ରାଜସ୍ତାନ ର ନଗୋର ଜିଲ୍ଲା ରେ ମକରଣ ରେ ଏକ ଆଶ୍ଚଯ୍ୟକର ଘଟଣା ନଜର କୁ ଆସିଛି | ଦୀର୍ଘ ଦେଢ଼ ବର୍ଷ ପୂର୍ବ ରୁ ଜଣେ 20 ବର୍ଷୀୟ ମହିଳା ଙ୍କ ର ବିବାହ ହେଇଥିଲା , ଗତ ମଙ୍ଗଳବାର ଦିନ ଶାଶୁରଘର ର କିଛି ଲୋକ ଙ୍କ ର ଆକ୍ରୋଶ ର ଶିକାର ହେଇଛନ୍ତି ଯୁବତୀ | ଏବଂ ଗମ୍ଭୀର ଅବସ୍ଥା ରେ ଜୟପୁର ଏସଏମଏସ ହସ୍ପିଟାଲ ରେ ଭର୍ତି କରାଯାଇଛି |
ମଙ୍ଗଳବାର ରାତି ରେ ହିଁ ଏହି ଯୁବତୀ ଙ୍କ ର ମୃତ୍ୟୁ ହେଇଥିଲା | ତାଙ୍କ ପରିଜନ ଙ୍କୁ କୁହାଯାଇଛି କି ତାଙ୍କ ଶାଶୁ କିରାସିନ ଢାଳି ତାଙ୍କୁ ଜାଳି ଦେଇଛନ୍ତି | ମହିଳା ଦୀର୍ଘ ଦୁଇ ଦିନ ହେବ ଭୋକିଲା ଥିଲେ | ଏବଂ ମୃତ୍ୟୁ ର କିଛି ସମୟ ପୂର୍ବ ରୁ ମହିଳା ତାଙ୍କ ଘର ଲୋକ ଙ୍କୁ ଫୋନ କରିଥିଲେ ଏବଂ ମହିଳା ଙ୍କ ର ଏହି ଅଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି | ଦୈନିକ ଭାସ୍କର ମିଡ଼ିଆ ରିପୋର୍ଟ ଅନୁସାରେ ପିତା ଭାବର ସିଂ କହିଛନ୍ତି ତାଙ୍କ ଝିଅ କିସ୍ମତ କବର ର ବିବାହ 5 ଫ୍ରେବୁଆରି 2017 ରେ ବଲରାଜ ସିଂ ଙ୍କ ସହ ହେଇଥିଲା I
23 ଫେବୁଆରି ସନ୍ଧ୍ୟା ରେ ତାଙ୍କ ଝିଅ ଅଧା ପୋଡା ଅବସ୍ଥା ରେ ତାଙ୍କୁ ତାଙ୍କ ସ୍ୱାମୀ ଓ ତାଙ୍କ ସ୍ୱାମୀ ଙ୍କ ର ବଡ଼ ଭାଇ ଜୟପୁର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରିଥିଲେ I ଏବଂ ଯୁବତୀ ଙ୍କ ର ପିତା ଦୌଡ଼ି ଦୌଡ଼ି ହସ୍ପିଟାଲ ରେ ପହଂଚିଥିଲେ I ଏବଂ ଝିଅ ଙ୍କ ର ଅବସ୍ଥା ଦେଖି ସେ ବେହୋସ ହେଇଯାଇଥିଲେ I ସେ ଆଶା କରି ନ ଥିଲେ କି ତାଙ୍କ ଝିଅ ର ଅବସ୍ଥା ଏପରି ହେବ I ଯୁବତୀ ଙ୍କ ର ଶାଶୁରଘର ଲୋକେ ଯୁବତୀଙ୍କ ସହ ଅନେକ ଅମାନବୀୟ ଘଟଣା ଘଟାଇଛନ୍ତି I
ଯୁବତୀ ଏହା କହିଛନ୍ତି କି ତାଙ୍କ ଉପରେ କିରାସିନ ଢାଳି ତାଙ୍କୁ ମାରିବାକୁ ଉଦ୍ୟମ କରାଯାଇଛି I ଏବଂ ତାଙ୍କ ଶଶୁର ଘର ଲୋକେ ଦୀର୍ଘ ସମୟ ରୁ ତାଙ୍କୁ ହଇରାଣ କରୁଥିଲେ I ତାଙ୍କ ସ୍ୱାମୀ ଏହା କୁ ବିଶେଷ ଧ୍ୟାନ ଦେଇ ନ ଥିଲେ I ଏବଂ ତାଙ୍କ ସ୍ୱାମୀ ବି ତାଙ୍କ ସହ କଥା ହେଉ ନ ଥିଲେ ଯୁବତୀ ଙ୍କ ର ଘର ଲୋକେ ରାତି 8.17 ସମୟ ରେ ଯୁବତୀ ଙ୍କ ର ବୟାନ ର ଏକ ଭିଡିଓ ରେକର୍ଡ କରିଲେ ଏବଂ ଏହି ଭିଡ଼ିଓ ନେଇ ଘର ଲୋକେ ମକରଣ ଥାନା ରେ ସୂଚନା ଦେଇଛନ୍ତି I ଘଟଣା ସ୍ଥଳ ରେ ପହଂଚି ସବ ଇନିସ୍ପେକ୍ଟର ମହେନ୍ଦ୍ର ଘଟଣା ର ଯାଞ୍ଚ କରୁଛନ୍ତି I