ଆଜିର Rasifala; 27 ମଇ 2021 ଗୁରୁବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ଘର ଏବଂ କାର୍ଯ୍ୟରେ ବୋଝ ଅନୁଭବ କରିବେ । ବହୁତ ଲୋକ ଆପଣଙ୍କୁ ଉପଦେଶ ମାଗିବେ । ଆପଣ ସାଧୁତା ଆବଲମ୍ବନ କରି ଉପଦେଶ ଦିଅନ୍ତୁ ଏବଂ ଯେଉଁ କାର୍ଯ୍ୟ କରୁଛନ୍ତି ତାର ପୁରା ଦାୟିତ୍ତ୍ୱ ନିଅନ୍ତୁ ।

ବୃଷ

ଗ୍ରହମାନଙ୍କର ଖରାପ ପ୍ରଭାବ ଯୋଗୁଁ ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।

ମିଥୁନ

କଟରେ ହୋଇଥିବା ସମସ୍ୟା ବଢ଼ୁଥିବା ଯୋଗୁଁ ଏବେ ଆପଣ ବନ୍ଧୁ ଏବଂ ପରିବାରର ସଦସ୍ୟଙ୍କ ସହିତ ସମୟ କଟାଇଲେ ତାହା ଦୂର ହୋଇଯିବ । ମାନସିକ ଶାନ୍ତି ପାଇଁ ଆଜି ଆପଣ ବାହାରକୁ ଯାଇ ପାରନ୍ତି ।

କର୍କଟ

ଉଚ୍ଚ ଅଧିକାରୀ ଆପଣଙ୍କ ରାସ୍ତାରେ କଣ୍ଟା ବିଛାଇ ପାରନ୍ତି । କିନ୍ତୁ ଆପଣ ନିଜର ରାସ୍ତାରେ ଦୃଢ଼ ରୁହନ୍ତୁ ଏବଂ ଆଗକୁ ବଢ଼ିଚ଼ାଲନ୍ତୁ । ଏହି ସମୟଟି ଖୁବଶୀଘ୍ର ବିତିଯିବ ଏବଂ ଆପଣ ଠିକ୍ ସମୟରେ ନିଜର କାର୍ଯ୍ୟ ଗୁଡ଼ିକୁ ପୂରା କରିପାରିବେ ।

ସିଂହ

ଆଜି ଆପଣଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇଯିବ । ଏହି ସମସ୍ୟା ବହୁଦିନ ପର୍ଯ୍ୟନ୍ତ ଲାଗି ରହିବାର କାରଣ ଏହି ସମସ୍ୟା ସହିତ ଜଡ଼ିତ ବ୍ୟକ୍ତି ମାନଙ୍କର ଚ଼ିନ୍ତା ଧାରାରେ ଏକତା ନ ରହିବା, ଯାହା ହେଉ ଆପଣ ମଜ୍ଜା କରିପାରନ୍ତି ।

କନ୍ୟା

ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।

ତୁଳା

ଆଜି ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୂରାହେବ । କେହି ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଯିଏକି ଏପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା ହୋଇ ରହିଥିଲା ସେ ଏବେ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।

ବିଛା

ଆଜି ସନ୍ଧ୍ୟାରେ ଆପଣ ନିଜର ମୂଲ୍ୟବାନ , ଜିନିଷ ଚୋରୀ ପାଇଁ ଚିନ୍ତିତ ରହିପାରନ୍ତି । ଯେଉଁଥିପାଇଁ ଆପଣ କିଛି ସୁଚିନ୍ତିତ ପଦକ୍ଷେପ ନେଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ ।

ଧନୁ

ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।

ମକର

ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।

କୁମ୍ଭ

ଆଜି ଆପଣ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟଟି ପୁରଣ ନକରିପାରନ୍ତି ସେଥି ପାଇଁ ସଚ଼େତନ ହେବା ଆବଶ୍ୟକ । ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ ।

ମୀନ

ଆଜି ଆପଣ ଭାବିବେ ଯେ ଘର ଏବଂ କାର୍ଯ୍ୟାଳୟର କାର୍ଯ୍ୟରୁ ନିବୃତ ରହି ପ୍ରକୃତିର ଆନନ୍ଦ ଅନୁଭବ କରିବାପାଇଁ । ଆପଣ ନିଜର ମନୋମାଳିନ୍ୟ ସବୁ ପାଶୋରି ଦେଇ ନିଜ ମନକୁ ଶାନ୍ତ କରିବାପାଇଁ ଚାହୁଁଛନ୍ତି ।