ମେଷ
କେବେ ଆପଣ ଭାବିଛନ୍ତି ଯେ କାହିଁକି ଆପଣଙ୍କ ଘରେ ଏତେ କଳି ହେଉଛି ? ବୋଧହୁଏ ଆପଣଙ୍କୁ ନିଜ କ୍ରୋଧ ସମ୍ବରଣ କରିବା ଉଚ଼ିତ୍ । ଆପଣ ନିଜ ପରିବାରବର୍ଗଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରତିଦାନରେ ଯଥୋଚ଼ିତ ସମ୍ମାନ ଦେବେ ।
ବୃଷ
ଆଜି ଆପଣ ଶାନ୍ତି ପୂର୍ବକ ଘରେ କୌଣସି କଳିକୁ ସମାଧାନ କରିବାକୁ ଚେଷ୍ଟାକରିବେ । ଯଦି ଆପଣ ଏବଂ ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ କଳି ହୋଇଯାଏ, ତେବେ ଆପଣ ନିଜକୁ ସେମାନଙ୍କ ମଧ୍ୟରେ ଫସିଯାଇଥିବାର ପାଇବେ ।
ମିଥୁନ
ନିଜର ଉଚ୍ଚଅଧିକାରୀ ଏବଂ ସହକର୍ମୀମାନଙ୍କ ସହ କଳି ନ କରିବାକୁ ଚ଼େଷ୍ଟା କରନ୍ତୁ । ଆପଣ ନୀରବ ରହିବା ଭଲ । ଆପଣ ଆଜି ଖୁସି ହେବେ ଯେତେବେଳେ ଆପଣ ଦେଖିବେଯେ ଆପଣ ଶାନ୍ତ ରହିବା ଦ୍ୱାରା ସବୁ କଥା ସ୍ୱାଭାବିକ ହୋଇଯାଇଛି ।
କର୍କଟ
ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ ।
ସିଂହ
ଗ୍ରହମାନଙ୍କର ଖରାପ ପ୍ରଭାବ ଯୋଗୁଁ ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
କନ୍ୟା
ଆଜି ଆପଣଙ୍କର ଆଖପାଖ ଲୋକ ଆପଣଙ୍କୁ ଭୁଲ ବୁଝିପାରନ୍ତି, ଏଥି ପାଇଁ ଆପଣଙ୍କର ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ । ଯାହାବି କୁହନ୍ତୁ ବୁଝି ସୁଝି କୁହନ୍ତୁ, ଯଦି ଆପଣଙ୍କର ଶବ୍ଦକୁ ଭୁଲ ବୁଝି ନିଆ ଯାଏ ତେବେ ଅସୁବିଧା ହୋଇପାରେ ।
ତୁଳା
ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ ।
ବିଛା
ନିଜ ସାଙ୍ଗ ସାଙ୍ଗରେ କୌଣସି ଯୁକ୍ତି କରନ୍ତୁ ନାହିଁ କାରଣ ମାନସିକ ଶାନ୍ତି ହରାଇ ବସିବେ ।ଯଦି ଆପଣ କୌଣସି ଅସୁବିଧାରେ ରହନ୍ତି ତଥାପି ନିଜକୁ ଶାନ୍ତି ରଖନ୍ତୁ ।ଏହି ସମୟରେ କୌଣସି ଯୁକ୍ତି ଆପଣଙ୍କର ସମ୍ପର୍କ ଓ ଶାନ୍ତି ପାଇଁ ଖରାପ ହୋଇପାରେ ।
ଧନୁ
ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ ।
ମକର
ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ ଘରର ଶାନ୍ତି ଭଙ୍ଗ ହବାକୁ ଦିଅନ୍ତୁ ନାହିଁ । ନିଜ କ୍ରୋଧକୁ ନିଜ ଭିତରେ ରଖିବା ହିଁ ମଙ୍ଗଳ ।ଏହି କଳହ ଦ୍ୱାରା ଆପଣ ଲାଭବାନ ହେବେ ନାହିଁ ବରଂ ଏହା ଆପଣଙ୍କର ଅଧିକ ଚ଼ିନ୍ତାର କାରଣ ହେବ ।
କୁମ୍ଭ
ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି ।
ମୀନ
ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ ।