ଆଜିର ରାଶିଫଳ; 24 ଅଗଷ୍ଟ 2020 ସୋମବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ ।

ବୃଷ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।

ମିଥୁନ

ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।

କର୍କଟ

ଆଜି ଆପଣ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟଟି ପୁରଣ ନକରିପାରନ୍ତି ସେଥି ପାଇଁ ସଚ଼େତନ ହେବା ଆବଶ୍ୟକ । ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ ।

ସିଂହ

ଆଜି ଆପଣ ଆଉ କାହାର ଖରାପ ବ୍ୟବହାରରେ ଦୁଃଖି ଅଟନ୍ତି । ଆପଣ ପୁରା ଚ଼େଷ୍ଟା କରନ୍ତୁ , କୌଣସି ବେକାର କାର୍ଯ୍ୟ ନକରି ନିଜ ଉପରେ ଥିବା ଦାୟିତ୍ୱକୁ କାର୍ଯ୍ୟରେ ପରିଣତ କରନ୍ତୁ ।

କନ୍ୟା

ଆଜି ଆପଣଙ୍କୁ କ୍ରୋଧ ଲାଗିବ । ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ ।କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ ।

ତୁଳା

ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ ।

ବିଛା

ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ ।

ଧନୁ

ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି । ଆଜି ଆପଣ ମୁଣ୍ଡକୁ ଶାନ୍ତ ରଖିବାକୁ ହେବ ।

ମକର

କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚ଼ିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ ।

କୁମ୍ଭ

ଆଜି ଆପଣ କୌଣସି କଥାର ସତ୍ୟତା ପରିକ୍ଷା ପାଇଁ ତାହାକୁ ଯାଞ୍ଚ ନିଶ୍ଚୟ କରନ୍ତୁ । ଏମିତି କୌଣସି କଥାକୁ ଶୁଣି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ମୀନ

ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ ।