ସୋନି ଟିଭି ର ସିରିଏଲ୍ ତାରକ ମେହେତା କା ଉଲଟା ଚଷମା କୁ ଆରମ୍ଭରୁ ହିଁ ଲୋକେ ବହୁତ ପସନ୍ଦ କରିଆସୁଛନ୍ତି ଏବଂ ଅନେକ ଲୋକ ଏହି ସିରିଏଲ୍ କୁ ବହୁତ ଭଲ ପାଆନ୍ତି | ଲୋକମାନେ ଏହି ଶୋ’ର ଗୋଟିଏ ଏପିସୋଡ୍ ବି ଦେଖିବାକୁ ଭୁଲନ୍ତି ନାହିଁ | ଯଦି ଏହି ସିରିଏଲ୍ ର ଚରିତ୍ରଗୁଡ଼ିକ ବିଷୟରେ କଥାବାର୍ତ୍ତା କରନ୍ତି, ତେବେ ଆପଣ ସମସ୍ତେ ତ ଜାଣିଥିବେ କିନ୍ତୁ ବର୍ତ୍ତମାନ ତାରକ ମେହେତା କା ଓଲଟା ଚଷମାରେ ଅନେକ ଚରିତ୍ର ପରିବର୍ତ୍ତନ କରାଯାଇଛି| ଆଜି, ଆମେ ଆପଣଙ୍କୁ ତାରକ ମେହେତା କା ଓଲଟା ଚଷମା ର ସୋନୁ ବିଷୟରେ କହିବୁ, କାରଣ ଆଜି ସେ ବହୁତ ଷ୍ଟାଇଲିସ୍ ଦେଖାଯାଉଛନ୍ତି | ଆସନ୍ତୁ ଆମେ ଆପଣଙ୍କୁ ତାଙ୍କ ପଟୋ ଦେଖାଇବୁ|
ସୋନୁ ଭୂମିକାରେ ଅଭିନୟ କରିଥିବା ଝିଲି ମେହେତା, ତାରକ ମେହେତା କା ଓଲଟା ଚାଶମାରେ ସୋନୁ ଭୂମିକାରେ ଅଭିନୟ କରିଛନ୍ତି। ଆପଣ କିଛି ଟିଭି ସିରିଏଲ୍ କିମ୍ବା ଚଳଚ୍ଚିତ୍ରରେ ଶିଶୁ କଳାକାରମାନଙ୍କୁ ବହୁତ ଭଲ ଅଭିନୟ କରୁଥିବା ଦେଖିଥିବେ | ତାରାକ ମେହେତାରେ ସୋନୁ ଭୂମିକାରେ ଅଭିନୟ କରୁଥିବା ଝିଲି ମେହେତା ମଧ୍ୟ ଜଣେ ଶିଶୁ କଳାକାର ଯିଏ ନିଜର ମାସୁମ ଏବଂ ଚୁଲବୁଲି ଷ୍ଟାଇଲ ପାଇଁ ଜଣାଶୁଣା | କିନ୍ତୁ, ଆଜି ତାଙ୍କୁ ଦେଖି ବିଶ୍ୱାସ ହୁଏନି ଯେ ସେ ସେହି ସୋନୁ |
ତାରକ ମେହେତା କା ଓଲଟା ଚଷମାର ସୋନୁ ବର୍ତ୍ତମାନ ବହୁତ ବଡ ହୋଇଯାଇଛି | ଆଜିକାଲି ସୋସିଆଲ ମିଡିଆରେ ତାଙ୍କର ଫୋଟଗୁଡ଼ିକ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଆପଣ ବିଶ୍ୱାସ କରିପାରିବେ ନାହିଁ ଏ ସେହି ସୋନୁ | ତାରକ ମେହେତାରେ ସୋନୁ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ନାମ ହଉଚି ଝିଲି ମେହେତା | ସେ ନିଜ ଚୁଲବୁଲି ଅନ୍ଦାଜ ପାଇଁ ଲୋକଙ୍କ ପ୍ରିୟ ହୋଇ ରହିଛନ୍ତି | ଝିଲି ତାଙ୍କ ଅଭିନୟ ଏବଂ ନିଜର ସୁନ୍ଦରତା ପାଇଁ ଜଣାଶୁଣା |
ଝିଲି 10 ବର୍ଷ ବୟସରେ ତାରକ ମେହେତା ପରିବାରର ସଦସ୍ୟ ହୋଇଥିଲେ | ପ୍ରାୟ 4 ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ସେ ବର୍ତମାନ ନିଜର ଏକ ଅଲଗା ପରିଚୟ ବନେଇଦେଇଛନ୍ତି | ଆପଣଙ୍କୁ ଜଣାଉଛୁ ଯେ ଝିଲି ମେହେତା ପାଠ ପଢ଼ାରେ ମଧ୍ୟ ବହୁତ ଆଗରେ ଅଛନ୍ତି | ଝିଲିଙ୍କ ପିତାଙ୍କ ଅନୁଯାୟୀ, ସିରିଏଲ ଏବଂ ପାଠ ପଢା ପାଇଁ ସମୟ ବାହାର କରିବା ଝିଲି ପାଇଁ ଏକ ପ୍ରମୁଖ ଚାଲେଞ୍ଜ ଥିଲା | ସୋନୁ ହେଉଛନ୍ତି ଟପୁ ଗ୍ୟାଙ୍ଗର ଏକମାତ୍ର ମହିଳା ସଦସ୍ୟ। ସୋସିଆଲ ମିଡିଆରେ ସୋନୁଙ୍କ ଫୋଲୋଅର୍ସ ସଂଖ୍ୟା ମଧ୍ୟ ବହୁତ ଅଧିକ | ଫେସବୁକରେ 1 ଲକ୍ଷରୁ ଅଧିକ ଲୋକ ତାଙ୍କୁ ଫୋଲୋ କରନ୍ତି |
ଆଜି ଆମେ ଆପଣଙ୍କୁ ଝିଲିଙ୍କ ଏପରି କିଛି ଚିତ୍ର ଦେଖାଇବାକୁ ଯାଉଛୁ, ଯାହା ଦେଖି ଆପଣ ବିଶ୍ୱାସ କରିବେ ନାହିଁ ଯେ ସେ ଏବେ ଏତେ ବଡ ହୋଇଗଲେ | ତେବେ ଏହି ସୋ ବହୁତ ସମୟ ନେବାକୁ ଯାଉଥିଲା | ତେଣୁ ସୁଟିଂ କରିବା ସମୟରେ ଝିଲୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଥିଲା। ଝିଲିଙ୍କ ମାଙ୍କର ଦେହାନ୍ତ ହୋଇସାରିଛି ଏବଂ ସେ ଜଣେ ବିଉଟିସିଅନ ଥିଲେ |
ତାଙ୍କ ପିତା ନିଲନ୍ ମେହେତା ଜଣେ ବ୍ୟବସାୟୀ | ତାଙ୍କ ପରିବାରର ଅଭିନୟ ସହିତ କୌଣସି ସମ୍ପର୍କ ନଥିବା ସତ୍ୱେ ମଧ୍ୟ ଝିଲି ତାଙ୍କ କ୍ୟାରିୟର ଭାବରେ ଅଭିନୟକୁ ବାଛିଛନ୍ତି| IGCSE ପରୀକ୍ଷାରେ 90% ରୁ ଅଧିକ ପାଇବା ପରେ ସେ ବାଣିଜ୍ୟରେ ପଢିଥିଲେ ଏବଂ ମୁମ୍ବାଇର NMMIS କଲେଜରେ ବିବିଏ କରିଥିଲେ।
ଆଗ ଅପେକ୍ଷା ଏତେ ବଦଳି ଗଲେଣି ତାରକ ମେହେତା ସେରିଏଲର ସୋନୁ, ଫଟୋ ଦେଖି ଆପଣ ବି କହିବେ ହଁ ବହୁତ କିଛି ବଦଳି ଯାଇଛି
