ପେଟ ଦରଜ ପାଇଁ ଚିନ୍ତିତ ଥିଲେ ଏହି ମହିଳା, ତାପରେ ଚିକିତ୍ସା ସମୟରେ ପେଟରୁ ଯାହା ବାହାରିଲା ତାକୁ ଦେଖି ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣ ଙ୍କୁ ଏକ ଏପରି ଘଟଣା ସମ୍ବନ୍ଧ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ଅନେକ ସମୟ ରେ କିଛି ଲୋକ ଙ୍କ ର ପେଟ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ I ଏହା ର ମୁଖ୍ୟ କାରଣ ଆଜି ର ପାଟି ସୁଆଦିଆ ବାହାର ର ଖାଦ୍ୟ I ଯାହା ଦ୍ୱାରା କି ଶରୀର ସୁସ୍ଥ ରହି ନ ଥାଏ I ଯେଉଁ କାରଣ ରୁ ଆମ ଶରୀର ରେ କୌଣସି ନା କୌଣସି ସମସ୍ୟା ଲାଗି ରହିଥାଏ I ତେବେ ଏହିପରି ଜଣେ ମହିଳା ଙ୍କ ର ପେଟ ରୁ ଏପରି କିଛି ବାହାରିଛି ଯାହା ଦେଖି ଡାକ୍ତର ବି ଆଶ୍ଚଯ୍ୟ ହେଇଛନ୍ତି I

ଖାଦ୍ୟ ରେ ଅନେକ ସାବଧାନତା ଆପଣେଇବାକୁ ହେଇଥାଏ ଏବଂ ଯେଉଁମାନେ ସାବଧାନ ହେଇ ନ ଥାନ୍ତି ଏହା ତାଙ୍କ ପାଁଇ ଏକ ଶିକ୍ଷ୍ୟା ର ବିଷୟ ଅଟେ I ରୋଷେଇ କରିବା ପୂର୍ବ ରୁ ପନି ପରିବା କୁ ଧୋଇବା ଆବଶ୍ୟକ ଅଟେ I ତେବେ ଆଜି ର ଘଟଣା ଅନୁସାରେ ଏହି ମହିଳା ଙ୍କ ର ପେଟ ରେ ଭୀଷଣ ଯନ୍ତ୍ରଣା ଅନୁଭବ ହେଇଥିଲା ଏବଂ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା ଏବଂ ଚିକିତ୍ସା ସମୟ ରେ ପେଟ ରୁ 150 କେଞ୍ଚୁଆ ବାହାରିଥିଲା I

ଘଟଣା ଟି ମୁଗଲସରାଇ ଅଂଚଳ ର ନିବାସୀ ଅହମଦ ଙ୍କ ର ପତ୍ନୀ ନେହା ବେଗମ ଙ୍କ ର ପେଟ ଅଚାନକ ଯନ୍ତ୍ରଣା ଅନୁଭବ ହେଇଥିଲା ଏବଂ ଏହା ପରେ ତାଙ୍କୁ ନନ୍ଦା ହସ୍ପିଟାଲ ରେ ଭର୍ତି କରାଯାଇଥିଲା I ଏବଂ ସେଠାରେ ଅଲ୍ଟ୍ରାସାଉଣ୍ଡ ହେବାରୁ ଜଣାପଡିଥିଲା କି ତାଙ୍କ ପେଟ ରେ ଅନେକ କେଞ୍ଚୁଆ ଅଛନ୍ତି I ଶନିବାର ଦିନ 4 ଘଣ୍ଟା ଅପରେସନ ସହାୟତା ରେ ମୋଟ 150 କେଞ୍ଚୁଆ ମହିଳା ଙ୍କ ର ପେଟ ରୁ ବାହାର କରାଯାଇଥିଲା I ମହିଳା ବର୍ତମାନ ସୁସ୍ଥ ଅଛନ୍ତି I