ପୁଣି ଫେରିଲେ ତାରିଣୀ (Lipi), ଓଡ଼ିଆ ଅଭିନତ୍ରୀ ଲିପିଙ୍କ ନୁଆ Love Story, ପୁରା ଖବର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ରଙ୍କର ଆସୁଛି ଏକ ନୂଆ ମେଗା ଧାରାବାହିକ। ତେବେ ଆସନ୍ତୁ ଜାଣିବା ଏହି ନୂଆ ମେଗା ଧାରାବାହିକର କିଛି ଅଜଣା କଥା ବା ଅଜଣା ତଥ୍ୟ। ଆପଣମାନେ ତ ନିଶ୍ଚିତ ଭାବରେ ଲିପି ମହାପାତ୍ରଙ୍କୁ ଜାଣିଥିବେ ଏବଂ ତାଙ୍କର ବୋହୁତ ସୁନ୍ଦର ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ।

ଲିପି ମହାପାତ୍ରଙ୍କୁ ମଧ୍ୟ ଆପଣମାନେ ବୋହୁତ ସାରା ଫିଲ୍ମରେ ମଧ୍ୟ ଅଭିନୟ କରିଥିବାର ଦେଖିଥିବେ। ତାଙ୍କର ଏକ ଫିଲ୍ମର ନାମ ହେଉଛି ବ୍ୟାଡ୍ ଗାର୍ଲ୍ ଏହି ଧାରାବାହିକରେ ଲିପି ମହାପାତ୍ର ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ଏବଂ ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ବୋହୁତ ପସନ୍ଦ କରିଥିଲେ।

ଏହା ପୂର୍ବରୁ ଲିପି ମହାପାତ୍ର ତାରାତାରିଣୀ ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରିଥିଲେ ଏବଂ ଲୋକମାନେ ତାଙ୍କୁ ଏହି ଧାରାବାହିକରେ ବୋହୁତ ଭଲ ପାଇବା ଦେଇଥିଲେ କିନ୍ତୁ କୌଣସି କାରଣ ପାଇଁ ଏହି ଧାରାବାହିକଟି ସମାପ୍ତ କରାଯାଇ ଏହି ସୋ ବଦଳରେ ଆଉ ଏକ ନୂଆ ସୋ ଆରମ୍ଭ କରାଗଲା, ସେଥିପାଇଁ ଲିପିଙ୍କ ଫ୍ୟାନ ମାନେ ଅପେକ୍ଷା କରି ରହିଥିଲେ ଯେ ଲିପି ପୁଣି କେବେ ଟିଭି ପରଦାରେ ଆସିବେ।

ତେବେ ଲିପି ମହାପାତ୍ରଙ୍କର ବର୍ତ୍ତମାନ ସମୟରେ ଏକ ନୂଆ ମେଗା ଧାରାବାହିକ ଆସିବାକୁ ଯାଉଛି। ଏହି ନୂଆ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଲିପି ମହାପାତ୍ରଙ୍କୁ ଆପଣମାନେ ଦେଖିବାକୁ ପାଇବା ସହିତ ତାଙ୍କ ହିରୋ ଭାବେ ଅଭିନୟ କରିବେ ଲୋକପ୍ରିୟ ହିରୋ ପାର୍ଥ ସାରଥୀଙ୍କୁ ଦେଖିବାକୁ ପାଇବେ।

ଏହି ଧାରାବାହିକ କୁ ଦର୍ଶକମାନେ ବୋହୁତ ପସନ୍ଦ କରିବେ ବୋଲି ଆଶା ଓ ବିଶ୍ବାସ ରଖିଛନ୍ତି ଏହି ଧାରାବାହିକର ପ୍ରଡକ୍ସନ ସଂସ୍ଥା। ପାର୍ଥ ସାରଥୀ ମଧ୍ୟ ବୋହୁତସାରା ଓଡ଼ିଆ ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି। ତେବେ ଦରକବନ୍ଧୁ ଆଉ କିଛି ଦିନ ମଧ୍ୟରେ ଏକା ସାଙ୍ଗରେ ନଜର ଆସିବେ ପାର୍ଥ ସାରଥୀ ଏବଂ ଲିପି ମହାପାତ୍ର ଏକ ନୂଆ ମେଗା ଧାରାବାହିକରେ। ଆପଣମାନେ ଏହି ଧାରାବାହିକ ଟିକୁ ମଞ୍ଜରୀ ଟିଭିରେ ଦେଖିବାକୁ ପାଇବେ ଏବଂ ଏହି ଧାରାବାହିକର ନାମ ହେଉଛି ରକ୍ତ ସମ୍ପର୍କ।