ରିକ୍ସା ବାଲା ନିଜ ଜୀବନ ବାଜି ଲଗାଇ ବଞ୍ଚାଇ ଥିଲେ ଏହି ଯୁବତୀ ଙ୍କର ଜୀବନ, ଅଠ ବର୍ଷ ପରେ ଝିଅଟି ଏପରି ସୁଝାଇଲେ କରଜ

ଦୁନିଆ ରେ ଏପରି ଅନେକ ଅଘଟଣ ଘଟିଥାଏ I କିନ୍ତୁ ଆଜି ଆମେ ଯେଉଁ କାହାଣୀ ଆପଣ ଙ୍କୁ କହିବାକୁ ଯାଉଛୁ ଏହା ସୁନିଆ ଆପଣ ଜାଣିପାରିବେ ଦୁନିଆ ରେ ଆଜି ବି ଭଲ ଲୋକେ ଅଛନ୍ତି I ଜଣେ ରିକ୍ସା ଚାଳକ ଜଣେ ଯୁବତୀ ଙ୍କ ର ଜୀବନ ବଂଚାଇଥିଲା I

ରିକ୍ସା ଚାଳକ ଯୁବତୀ ଙ୍କର ଜୀବନ ବଞ୍ଚାଇଥିଲେ
ବବ୍ଲୁ ଶେଖ ନାମ ଜଣେ ରିକ୍ସା ଚାଳକ ପ୍ରାୟ ଆଠ ବର୍ଷ ପୂର୍ବ ରେ ଜଣେ ଯୁବତୀ ଙ୍କ ର ଜୀବନ ଉଦ୍ଧାର କରିଥିଲେ I ଏବଂ ଏହି ଯୁବତୀ ଟ୍ରେନ ଆଗ ରେ ଆତ୍ମହତ୍ୟା କରିବାକୁ ଯାଇଥିଲେ I ଏହା ଦେଖି ବବ୍ଲୁ ଉକ୍ତ ଯୁବତୀ ଙ୍କୁ ସେଠାରୁ ବଞ୍ଚାଇ ଆଣିଥିଲେ I ଏହି ଘଟଣା କୁ ଅନେକ ବର୍ଷ ବିତି ଯାଇଥିଲା I ରିକ୍ସା ଚାଳକ ବି ଏହି କଥା କୁ ଭୁଲି ଯାଇଥିଲେ I କିନ୍ତୁ ଦୀର୍ଘ ଦିନ ପରେ ଏକ ହସ୍ପିଟାଲ ରେ ଯେତେବେଳେ ଉକ୍ତ ରିକ୍ସା ଚାଳକ ଏକ ବଡ଼ ରୋଗ ରେ ପୀଡିତ ଥିଲେ ସେହି ଯୁବତୀ ତାଙ୍କ ର ସହାୟତା କରିଥିଲେ I

ଆତ୍ମହତ୍ୟା କରିବାକୁ ଯାଉଥିଲେ ଯୁବତୀ
ଏହି ସତ ଘଟଣା କୁ ଜଣେ ଫେସବୁକ ୟୁଜର ସେୟାର କରିଛନ୍ତି I ବବ୍ଲୁ ଙ୍କୁ ଜଣେ ବ୍ୟକ୍ତି ନିଜ ଝିଅ କୁ କଲେଜ ନେବା ଆଣିବା ପାଁଇ ଚାକିରୀ ରେ ରଖିଥିଲେ I ଦିନେ ସେହି ଯୁବତୀ ବବ୍ଲୁ ଙ୍କ ରିକ୍ସା ରୁ ଓଲ୍ହାଇ ଯାଇ ଦୂର ରେ କାନ୍ଦିବାକୁ ଲାଗିଥିଲେ ଏବଂ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ I ଏହା ଦେଖି ବବ୍ଲୁ ତାଙ୍କ ଜୀବନ ଉଦ୍ଧାର କରିଥିଲେ I

ରିକ୍ସା ଚାଳକ
ଯୁବତୀ ଙ୍କ ର ଏପରି ହରକତ ଦେଖି ବବ୍ଲୁ ବି ଦୌଡ଼ି ଯାଇଥିଲେ ଓ ରେଳ ଧାରଣା ରୁ ତାଙ୍କୁ ଟାଣି ଆଣିଥିଲେ I ଦୀର୍ଘ ଆଠ ବର୍ଷ ପରେ ବବ୍ଲୁ ଙ୍କ ର ଏକ ଆକ୍ସିଡେଣ୍ଟ ହେଇଥିଲା ଏବଂ ହସ୍ପିଟାଲ ରେ ତାଙ୍କୁ ଭର୍ତି କରାଯାଇଥିଲା I ଏବଂ ଯେତେବେଳେ ବବ୍ଲୁ ଙ୍କ ର ହୋସ ଆସିଥିଲା ସେ ତାଙ୍କ ସମୁଖ ରେ ସେହି ଯୁବତୀ ଙ୍କୁ ଦେଖିବାକୁ ପାଇଥିଲେ ଏବଂ କହିଲେ ଆପଣ ମୋତେ ଦେଖିବାକୁ ଆଉ ଆମ ଘର କୁ ଆସି ନ ଥିଲେ I ତେବେ ସେହି ଯୁବତୀ ଏକ ଡାକ୍ତର ହେଇଯାଇଥିଲେ I ଏହା ଶୁଣି ବବ୍ଲୁ ଙ୍କ ଆଖି ରେ ଲୁହ ଆସିଯାଇଥିଲା ଏବଂ ଯୁବତୀ ଙ୍କ ର ଜୀବନ ର ସଫଳତା ଦେଖି ବେଶ ଖୁସି ବି ହେଇଥିଲେ I

Share Your Comments Below