ଏହି ୫ଗୋଟି ଜିନିଷ କୁ ଦ୍ୱିତୀୟ ଥର ଗରମ କରି ଖାଇବା ବହୁତ କ୍ଷତିକାର ହୋଇଥାଏ; ଆଜିଠୁ ହେଇ ଯାଆନ୍ତୁ ସାବଧାନ

ଖାଦ୍ୟ ଖାଇବାକୁ କିଏ ବା ପସନ୍ଦ ନ କରେ I ପ୍ରତୋକ ଲୋକେ ପରିଶ୍ରମ କରି ଟଙ୍କା ରୋଜଗାର କରିଥାନ୍ତି ଭଲ ରେ ଟିକେ ଖାଦ୍ୟ କହିପାରିବେ କିପରି I ଏବଂ ପ୍ରତୋକ ବିବାହ ରେ ଝିଅ ଘର କୁ ଏହା ହିଁ ପଚରାଯାଇଥାଏ କି ଆପଣ ଙ୍କ ର ଝିଅ କୁ ରୋଷେଇ ଜଣା ଅଛି ତ ? ରୋଷେଇ ଘର ର ଏକ ବଡ଼ କାମ ହେଇଥାଏ I ତେବେ ପ୍ରତୋକ ଲୋକେ ଖାଇବା ସମୟ ରେ ଖାଦ୍ୟ ଗୁଡିକ ଗରମ ଗରମ ଖାଇବାକୁ ହିଁ ପସନ୍ଦ କରିଥାନ୍ତି I ସକାଳ ର ଜଳଖିଆ ହେଇଥାଉ କି ଦିପହର ର ଖାଦ୍ୟ ଲୋକେ ଗରମ ଗରମ ଖାଇବାକୁ ପସନ୍ଦ କରିଥାନ୍ତି I କିନ୍ତୁ ଏପରି 5 ଗୋଟି ଖାଦ୍ୟ ରହିଛି ଯାହା କୁ ଦ୍ୱିତୀୟ ଥର ରୋଷେଇ କରି ସେବନ କରିବା ହାନିକାରକ ହେଇଥାଏ I

ପାଳଙ୍ଗ ତ ବହୁତ ସ୍ୱାଦିଷ୍ଟ ହେଇଥାଏ I ଆମ ଦେଶ ରେ ଏହି ପାଳଙ୍ଗ ଓ ପାନିର ର ତରକାରୀ କୁ ବେଶ ଅଧିକ ପସନ୍ଦ କରିଥାନ୍ତି I କିନ୍ତୁ ଏହି ତରକାରୀ ଥଣ୍ଡା ହେଇଯିବ ପରେ ଦ୍ୱିତୀୟ ଥର ଗରମ କରି ସେବନ କରିବା ହାନିକାରକ ହେଇଥାଏ I କାରଣ ପାଳଙ୍ଗ ରେ ଅଧିକ ନାଇଟ୍ରୋଜେନ ରହିଥାଏ ଯାହା କି ଦ୍ୱିତୀୟ ଥର ଗରମ ହେଲେ ବିଷାକ୍ତ ହେଇଯାଇଥାଏ I

ଭାରତ ରେ ଆଳୁ ତରକାରୀ ଅଧିକ ଲୋକପ୍ରିୟ ହେଇଥାଏ I ପ୍ରତୋକ ଘରେ ଓ ପ୍ରତୋକ ତରକାରୀ ମଧ୍ୟ ଆଳୁ ର ବ୍ୟବହାର ହେଇଥାଏ I ବର୍ଷକ ର ସବୁ ଋତୁ ରେ ଆଳୁ ଫସଲ ଚାଷ କରାଯାଇଥାଏ I କିନ୍ତୁ ଅଧିକ ସମୟ ଆଳୁ ତରକାରୀ ରଖିବା ପରେ ଏହା କୁ ଦ୍ୱିତୀୟ ଥର ଗରମ କରି ସେବନ କରିବା ହାନିକାରକ ହେଇଥାଏ I ଏହା ଦ୍ୱାରା ଆମ ର ହଜମ ଶକ୍ତି ଖରାପ ହେଇଥାଏ I

ବିଟ ର ବ୍ୟବହାର ମଧ୍ୟ ଅଧିକ ଲୋକେ ତରକାରୀ ଆଦି ରେ କରିଥାନ୍ତି I ବିଟ ରେ ଅଧିକ ମାତ୍ରା ରେ ନାଇଟ୍ରୋଜେନ ରହିଥାଏ I ଯାହା କୁ ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଏହା ବିଷାକ୍ତ ହେଇଯାଇଥାଏ I

ଭାରତ ରେ ଆମିଷ ଭୋଜନ ମଧ୍ୟ ରେ ଚିକେନ ର ଅଧିକ ଚାହିଦା ରହିଛି I ଅଧିକାଂଶ ଲୋକେ ଏହି ଚିକେନ ର ସେବନ କରିଥାନ୍ତି କାରଣ ଏଥିରେ ପ୍ରୋଟିନ ର ମାତ୍ରା ଅଧିକ ରହିଥାଏ I ଯଦି ଦ୍ୱିତୀୟ ଥର ଚିକେନ କୁ ଆପଣ ଗରମ କରି ସେବନ କରିବେ ତେବେ ଏହା ର ପ୍ରୋଟିନ ର ନଷ୍ଟ ହେଇଯାଇଥାଏ I

ଛତୁ ତରକାରୀ ମଧ୍ୟ ଭାରତ ର ସବୁ ଘରେ ଲୋକେ ପସନ୍ଦ କରିଥାନ୍ତି I ଅନେକ ଫାଷ୍ଟଫୁଡ ଆଦିରେ ମଧ୍ୟ ଛତୁ ର ବ୍ୟବହାର ହେଇଥାଏ I ଛତୁ ରେ ଅଧିକ ପ୍ରୋଟିନ ରହିଥାଏ କିନ୍ତୁ ଦ୍ୱିତୀୟ ଥର ଏହା କୁ ଗରମ କରିବା ଦ୍ୱାରା ଏହା ର ପ୍ରୋଟିନ ର ମାତ୍ରା ନଷ୍ଟ ହେଇଯାଇଥାଏ I