ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୁଆ ମୋଡ, ଏହି ମହିଳା ଦେଲେ ବଡ ପ୍ରମାଣ, କହିଲେ ମୁଁ ଦେଖିଚି ସେଦିନ…

ବନ୍ଧୁଗଣ, ଆପଣ ଜାଣିଥିବେ ଆଦିତ୍ୟଙ୍କ ମୃତ୍ୟୁ କୁ ଅନେକ ଦିନ ବିତିଗଲାଣି କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ସ୍ତରରେ ତଦନ୍ତ ପହଞ୍ଚି ପାରିନାହିଁ| କିନ୍ତୁ ବର୍ତ୍ତମାନ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲାରେ ନୂତନ ମୋଡ ଆସିଛି, ଯାହା ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ହତ୍ୟା ହୋଇଛି ସ୍ପଷ୍ଟ କରିବ | ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ|

ଜିଆରପି ପୋଲିସ ଆଦିତ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତରେ ଲାଗିଛି, ଏହି କ୍ଷେତ୍ରରେ ପୋଲିସ କୁ ଏକ ବଡ ସଫଳତା ମିଳିଛି | ଆଜ୍ଞା ହଁ ଘଟଣା ଦିନର ପ୍ରତ୍ୟକ୍ଷଦର୍ଶୀ ସାମ୍ନାକୁ ଆସିଛନ୍ତି| ରିପୋର୍ଟ ଅନୁଯାଇ ଗତ 6 ତାରିଖ ସନ୍ଧ୍ୟା ପ୍ରାୟ ସାଢେ 7 ଟା ବେଳକୁ ଆଦିତ୍ୟ ଙ୍କୁ ଷ୍ଟେସନ ନିକଟରେ ବସିଥିବାର ଦୁଇ ମହିଳା ଦେଖିଛନ୍ତି, ଦୁଇ ଜଣ ମହିଳା ନିକଟ କାର୍ଗିଲ ବସ୍ତିରେ ରୁହନ୍ତି|

ଉକ୍ତ ଦୁଇ ମହିଳା ସାକ୍ଷୀଙ୍କ ଅନୁସାରେ ଦୁହେଁ ଆଦିତ୍ୟଙ୍କୁ ଷ୍ଟେସନ ନିକଟରେ ବସିଥିବାର ଦେଖିଥିଲେ ଏବଂ ସେମାନେ ଆଦିତ୍ୟଙ୍କୁ ଏଠି କାହିଁକି ବସିଛ ବୋଲି ପଚାରି ଥିବା କାର୍ଗିଲ ବସ୍ତିର ମହିଳା ମାମାଲି ସ୍ୱାଇଁ କହିଛନ୍ତି | ଏବଂ ଅନ୍ୟ ଜଣେ ମହିଳା ଆଦିତ୍ୟଙ୍କୁ ଟ୍ରେନ ସମ୍ମୁଖରେ ଠିଆ ହୋଇଥିବା ମଧ୍ୟ ଦେଖିଛନ୍ତି |

ଗୁରୁବାର ଦିନ ପଚାରଉଚରା ପରେ ପୋଲିସ ଏହି ତଥ୍ୟ ପାଇଛି | ଏହି ତଥ୍ୟ ସାମ୍ନା କୁ ଆସିବା ପରେ ପୋଲିସ ଏହି ସିଦ୍ଧାନ୍ତ ପହଞ୍ଚିଛି ଯେ ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି | ଆଦିତ୍ୟ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ କୁ ଅପେକ୍ଷା କରି ଆତ୍ମହତ୍ୟା କରିଥିବା ପୋଲିସ ବୟାନ ଦେଇଛି| କିନ୍ତୁ ଆଦିତ୍ୟ ମୃତ୍ୟୁ ରେ ବାରମ୍ବାର ନୂତନ ତଥ୍ୟ ଆସିବା ଏବଂ ବୟାନ ବଦଳାଇବା କାରଣରୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ କୁ ଦିଆ ଯାଇଛି | ବର୍ତ୍ତମାନ ସତ୍ୟତାର ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି|