ଅନେକ ଲୋକ ଙ୍କୁ ଭାତ ଖାଇବା ପସନ୍ଦ ଅଟେ I ଚାଉଳ ଦୁଇ ପ୍ରକାର ର ହେଇଥାଏ ଗୋଟେ ଅରୁଆ ଓ ଅନ୍ୟ ଟି ଉଷୁନା ଚାଉଳ ଅଟେ I ଉଷୁନା ଚାଉଳ ଦେଖିବା କୁ ଟିକେ ବ୍ରାଉନ ରଙ୍ଗ ର ଅଟେ ଓ ଅରୁଆ ଚାଉଳ ଧଳା ରଙ୍ଗ ର ଅଟେ I ଅଧିକାଂଶ ଲୋକେ ଅରୁଆ ଚାଉଳ ହିଁ ଖାଇବା କୁ ପସନ୍ଦ କରିଥାନ୍ତି I
କିଛି ଲୋକେ ବାସି ଭାତ କୁ କିମ୍ବା ଥଣ୍ଡା ହେଇଯାଇଥିବା ଭାତ କୁ ଖାଇବା କୁ ପସନ୍ଦ କରିଥାନ୍ତି I ତେବେ ଏପରି ବାସି ଭାତ ଆପଣ ଙ୍କ ର ସ୍ଵାସ୍ତ୍ୟ ପାଁଇ ହାନିକାରକ ହେଇପାରେ I ଥଣ୍ଡା ଭାତ ଖାଇବା ଦ୍ୱାରା ଏହା ଶରୀର ପାଁଇ ମଧ୍ୟ ଅନେକାଂଶ ରେ ହାନିକାରକ ଅଟେ I
ଥଣ୍ଡା ଓ ବାସି ଭାତ ସେବନ କଣ ହୁଏ କ୍ଷତି
ଫୁଡ ପୟଜନ ର ଆଶଙ୍କା
ଥଣ୍ଡା ଓ ବାସି ଚାଉଳ ସେବନ କରିବା ପୂର୍ବ ରୁ ଲୋକେ ଏହା କୁ ପୁଣି ଗରମ କରିଥାନ୍ତି I କିନ୍ତୁ ଏହା ଫୁଡ ପୟଜନ ର ଆଶଙ୍କା ଅଧିକ ବଢ଼ାଇ ଦେଇଥାଏ I ଏପରି ଗରମ କରି ଭାତ କୁ ସେବନ କରିବା ଦ୍ୱାରା ଆପଣ ଙ୍କ ର ବାନ୍ତି ଜନିତ ସମସ୍ୟା ମଧ୍ୟ ଦେଖିବା କୁ ମିଳିଥାଏ I
କଣ ହେଇଥାଏ ବେସିଲସ ସେରେସ
ବେସିଲସ ସେରେସ ଏକ ବ୍ୟାକ୍ଟେରିଆ ଅଟେ ଯାହା କି ମାଟି ରେ ରହିଥାନ୍ତି I ଏହା କଞ୍ଚା ଚାଉଳ ରେ ମଧ୍ୟ ରହିଥାନ୍ତି I ଗବେଷଣା ଅନୁସାରେ ବାରମ୍ବାର ଭାତ କୁ ଗରମ କରିବା ଦ୍ୱାରା ଏହା ଦୂଷିତ ହେଇଯାଇଥାଏ I ଏବଂ ଏଥିରେ ବେସିଲସ ସେରେସ ର ସ୍ତର ବୃଦ୍ଧି ପାଇଥାଏ I
ବେସିଲସ ସେରେସ ବ୍ୟାକ୍ଟେରିଆ ରୋଗ ଉତ୍ପରଃନ କାରି ବ୍ୟାକ୍ଟେରିଆ ହେଇଥାନ୍ତି I ଭାତ କୁ ଯଦି ଥଣ୍ଡା ହେଇଯିବା ପରେ ଆପଣ ପୁଣି ଗରମ କରନ୍ତି ତେବେ ଏହି ବେସିଲସ ସେରେସ ର ସ୍ତର ଭାତ ରେ ବଢ଼ିଯାଇଥାଏ I ଏହି ବ୍ୟାକ୍ଟେରିଆ 4 ରୁ 60 ଡିଗ୍ରୀ ତାପମାତ୍ରା ରେ ବଢିଥାଏ I
ରୋଗ ପ୍ରତିଷେଧକ ଶକ୍ତି କମଜୋର
ଥଣ୍ଡା ଓ ବାସି ଭାତ ସେବନ କରିବା ଦ୍ୱାରା ଆପଣ ଙ୍କ ର ଶରୀର ର ରୋଗ ପ୍ରତିଷେଧକ ଶକ୍ତି ଉପରେ ଏହା ର ଖରାପ ପ୍ରଭାବ ପଡିଥାଏ I ଏବଂ ରୋଗ ପ୍ରତିଷେଧକ ଶକ୍ତି କମିବା ଦ୍ୱାରା ଅନେକ ରୋଗ ମଧ୍ୟ ଶରୀର ରେ ବୃଦ୍ଧି ପାଇଥାଏ I
ସଂକ୍ରମଣ ହେଇପାରେ
ଛୋଟ ପିଲା ଓ ଗର୍ଭବତୀ ମହିଳା ଙ୍କୁ ଭୁଲ ରେ ମଧ୍ୟ ଥଣ୍ଡା ଭାତ ଖାଇବା କୁ ଦିଅନ୍ତୁ ନାହିଁ I ଏହା କୁ ସେବନ କରିବା ଦ୍ୱାରା ପେଟ ରେ ସଂକ୍ରମଣ ର ଆଶଙ୍କା ବୃଦ୍ଧି ପାଇଥାଏ I ଏବଂ ଖାଦ୍ୟ ସଠିକ ଭାବ ରେ ହଜମ ହେଇ ନ ଥାଏ I
ଏହିପରି ଥଣ୍ଡା ଭାତ ର ସେବନ ହାନିକାରକ
ଥଣ୍ଡା ଭାତ କୁ ଆପଣ ସୁରକ୍ଷିତ ଭାବ ରେ ସେବନ କରିଲେ ରୋଗ ରେ ପଡିବେ ନାହିଁ I ଥଣ୍ଡା କିମ୍ବା ବାସି ଭାତ କୁ ଆପଣ ଗରମ କରନ୍ତୁ ନାହିଁ I ଏହା କୁ ଯଦି ଆପଣ ଫ୍ରିଜ ରେ ରଖିଛନ୍ତି ତେବେ ଫ୍ରିଜ ରୁ ର ସାମାନ୍ୟ ତାପମାତ୍ରା ରେ ରଖନ୍ତୁ I ଯଦି ଆପଣ ଗରମ କରିକି ଭାତ ଖାଇବା କୁ ଚାହୁଁଛନ୍ତି ତେବେ 74 ଡିଗ୍ରୀ ତାପମାତ୍ରା ରେ ହିଁ ଗରମ କରନ୍ତୁ I