ନମସ୍କାର ବନ୍ଧୁଗଣ ଭୂମିକାଙ୍କୁ ତ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ। ବୋହୁତ କମ୍ ଦିନ ମଧ୍ୟରେ ଓଲିଉଡର ଦର୍ଶକମାନଙ୍କ ମନରେ ନିଜର ଅଭିନୟ ଦ୍ୱାରା ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଥିଲେ ଭୂମିକା। ଭୂମିକା ଦାସ ଆଗାମୀ ଦିନମାନଙ୍କରେ ଆଉ ଓଡ଼ିଆ ଫିଲ୍ମରେ ନଜର ଆସିବେ ନାହିଁ। ଆସନ୍ତୁ ଏହାର କାରଣ କଣ ଜାଣିବା।
୧୦ ବର୍ଷ ବୟସରେ ଓଲିଉଡରେ ଶିଶୁ କଳାକାର ଭାବରେ ପାଦ ଥାପିଥିବା ଭୂମିକା ବର୍ତ୍ତମାନ ଓଲିଉଡରେ ଆଗ ଧାଡ଼ିର ହିରୋଇନ୍ ମାନଙ୍କ ମଧ୍ୟରେ ଗଣା ଯାଉଛନ୍ତି। ଏବଂ ଭୂମିକାଙ୍କ ଅଭିନୀତ ତୁ ମୋ ଲଭ୍ ଷ୍ଟୋରି ଫିଲ୍ମଟିକୁ ନିଶ୍ଚିତ ଭାବରେ ଦେଖିଥିବେ। ଯେଉଁଥିରେ ଭୂମିକା ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ।
ସେଥିରେ ଭୂମିକାଙ୍କ ଜବରଦସ୍ତ ଅଭିନୟ ଦର୍ଶକମାନଙ୍କୁ ବୋହୁତ ପସନ୍ଦ ଆସିଥିଲା| ଏହାପରେ ଭୂମିକା ଓଲିଉଡର ଆଗଧାଡ଼ିର କଳାକାରମାନଙ୍କ ସହ ଅଭିନୟ କରି ଓଲିଉଡକୁ ବୋହୁତସାରା ହିଟ୍ ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଟି ଫିଲ୍ମରେ ଅଭିନୟ କରିଥିବା ବେଳେ ଏହି ୫ ଟି ଯାକ ଫିଲ୍ମ ସୁପରହିଟ୍ ହୋଇଥିଲା।
ବର୍ତ୍ତମାନ ଭୂମିକା ଏକ ଇଣ୍ଟର୍ଭ୍ୟୁରେ କହିଛନ୍ତି କି ସେ ଆଉ ୧ ବର୍ଷ ପର୍ଯ୍ୟନ୍ତ ଫିଲ୍ମରେ ନଜର ଆସିବେ ନାହିଁ। ଭୂମିକା ଜଣେ ଭଲ ଅଭିନେତ୍ରୀ ସହିତ ଗୋଟେ ଭଲ ଛାତ୍ରୀ ମଧ୍ୟ। ସେ ଦଶମ ଶ୍ରେଣୀରେ ୯୭% ରଖି ପାସ୍ ହେଉଥିଲେ। ଆଗାମୀ ଦିନମାନଙ୍କରେ ଭୂମିକାଙ୍କର +2 ପରୀକ୍ଷା ରହିଥିବାରୁ ସେ ବର୍ତ୍ତମାନ ୧ ବର୍ଷ ଅଭିନୟ ଜଗତରୁ ଦୂରରେ ରହିବାକୁ ଚାହୁଁଛନ୍ତି। କାରଣ ସେ ଏବେ ପାଠ ପଢିବା ଉପରେ ନଜର ଦେବାକୁ ଚାହୁଛନ୍ତି। +2 ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଚାହୁଁଛନ୍ତି। ସେଥିପାଇଁ ସେ କହିଛନ୍ତି ସେ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଫିଲ୍ମ କରିବେ ନାହିଁ।