ଆଜିର ରାଶିଫଳ; 27 Decembar 2021 ସୋମବାର : କେମିତି କଟିବ ଆଜିର ଦିନ

ମେଷ

ଯଦି ପରିବାର କିମ୍ବା ବନ୍ଧୁଙ୍କ ସହ ଭ୍ରମଣ କରି ବାହାରିଛନ୍ତି ,ଆଜି ଦିନରେ ଯୋଜନା ଚୁଡାନ୍ତ ହେବ । ଏସପ୍ତାହଟି ଝାମେଲାମୁକ୍ତ ରହିବ ଏବଂ ଆନନ୍ଦ ଉଲ୍ଲାସରେ ଦିନ କଟିବ । ଯାହା କିଛି ସମସ୍ୟା ଆସୁ ପଛେ କୌଣସି ଏକ ସମାଧାନରେ ପହଁଚନ୍ତୁ ।

ବୃଷ

ଆପଣଙ୍କ ଭ୍ରମଣଯୋଗ ଆସି ଯାଇଛି । ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ । ବିଶେଷ .ଯାତ୍ରା କରିବା ସମ୍ବାବନା ମଧ୍ୟ ରହିଛି । ଏହା ପରିବାର କିମ୍ବା କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହେଉ ପଛେ ଉପଭୋଗ ନିଶ୍ଚୟ ହେବ ।

ମିଥୁନ

ପରିବାର ବର୍ଗସହ ଭ୍ରମଣ କରିବା ସୁଯୋଗ ସୂଚନା ମିଳେ । ବିଶେଷ ଯାତ୍ରା ସୁଯୋଗ ବଢିଲେ ଆଶ୍ଚର୍ଯ୍ୟ ହବାର ନାହିଁ ,ତେଣୁ ଯଦି ପାସପୋର୍ଟ ବ୍ୟବସ୍ଥା କରିନାହାଁନ୍ତି ,ସେଥିପାଇଁ ଆବେଦନ କରିପାରନ୍ତି ।

କର୍କଟ

ବିଶେଷ ଭ୍ରମଣ କରିବା ସୁଯୋଗ ଆସିପାରେ । ନିଜ କାର୍ଯ୍ୟ ଜନିତ ଭ୍ରମଣ ହୋଇପାରେ ,ପାସପୋର୍ଟ ଯୋଗାଡ କରି ରଖନ୍ତୁ । ଆପଣଙ୍କର ସମସ୍ତ କାଗଜପତ୍ର ଠିକ ରହିଛିକି ନାହିଁ ,ଯାଞ୍ଚ କରନ୍ତୁ ।

ସିଂହ

ଆଜି ଦିନରେ ପରିବାର ସହ ରହିବାକୁ ହେବ । ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ । ଏହା ସହର ମଧ୍ୟ ହୋଇପାରେ କିମ୍ବା ଛୁଟିଦିନରେ ଦୂରସ୍ଥାନକୁ ହୋଇପାରେ । କିନ୍ତୁ ଯାତ୍ରା ସୁନିଶ୍ଚିତ ।

କନ୍ୟା

ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।

ତୁଳା

ଆପଣ ଆଶାକରିଥିବା ଛୋଟ ଧରଣର ଯାତ୍ରାପାଇଁ ଆପଣ କୁଆଡେ ଯାଇପାରନ୍ତି । ଏହିଭଳି ଭଲ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି ।

ବିଛା

ବନ୍ଧୁବାନ୍ଧବ କିମ୍ବା ପରିବାରସହ ଆଜି ଦିନରେ ଯାତ୍ରାଟି ଉପଭୋଗ ହେବ । ଏହି ଭ୍ରମଣ ଅତ୍ୟନ୍ତ ସୁଖ ଦାୟକ ହେବ ଏବଂ ଯାତ୍ରାରୁ ଫେରିବା ପରେ ଘଟଣା ଗୁଡିକ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ କରିବ ।

ଧନୁ

ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।

ମକର

ବନ୍ଧୁମାନଙ୍କ ସହ ଆପଣଙ୍କର ଭ୍ରମଣ କରିବାର ଅଛି । ଏହା ଆପଣଙ୍କର ସହର ମଧ୍ୟରେ ଦୀର୍ଘରାସ୍ତା ଭ୍ରମଣ ହୋଇପାରେ । ଯାହା ହେଉ ପଛେ ଏହା ଏକ ସୁନ୍ଦର ସ୍ମରଣୀୟ ଭ୍ରମଣ ହିସାବରେ ଆପଣଙ୍କ ଜୀବନରେ ଛାପ ରହିବ ।

କୁମ୍ଭ

ଆପଣ ପରିବାର ସହ ଭ୍ରମଣ କରିବା ପାଇଁ ଯେଉଁ ଆଶା ବାନ୍ଧିଛନ୍ତି ସେଥିରେ କୌଣସି ବାଧାବିଘ୍ନ ସୃଷ୍ଟି ହୋଇପାରେ । ଯଦି ଆପଣ ଏହି ଭ୍ରମଣଟି ଚାଲୁରଖନ୍ତି, ସୃଷ୍ଟିହୋଇଥିବା ବାଧା ଆପଣଙ୍କୁ ନିରାଶ କରିବ ।

ମୀନ

ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।