ଏହି IAS ଅଫିସର ଜଣଙ୍କ ଅଳିଆ ଗଦାର ପାହାଡକୁ ବଦଳାଇ ଦେଲେ ୩୦୦ କୋଟି ଟଙ୍କାରେ, ଜାଣନ୍ତୁ କିପରି କଲେ ସେ ଏହି ଚମତ୍କାର

କିଛି ବର୍ଷ ପୂର୍ବ ରେ ପ୍ରଧାନମନ୍ତ୍ରୀ ମୋଦି ସ୍ଵଚ୍ଚ ଭାରତ ଅଭିଯାନ ର ଶୁଭାରମ୍ଭ କରିଥିଲେ I ଏହି ଧାରା ରେ ଭାରତ ର ପ୍ରତିଟି ଅଂଚଳ ର ଲୋକେ ନିଜ ପରିବେଶ ଓ ବାତାବରତ କୁ ସ୍ଵଚ୍ଚ ରଖିଛନ୍ତି I ସରକାର ଙ୍କ ର ଏହି ପଦକ୍ଷପ ମଧ୍ୟ ଲୋକେ ବେଶ ଭଲ ଭାବ ରେ ଗ୍ରହଣ କରିପାରିଥିଲେ ଏବଂ ଧୀରେ ଧୀରେ ଏହି ଅଭିଯାନ ସାରା ଭାରତ ରେ ଜୋର ଧରିଥିଲା I ଏହି ପରି ପ୍ରତୋକ ବର୍ଷ ନଗର ନିଗମ ତରଫରୁ ସେହି ସହର ର ଚୟନ କରାଯାଇଥାଏ ଯିଏ ନିଜ କୁ ଅଧିକ ସ୍ଵଚ୍ଚ ରଖିଥାଏ I

ଇତି ମଧ୍ୟ ରେ ମଧ୍ୟପ୍ରଦେଶ ର ଇନ୍ଦୋର ରେ ବିଗତ ଦୁଇ ବର୍ଷ ହେବ ଏହା ଏକ ନମ୍ବର ରେ ରହିପାରିଛି I ଇନ୍ଦୋର ସହର ସ୍ଵଚ୍ଚ ଭାରତ ଅଭିଯାନ ରେ ଏକ ନମ୍ବର ରେ ରହିପାରିଛି I ତେବେ ଆଜି ଆମେ ଆଲୋଚନା କରିବା ଏହି ସହର ର IAS ଅଫିସର ଆଶିଷ ସିଂ ଙ୍କ ବିଷୟ ରେ I ଆଶିଷ ମୁନିସିପାଲଟି ର କମିଶନର ମଧ୍ୟ ଅଟନ୍ତି I ଏବଂ ପ୍ରଧାନମନ୍ତ୍ରୀ ଙ୍କ ର ସ୍ଵଚ୍ଚ ଭାରତ ଅଭିଯାନ ରେ ଅଧିକ ପ୍ରେରିତ ଅଟନ୍ତି I

ବିଗତ ବର୍ଷ ଇନ୍ଦୋର ର ସବୁ ଅଂଚଳ ର ଅଳିଆ କୁ ଏକତ୍ର ଏକ ସ୍ଥାନ ରେ ପକାଯାଇଥିଲା I ଏହି ଅଳିଆ ସହର ର ଏକ ବଡ଼ ସ୍ଥାନ କୁ ମାଡି ବସିଥିଲା I ଏଥିପ୍ରତି କାହାରି ନଜର ଯାଇ ନ ଥିଲା I ତେବେ ଆଶିଷ ଏହି ଅଳିଆ କୁ ସଫା କରିବା କୁ ନିଷ୍ପତି ନେଇଥିଲେ I ଆଶିଷ କିଛି ସହାୟତା ନେଇ 65 କୋଟି ଟଙ୍କା ର ଖର୍ଚ୍ଚ କରିଥିଲେ ଏବଂ ଏହି ଅଳିଆ କୁ ସଫା କରିଥିଲେ I

13 ଲକ୍ଷ ଟନ ମୈଲା ସଫା କରିବା କୁ ତାଙ୍କୁ ପ୍ରାୟ 6 ମାସ ସମୟ ଲାଗିଥିଲା I ଦିନ ରାତି ଏକ କରିକି ଏହି ଅଳିଆ ସଫା କରାଯାଇଥିଲା I ଏବଂ ଏହି ଅଳିଆ କୁ ଏକ ମେସିନ ରେ ପକାଇ ସବୁ ଜିନିଷ କୁ ଅଲଗା ଅଲଗା କରି ବିକ୍ରୟ କରିଥିଲେ ସେହିପରି ପ୍ଲାଷ୍ଟିକ କୁ ଇନ୍ଧନ ରେ ପରିବର୍ତନ କରିଥିଲେ I ସେହିପରି ପଲିଥିନ ଆଦି ଅଳିଆ କୁ ସିମେଣ୍ଟ ପ୍ଲାଷ୍ଟିକ ନିର୍ମାଣ କରିବା ରେ ବ୍ୟବହାର କରିଥିଲେ I

ଏହି ଅଳିଆ କୁ ସଫା କରିବା ଦ୍ୱାରା 100 ଏକର ର ଖାଲି ଜାଗା ସଫା ହେଇପାରିଥିଲା I ଏବଂ ଏହି ସ୍ଥାନ ରେ ସେ ସିଟି ଫରେଷ୍ଟ ନିର୍ମାଣ କରିଥିଲେ I ସେଠାରେ ଗଲ୍ଫ କୋର୍ସ ଓ ଅନ୍ୟ ସୁବିଧା ଆରମ୍ଭ କରିଥିଲେ I

ଆପଣ ଜାଣି ଆଶ୍ଚଯ୍ୟ ହେବେ ଏହି ଅଳିଆ ସଫା କରିବା ପରେ ଯେଉଁ ସ୍ଥାନ 100 ଏକର ଖାଲି ହେଇଥିଲା ସେହି ଜାଗା ର ମୂଲ୍ୟ 300 କୋଟି ଅଟେ I