ ଏବଂ ପ୍ରେରଣା ଥିଲା। ଟେଲିସ୍କୋପ ତାର ପ୍ରିୟ ଜିନିଷ ଥିଲା ଯେଉଁଥିରେ ସେ ତାରା ଦେଖୁ ଥିଲା| ଆମେ ବର୍ତମାନ ସୁଦ୍ଧା ବିଶ୍ୱାସ କରିପାରୁନୁ ଯେ ଆମେ ଏବେ ତା ହସ ଆଉ ଶୁଣିପାରିବୁ ନାହିଁ|ତାର ସେ ଉଜ୍ଜ୍ୱଳ ଆଖି ଆଉ ଦେଖିପାରିବୁ ନାହିଁ କି ବିଜ୍ଞାନ ବିଷୟରେ ତାର ଶେଷ ହଉନଥିବା କଥାବାର୍ତ୍ତା ଶୁଣି ପାରିବୁ ନାହିଁ| ସୁଶାନ୍ତ ର ବିୟୋଗରେ ଆମ ପରିବାରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଇଛି, ଯାହା କୁ କେବେ ବି ପୂରଣ କରାଯାଇ ପାରିବ ନାହିଁ| ସେ ତାର ପ୍ରତ୍ୟେକ ଫ୍ୟାନ ଙ୍କୁ ପ୍ରକୃତରେ ଭଲ ପାଉଥିଲେ। ”


ତାଙ୍କ ସ୍ମୃତିକୁ ସତେଜ ରଖିବା ପାଇଁ ଏକ ଫାଉଣ୍ଡେସନ କରାଯାଉଥିବା ବିଷୟରେ ତାଙ୍କ ପରିବାର ଲୋକ କହିଛନ୍ତି। ଆହୁରି କହିଛନ୍ତି ଯେ- ଆମ ଗୁଲଶାନ କୁ ଏତେ ପ୍ରେମ ଦେଇଥିବାରୁ ଧନ୍ୟବାଦ|ତାଙ୍କ ସ୍ମୃତି ରେ ତାଙ୍କ ପରିବାର ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେସନ୍ ନିର୍ମାଣ କରୁଛନ୍ତି। ଏହା ସୁଶାନ୍ତଙ୍କ ପସନ୍ଦ ଅର୍ଥାତ୍ ବିଜ୍ଞାନ, ସିନେମା ଏବଂ କ୍ରୀଡା କ୍ଷେତ୍ର ରେ ଆସୁଥିବା ଯୁବ ପ୍ରତିଭା ମାନଙ୍କୁ ସାହାଯ୍ୟ କରିବ| ଏଥିସହ ପାଟଣାର ରାଜୀବ ନାଗରରେ ଥିବା ତାଙ୍କ ଘରକୁ ଏକ ସ୍ମାରକୀରେ ପରିଣତ କରାଯିବ। ଆମେ ତାଙ୍କର ବ୍ୟକ୍ତିଗତ ଜିନିଷ ଏଠାରେ ରଖିବୁ, ଯେଉଁଥିରେ ତାଙ୍କର ହଜାର ହଜାର ପୁସ୍ତକ,ଟେଲିସ୍କୋପ,ଫ୍ଲାଇଟ୍ ସିମୁଲେଟର ଏବଂ ଅନ୍ୟାନ୍ୟ ଜିନିଷ ରହିବ|ଏହା ଦ୍ୱାରା ତାଙ୍କ ଫ୍ୟାନ ଏବଂ ଶୁଭେଚ୍ଛୁ ମାନେ ତାଙ୍କ ସହିତ ଜଡିତ ରହିବେ|

ଶେଷରେ କହିଛନ୍ତି ଯେ ସୁଶାନ୍ତଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ବର୍ତ୍ତମାନ ତାଙ୍କ ପରିବାର ଲୋକେ ପରିଚାଳନା କରିବେ। ଏହା ମାଧ୍ୟମରେ ତାଙ୍କ ସ୍ମୃତି ସତେଜ ରହିବ|ପରିବାର ସମସ୍ତ ପ୍ରଶଂସକଙ୍କୁ ସେମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
କହି ଦଉଛୁ ଯେ 14 ଜୁନ୍ ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ମୁମ୍ବାଇ ଥିବା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି। ସେ ଡିପ୍ରେସନ ସହ ଲଢେଇ କରୁଥିଲେ। ସବୁବେଳେ ହସୁଥିବା ଏବଂ ଖେଳୁଥିବା ସୁଶାନ୍ତ କାହିଁକି ଏତେ ବଡ ପଦକ୍ଷେପ ନେଇଥିଲେ କେହି ଜାଣନ୍ତି ନାହିଁ | ପୋଲିସ ଘଟଣାର ତଦନ୍ତ କରୁଛି। ଏଭଳି ପରିସ୍ଥିତିରେ ତାଙ୍କ ସାଙ୍ଗ, ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ପଚରାଉଚରା କରାଯାଉଛି।