ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ସାମ୍ନାକୁ ଆସିଲା ବଡ ତଥ୍ୟ, ହତ୍ୟା ପାଇଁ କଣ ହୋଇଥିଲା ମାସେ ଆଗରୁ ଯୋଜନା, ଏଭଳି ସାଙ୍ଘାତିକ ଅଭିଯୋଗ କଣ ପାଇଁ ଲଗାଉଛନ୍ତି ଲୋକମାନେ …

ଆପଣ ସମସ୍ତେ ଜାଣିଥିବେ ଯେ ଆଦିତ୍ୟଙ୍କ ବିବାହ ଲକଡାଉନର ପ୍ରଥମ ଭାଗ ସମୟରେ ହୋଇଥିଲା, ଏବଂ ଦୁହେଁ କେନ୍ଦ୍ରାପଡ଼ା ପାଟକୂଡା ଶିବ ମନ୍ଦିରରେ ବିବାହ କରିଥିଲେ |କିନ୍ତୁ ଏଠାରେ ପ୍ରଶ୍ନ ଆସୁଛି ଯେ ଆଦିତ୍ୟଙ୍କ ଘର ଭୁବନେଶ୍ୱର ଏବଂ ବିଦ୍ୟାଶ୍ରୀ ଙ୍କ ଘର କଟକ, ତେବେ 120 କିଲୋମିଟର ଦୂର ଶିବ ମନ୍ଦିରରେ ଦୁହେଁ ଲୁଚି ଛପି କଣ ପାଇଁ ବିବାହ କରିଥିଲେ |

କୁହାଯାଉଛି ଯେ ଆଦିତ୍ୟ ଙ୍କ ବିବାହ ପଛରେ ଜଣେ ଓଏସ ଅଧିକାରୀଙ୍କ ସାହାଯ୍ୟ ଅଛି, କିନ୍ତୁ ଲକଡାଉନ ସମୟରେ ବିବାହକୁ ନେଇ ଅନେକ ପ୍ରତିବନ୍ଧକ ଥିଲା ସେଭଳି ସ୍ଥିତି ରେ ଜଣେ ସରକାରୀ ବାବୁ କିଭଳି ନିୟମ ଭାଙ୍ଗ କରି ଦୁହିଁଙ୍କ ବିବାହ କରିଥିଲେ? କଣ ତାଙ୍କ ଉପରେ କେଉଁଠୁ ଚାପ ପଡିଥିଲା କି |

ଆଦିତ୍ୟ ମଦ ବିରୋଧୀ ଅଭିଯାନ କରି ଅନେକ ଲୋକଙ୍କୁ ନିଜ ଶତ୍ରୁ ବନେଇ ଦେଇଥିଲେ, କଣ ସେ ମଦ ବେପାରୀଙ୍କ କିଛି ହାତ ଥିଲା କି ଏସବୁରେ |ଏହି ବିବାହ ପଛରେ ଯେଉଁ ସରକାରୀ ବାବୁଙ୍କ ନାଁ ଆସୁଛି କିଏ ସେ ସରକାରୀ ବାବୁ, ଏବଂ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, କିଛି ସ୍ଥାନୀୟ ଲୋକଙ୍କ ଅନୁସାରେ ବିବାହରେ ସରକାରୀ ବାବୁ ଜଣଙ୍କ ମଧ୍ୟ ଉପସ୍ଥିତି ଥିଲେ |

ବର୍ତ୍ତମାନ ଏହି ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, ଆଦିତ୍ୟଙ୍କ ବିବାହ ଏକ ପୂର୍ବ ପ୍ରସ୍ତୁତ ହତ୍ୟା ଯୋଜନା ଥିଲା ଯାହା ଟିକ ଟକ ରୁ ଆରମ୍ଭ ହୋଇ ରେଳ ଲାଇନ ରେ ଶେଷ ହୋଇଥିଲା | ଏହି ବିଷୟରେ ଆପଣଙ୍କ ମତାମତ କଣ କମେଣ୍ଟ କରିକି ଆମକୁ ଜଣାନ୍ତୁ|