ରାସ୍ତାରୁ ଆରମ୍ଭ ହେଇଥିବା ଏହି ପ୍ରେମ କାହାଣୀର ହେଲା ଏପରି ଦୁଃଖଦ ଅନ୍ତ; ପଢିବେ ତ ଲୋମ ଟାଙ୍କୁରୀ ଉଠିବ

ଦିଲ୍ଲୀ ର ବବାନା ନଗର ରେ ଏକ ବସ୍ତା ପଡିଥିଲା ଏବଂ ଜଣେ ବ୍ୟକ୍ତି ଏହା କୁ ଦେଖି ଖୋଲିଲେ ତ ଡରିଯାଇଥିଲେ I ସେ ତୁରନ୍ତ ପୋଲିସ କୁ ଫୋନ କରିଥିଲେ I କିଛି ସମୟ ରେ ସେହି ସ୍ଥାନ ରେ ହଜାର ହଜାର ଲୋକ ଙ୍କର ଭିଡ଼ ଜମିଯାଇଥିଲା I ଏହି ବସ୍ତା ରେ ଜଣେ ଯୁବତୀ ଙ୍କ ର ଶବ ଥିଲା ଓ ତାଙ୍କୁ ହତ୍ୟା କରାଯାଇଥିଲା I

ଆୟୁବ ଖାଁ ଜିବି ରୋଡ଼ ଦିଲ୍ଲୀ ରୁ ସାମାନ୍ୟ ଦୂର ରେ ନିଜ ର ଦୁଇ ପିଲା ଓ ପତ୍ନୀ ଙ୍କ ସହ ରହୁଥିଲେ I ସେ ପରିଶ୍ରମ କରିକି ନିଜ ର ପରିବାର ର ପାଳନ ପୋଷଣ କରୁଥିଲେ I ଦିନେ ଜିବି ରୋଡ଼ ରେ ସବନାମ ନାମ ଜଣେ ଯୁବତୀ ଙ୍କ ସହ ତାଙ୍କ ର ସାକ୍ଷ୍ୟାତ ହେଇଥିଲା I ଆୟୁବ ସବନାମ ନାମ ଏହି ଯୁବତୀ ଙ୍କୁ ପ୍ରେମ କରିବସିଥିଲେ I ଏବଂ ସେ ଦିନସାରା ର ରୋଜଗାର କୁ ସବନାମ ଙ୍କ ପାଁଇ ସନ୍ଧ୍ୟା ରେ ଖର୍ଚ୍ଚ କରିଦେଉଥିଲେ I

ଦିନେ ଆୟୁବ ସବନାମ ଙ୍କ ସହ ବିବାହ କରିବାକୁ କହିବାକୁ ସେ ମନା କରିଥିଲେ I ଯୁବତୀ କହିଥିଲେ ସେ ବର୍ତମାନ ବିବାହ କରିବାକୁ ଚାହୁଁ ନାହାନ୍ତି I ଦିନେ ଆୟୁବ ଏକାନ୍ତ ରେ ସେହି ଯୁବତୀ ଙ୍କୁ ଡାକି ବିବାହ ପାଁଇ ପ୍ରସ୍ତାବ ଦେଇଥିଲେ I ସେଠାରେ ମଧ୍ୟ ସବନାମ ମନା କରି ଦେଇଥିଲେ I ଏବଂ ଆୟୁବ ଏହା ଶୁଣି ରାଗିଯାଇଥିଲେ I ଏହା ପରେ ଆୟୁବ ରାଗ ରେ ସବନାମ ଙ୍କ ର ହତ୍ୟା କରିଥିଲେ ଏବଂ ଏକ ବସ୍ତା ରେ ପୁରାଇ ରାସ୍ତା ରେ ପକାଇ ଦେଇଥିଲେ I

ଏହା ପରେ ଫେରାର ହେବା ଚିନ୍ତା ରେ ଥିଲେ କିନ୍ତୁ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା I ସେ ନିଜ ର ଦୋଷ ମଧ୍ୟ ସ୍ୱୀକାର କରିଥିଲେ I 29 ଅକ୍ଟୋବର 2019 ରେ ପୋଲିସ ତାଙ୍କୁ କୋର୍ଟ ରେ ହାଜିର କରିଥିଲା ଏବଂ 8 ଦିନ ର ରିମାଣ୍ଡ ରେ ମଧ୍ୟ ନେଇଥିଲା I