ଆଜିର ରାଶିଫଳ; 29 Decembar 2021 ବୁଧୁବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ସଂଦ୍ଧ୍ୟାରେ ହୋଇଥିବା ସମାରୋହ ଏକ ମହତ୍ତ୍ୱପୂର୍ଣ୍ଣ ପୂରା କରିବ । ବୋଧହୁଏ ଯେ କୌଣସି ମହତ୍ତ୍ୱପୂର୍ଣ୍ଣ ଚ଼ୁକ୍ତି ହେଇପାରେ କିମ୍ବା କୌଣସି ପରିଯୋଜନାକୁ ଶେଷ ରୂପେ ମିଳିପାରେ ।

ବୃଷ

ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

ମିଥୁନ

ଆଜି ଆପଣ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ହୁଏତ ଆପଣଙ୍କର ପୁରୁଣା ବନ୍ଧୁମାନଙ୍କୁ ମନେ ପକାଉଛନ୍ତି । ସେମାନଙ୍କ ସହ ସାକ୍ଷାତ ପରେ ଆପଣ ବହୁତ ଖୁସିହେବେ ।

କର୍କଟ

ଆଜି ଆପଣ ନିଜ ମନକୁ ପ୍ରାର୍ଥନା ଓ ଧ୍ୟାନରେ ଲଗାନ୍ତୁ ଓ ନିଜ ଭିତରେ ଶାନ୍ତି ଖୋଜିବାର ଚେଷ୍ଟା କରନ୍ତୁ । ଆପଣ ନିଜ ଅନ୍ତରାତ୍ମାର ରାସ୍ତାରେ ଚାଲିବାକୁ ଚାହାନ୍ତି ।

ସିଂହ

ଆଜି କାଲି ଅଧ୍ୟୟନସମୟ ଦୀର୍ଘ ହୋଇଥିବାରୁ ପିଲାମାନେ ପାଠପଢାପ୍ରତି ଏକ ବିରକ୍ତି ଭାବ ଆସିପାରେ କିନ୍ତୁ ଏସବୁମଧ୍ୟରେ ସମତୁଲତାର ସହ ସାମାଜିକ ଏବଂ ବୈଧିକ ଜୀବନକୁ ବିକାଶ କରନ୍ତୁ ଓ ଅନ୍ୟାନ୍ୟ ସବୁ ଉତ୍ତମ ହେବ ।

କନ୍ୟା

ଆଜି ଆପଣ ଏମିତି କାର୍ଯ୍ୟରେ ମନୋନିବେଶ କରିବେ ଯାହାକି ଆଧ୍ୟାତ୍ମିକ ସମ୍ପର୍କିତ । ଏହାଦ୍ୱାରା ଆପଣ ଖୁସି ଏବଂ ଆତ୍ମସନ୍ତୋଷ ଲାଭ କରିବେ । ଏହା ଦ୍ୱାରା ଆପଣ ସଠିକ ମାର୍ଗ ଦର୍ଶନ ପାଇପାରନ୍ତି ଏବଂ ଏହାର ପୁରାଲାଭ ଉଠାନ୍ତୁ ।

ତୁଳା

ଆପଣଙ୍କ ଯୋଜନାନୁଯାୟୀ ଇଛା କରୁଥିବା ସ୍ଥାନ ଭ୍ରମଣ କରିବାକୁ ଯିବେ । ଏ ଯାତ୍ରା ବହୁତ ଉପଭୋଗ୍ୟ ହେବ । ଭିନ୍ନ ଭିନ୍ନ କ୍ଷେତ୍ରରେ ସଫଳତା ପାଇବା ପାଇଁ ଏବଂ ଶିଘ୍ର ଫଳ ପାଇଁ ଏହି ଶୁଭ ସମୟ ଉପଯୋଗ କରନ୍ତୁ ।

ବିଛା

ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।

ଧନୁ

ଏବେ ଆପଣଙ୍କର ପ୍ରସ୍ତୁତ ହେବାର ମସୟ ଆସିଛି । ଆଜି ଆପଣ ଜୀବନର ସବୁଠାରୁ କଷ୍ଟ କ୍ଷେତ୍ରକୁ ବାଛିବେ ,ଯଦିଓ ତାହା ଅର୍ଥ ସମ୍ବଦ୍ଧୀୟ ହୋଇଥାଏ, ଘର କିମ୍ବା କାର୍ଯ୍ୟ ସମ୍ବଦ୍ଧୀୟ ହୋଇଥାଏ ଏବଂ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ ।

ମକର

ଏହି ସମୟରେ ଆପଣ ଧର୍ମପ୍ରତି ଆକର୍ଷିତ ରହିବେ । ସମାଜସେବାରୁ ଆଜି ଆପଣଙ୍କୁ ଶାନ୍ତି ମିଳିବ । ବ୍ୟସ୍ତ ଜୀବନକୁ ଆରାମଦେବାରେ ଏହାହିଁ ଉଚିତ ସମୟ । ଆଜି ଆପଣଙ୍କ ପରିସ୍ଥିତି ଯାହା ହେଉ ମଧ୍ୟ ନିଜର ବିସ୍ୱାଶ ବନେଇ ରଖନ୍ତୁ ।

କୁମ୍ଭ

ଆପଣ ଭଗବାନଙ୍କ ସହ ନିଜ ସମ୍ପର୍କ ଜାଣିବାକୁ ଚାହିଁବେ,ଏତଦ୍ୱାରା ଆଜି ଆପଣଙ୍କୁ ଏହା ଜାଣିବାରେ ସାହାଯ୍ୟ ମିଳିବ ଯେ ଯାହା ଆଜି ଆପଣଙ୍କ ସହିତ ହେଉଛି ତାହା କାହିଁକି ହେଉଛି ଓ କେମିତି ଆଜି ଆପଣଙ୍କ ନିଜ ଜୀବନକୁ ଆହୁରି ସୁନ୍ଦର ମନେଇପାରିବେ ।

ମୀନ

ଆଜି ଆପଣ କୌଣସି ଶାନ୍ତ ପରିବେଶରେ ଧ୍ୟାନସ୍ଥ ହୁଅନ୍ତୁ । ଆପଣ ଲମ୍ବା ସମୟରୁ ବହୁତ କଠିନ ପରିଶ୍ରମ କରି ଆସୁଛନ୍ତି । ଏହି ବିରତି ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଧ୍ୟାନ ମଗ୍ନ ହେବା ହେତୁ ଆପଣ ନିଜକୁ ନକାରାତ୍ମକତା ରୁ ରୋକିପାରିବେ ।